ଅଜୟ ନାଥ, ସମ୍ବଲପୁର: କୋର୍ଟ କାର୍ଯ୍ୟରୁ ଓକିଲଙ୍କୁ ମିଳିଲା ଫୁରସତ। ରବିବାର ଛୁଟି ଦିନ ଥିବାରୁ ସମ୍ବଲପୁର ଓକିଲ ସଙ୍ଘ ଆୟୋଜନ କରିଛନ୍ତି କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଏଥିରେ IPCକୁ ପରାସ୍ତ କରି CRPC ବିଜୟ ହୋଇଛି।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛି। ସହରର କମିସନର କଲୋନୀ କ୍ରିକେଟ କ୍ଳବ ପଡିଆରେ ସଙ୍ଘ ତାର ତୃତୀୟ ବାର୍ଷିକ ପ୍ରତିଯୋଗିତା ଆୟୋଜିତ ହୋଇଛି। ଏଥିରେ ମୋଟ ୪ଟି ଦଳ ଅଂଶ ଗ୍ରହଣ କରିଥିଲେ। ଯେଉଁମାନଙ୍କ ନାମକରଣ ଦଣ୍ଡ ସଂହିତାର ବିଭିନ୍ନ ବିଭାଗ ଅନୁସାରେ ହୋଇଥିଲା।
Also Read: ଯୁବପିଢି ପାଇଁ ସୁବର୍ଣ୍ଣ ସୁଯୋଗ; ତିନି ଦିନରେ ଶିଖିବେ ଫିଲ୍ମ ତିଆରି ଓ ଏଡିଟିଙ୍ଗ୍ କଳା
ପ୍ରତିଯୋଗିତା ପାଇଁ ସଂଘ CRPC, IPC, MACT ଓ Revenue ନାମରେ ୪ଟି ଦଳ ଗଠନ କରିଥିଲା। ତେବେ ଏହି ଏକ ଦିବସୀୟ କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ CRPC ଦଳ IPCକୁ ୯୩ ରନରେ ପରାସ୍ତ କରି ଚଳିତବର୍ଷର ବିଜେତା ହୋଇଛି। ପ୍ରତିବର୍ଷ ଜିଲ୍ଲା ଓକିଲ ସଂଘର ସବୁ ସଭ୍ୟଙ୍କ ମଧ୍ୟରେ ସୁସମ୍ପର୍କ ସୄଷ୍ଟି ପାଇଁ ଏହି ବନ୍ଧୁତ୍ୱପୁଣ୍ଣ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ କରିଥାଏ।