• କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିରର ଚାରିପାଖରେ ଓ ରଥଦାଣ୍ଡରେ ୧୪୪ ଧାରା ଲାଗୁ
  • ସ୍ନାନ ପୂର୍ଣ୍ଣିମା ପାଇଁ ଶୁକ୍ରବାର ସକାଳ ୭ ଯାଏ କଟକଣା
  • ସ୍ନାନପୂର୍ଣ୍ଣିମା ଛେରାପହଁରା ନୀତି କରିବାକୁ ଆସିବେନି ଗଜପତି ଦିବ୍ୟସିଂହ ଦେବ
  • ପରମ୍ପରା ଅନୁଯାୟୀ ମୁଦିରସ୍ତ କରିବେ ଛେରାପହଁରା
  • ଚଳିତ ବର୍ଷ ପୁରୀ ବ୍ୟତୀତ ଅନ୍ୟ କେଉଁଠି ହେବନି ରଥଯାତ୍ରା: ହାଇକୋର୍ଟ
  • ହାଇକୋର୍ଟଙ୍କ ଅନିଚ୍ଛା ପ୍ରକାଶ ପରେ ସୁପ୍ରିମକୋର୍ଟ ଯିବ ରଥଯାତ୍ରା ମାମଲା
  • ‘ସବୁ ଜୀବନ ମୂଲ୍ୟବାନ’ : ମୁଖ୍ୟମନ୍ତ୍ରୀ
  • ଟିକା ନେଇଥିଲେ ଇଣ୍ଡିଗୋ ବିମାନ ଯାତ୍ରୀଙ୍କୁ ୧୦% ରିହାତି
  • ରାଜ୍ୟରେ ନକଲି ଔଷଧ ଘଟଣାରେ ୩ ଗିରଫ
  • ଆତଙ୍କବାଦୀ ହାଫିଜ ସୟିଦ ଘର ନିକଟରେ ବିସ୍ଫୋରଣ, ୨ ମୃତ

Love Jihad ଓ ଗୋ-ହତ୍ୟା ସମସ୍ୟା ନେଇ SP ଅଫିସ୍ ଘେରିଲା ବିଜେପି ଯୁବ ମୋର୍ଚ୍ଚା

ବିଭିନ୍ନ ସମୟରେ ସହରରେ ଲଭ ଜିହାଦ, ଗୋହତ୍ୟା, ଗୋରୁ ଚାଲାଣ ହେଉଛି, ସେ ବାବଦରେ ମଧ୍ୟ ପୋଲିସକୁ ଅବଗତ କରାଗଲେ ମଧ୍ୟ ପୋଲିସ ନିରବ ରହୁଥିବା ବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ନିର୍ଭୟରେ ତାଙ୍କର କଳା କାରନାମା ଜାରି ରଖିଛନ୍ତି ବୋଲି ଅଭିଯୋଗ ହୋଇଛି।

 Love Jihad ଓ ଗୋ-ହତ୍ୟା ସମସ୍ୟା ନେଇ SP ଅଫିସ୍ ଘେରିଲା ବିଜେପି ଯୁବ ମୋର୍ଚ୍ଚା
Love Jihad ଓ ଗୋ-ହତ୍ୟା ସମସ୍ୟା ନେଇ SP ଅଫିସ୍ ଘେରିଲା ବିଜେପି ଯୁବ ମୋର୍ଚ୍ଚା

ସମ୍ବଲପୁର: ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଏସପି କାର୍ଯ୍ୟାଳୟ ଘେରିଲା ବିଜେପି ଯୁବ ମୋର୍ଚ୍ଚା। ଆଜି ବିଜେପି ଯୁବ ମୋର୍ଚ୍ଚା ତରଫରୁ ସମ୍ବଲପୁର ସହରରେ ବଢୁଥିବା ଅପରାଧ, ଗୋରୁଚାଲାଣ, ଗୋ ହତ୍ୟା, ଲଭ ଜିହାଦ ବିରୁଦ୍ଧରେରେ ଏସପି କାର୍ଯ୍ୟାଳୟ ଘେରାଉ କରାଯାଇଥିଲା।

କିଛି ଦିନ ପୂର୍ବରୁ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର (Jayanarayan Mishra) ଙ୍କ ଗାଡିକୁ ପଥର ମାରି ଭଙ୍ଗା ଯାଇଥିଲା। ପଶ୍ଚିମବଙ୍ଗରେ ମମତା ସରକାର ଆସିଥିବା ବେଳେ ସମ୍ବଲପୁରରେ ମଧ୍ୟ ଏହାର ପ୍ରତିଫଳନ ସ୍ୱରୂପ ବିଜେପି ବିଧାୟକଙ୍କ ଗାଡିକୁ ପଥର ମାରି ଭଙ୍ଗା ଯାଇଥିଲା। ସେ ବାବଦରେ CCTV ଫୁଟେଜ ମଧ୍ୟ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ବିଭିନ୍ନ ସମୟରେ ସହରରେ ଲଭ ଜିହାଦ, ଗୋହତ୍ୟା, ଗୋରୁ ଚାଲାଣ ହେଉଛି, ସେ ବାବଦରେ ମଧ୍ୟ ପୋଲିସକୁ ଅବଗତ କରାଗଲେ ମଧ୍ୟ ପୋଲିସ ନିରବ ରହୁଥିବା ବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ନିର୍ଭୟରେ ତାଙ୍କର କଳା କାରନାମା ଜାରି ରଖିଛନ୍ତି ବୋଲି ଅଭିଯୋଗ ହୋଇଛି।

Also Read: ସାଇଫନରେ ବୁଡି ଯୁବକ ମୃତ

ତେବେ ତୁରନ୍ତ ଏ ସବୁ ଦିଗ ପ୍ରତି ଜିଲ୍ଲା ପୋଲିସ (Sambalpur Police) ପଦକ୍ଷେପ ଗ୍ରହଣ କରୁ ନଚେତ ସ୍ଥିତି ଅସମ୍ଭାଳ ହେବ ବୋଲି ବିଜେପି ଯୁବ ମୋର୍ଚ୍ଚା ଚେତାବନୀ ଦେଇଛି। ଏ ସବୁ ଦାବି ନେଇ ଆଜି ଯୁବ ମୋର୍ଚ୍ଚା କର୍ମୀ, ଏସପିଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଏସପି ନିଜେ କହିଥିଲେ ଯେ, ସେ ଏ ବାବଦରେ ତଦାରଖ କରିବା ସହ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ତୁରନ୍ତ ଅଭିଯୋଗ ଦିଆଗଲେ ଯଥାଶୀଘ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ ବୋଲି ବିଜେପି ଯୁବ ମୋର୍ଚ୍ଚା ସଭାପତି, ଅଶ୍ୱିନୀ ମାଝୀ କହିଛନ୍ତି।