ଶିଶୁ କନ୍ୟା ବିକ୍ରି ଅଭିଯୋଗ, ଖଣ୍ଡନ କଲେ ବାପା ମା
Advertisement

ଶିଶୁ କନ୍ୟା ବିକ୍ରି ଅଭିଯୋଗ, ଖଣ୍ଡନ କଲେ ବାପା ମା

ଶିଶୁ ବିକ୍ରିକୁ ନେଇ ବିଗତ କିଛି ଦିନ ହେବ ସମ୍ବଲପୁରର ଚାରମାଳ ଅଞ୍ଚଳର ଚର୍ଚ୍ଚାରେ ରହି ଆସିଛି। ଗତ କିଛି ଦିନ ହେବ ଚାରମାଳ ଥାନା ଅନ୍ତର୍ଗତ କେଉଁଟିବାହାଲି ଗାଁର ଶିଶୁକନ୍ୟା ବିକ୍ରି ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଗୋଟିଏ ପଟେ ନବଜାତକର ମା ପିଲାକୁ ସ୍ୱଇଚ୍ଛାରେ ଦେଇ ଦେଇଥିବା ବେଳେ ଅନ୍ୟପଟେ ଚାଇଲ୍ଡଲାଇନ କିନ୍ତୁ ବିକ୍ରି ଅଭ

ଶିଶୁ କନ୍ୟା ବିକ୍ରି ଅଭିଯୋଗ, ଖଣ୍ଡନ କଲେ ବାପା ମା

ଅଜୟ ନାଥ, ସମ୍ବଲପୁର: ଶିଶୁ ବିକ୍ରିକୁ ନେଇ ବିଗତ କିଛି ଦିନ ହେବ ସମ୍ବଲପୁରର ଚାରମାଳ ଅଞ୍ଚଳର ଚର୍ଚ୍ଚାରେ ରହି ଆସିଛି। ଗତ କିଛି ଦିନ ହେବ ଚାରମାଳ ଥାନା ଅନ୍ତର୍ଗତ କେଉଁଟିବାହାଲି ଗାଁର ଶିଶୁକନ୍ୟା ବିକ୍ରି ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଗୋଟିଏ ପଟେ ନବଜାତକର ମା ପିଲାକୁ ସ୍ୱଇଚ୍ଛାରେ ଦେଇ ଦେଇଥିବା ବେଳେ ଅନ୍ୟପଟେ ଚାଇଲ୍ଡଲାଇନ କିନ୍ତୁ ବିକ୍ରି ଅଭିଯୋଗ ଆଣିଛି। 

ଘଟଣାଟି ଏହିପରି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଚାରମାଳ ଥାନା ଅନ୍ତର୍ଗତ କେଉଁଟିବହାଲୀ ଗାଁର ନଳିନୀ କର୍ଣ୍ଣଙ୍କର ଗତ ମାସ  ୧୯ ତାରିଖରେ ହସ୍ପିଟାଲରେ ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା lତେବେ ନଳିନୀଙ୍କର ପୂର୍ବରୁ ୫ଟି ପିଲା ଥିବା ବେଳେ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ପାଳିବା ତାଙ୍କ ପକ୍ଷେ କଷ୍ଟସାଧ୍ୟ ଥିଲା ବୋଲି ନଳିନୀ କହିଥିଲେ। ଫଳରେ ସେ ତାଙ୍କ ସ୍ୱଇଚ୍ଛାରେ ସେ ନବଜାତକକୁ ରେଢାଖୋଲ ଥାନା ଅନ୍ତର୍ଗତ କୁଶାପାଲି ଗ୍ରାମର ଲଳିତ ପ୍ରଧାନଙ୍କୁ ପ୍ରଦାନ କରିଥିବା ନେଇ ସେ କହିଥିଲେ। 

ସେପଟେ ଚାଇଲ୍ଡଲାଇନ ଏହି ଖବର ପାଇବା ପରେ ଶିଶୁ ବିକ୍ରି କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ଫଳରେ ଚାଇଲ୍ଡଲାଇନ ରେଢାଖୋଲ ଥାନାରେ ଅଭିଯୋଗ କରିଥିଲେ। ସେଥିପାଇଁ ନିଜ ଜନ୍ମିତ ଶିଶୁ କନ୍ୟାକୁ ଲଳିତ ପ୍ରଧାନଙ୍କୁ ୧୫ ହଜାର ଟଙ୍କାରେ ବିକ୍ରି କରିଥିଲେ ବୋଲି ଅଭିଯୋଗ କରାଯାଇଥିଲା lଏନେଇ ଚାଇଲ୍ଡ ଲାଇନ ଖବର ପାଇବା ପରେ ଶିଶୁକନ୍ୟାକୁ ଉଦ୍ଧାର କରିଥିଲା ଏବଂ ଚାରମାଳ ଥାନାରେ ଅଭିଯୋଗ କରିଥିଲା l କିନ୍ତୁ ଯାହା ଅଭିଯୋଗ ହୋଇଛି ସେ ବାବଦରେ ଶିଶୁକନ୍ୟା ଙ୍କୁ କିଣି ଥିବା ଓ ବିକ୍ରୀ କରିଥିବା ଉଭୟ ପକ୍ଷ ଏହାକୁ ଖଣ୍ଡନ କରିଛନ୍ତି।ନଳିନୀ କହିଛନ୍ତି ଯେ ୫ଟି ଛୁଆଙ୍କର ଲାଳନ ପାଳନ କରି ପାରି ନ ଥିବାରୁ ଦେଇ ଦେଇଥିବା କହିଥିବା ବେଳେ ନେଇଥିବା ଦମ୍ପତି ମଧ୍ୟ କୋର୍ଟରେ ଆଫିଡେବିଟ କରି ନେଇଥିବା କହିଛନ୍ତି।

ଏପଟେ ଥାନା ରେ ଅଭିଯୋଗ ହେଲା ପରେ ତଦନ୍ତ ଆରମ୍ଭ ହୋଇଥିଲା l ଶିଶୁ କନ୍ୟାକୁ ନେଇଥିବା ଦମ୍ପତିଙ୍କର କୌଣସି ସନ୍ତାନସନ୍ତତି ନ ଥିବା କାରଣରୁ ସେମାନେ ରେଢ଼ାଖୋଲ କୋର୍ଟରେ ଆଫିଡେଵିଟ କରି ଶିଶୁ କନ୍ୟାକୁ ନେଇଥିବା ଥାନାରେ କହିଛନ୍ତି lତେବେ ଚାଇଲ୍ଡଲାଇନର ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହେଇଛି ଏବଂ ଉଭୟ ଦମ୍ପତିକୁ ଥାନାକୁ ଡକାଯାଇ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ରହିଛି l

ଶିଶୁକନ୍ୟାକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ରେଢ଼ାଖୋଲ ମେଡିକାଲକୁ ନିଆଯାଇଥିଲା ଓ ତାପରେ ଉଭୟ ଶିଶୁ କନ୍ୟାର ମା ଓ ଶିଶୁ କନ୍ୟାକୁ କିଣିଥିବା ଦମ୍ପତିକୁ ସମ୍ବଲପୁରର ଶିଶୁ ସୁରକ୍ଷା ସମିତିକୁ ଚାରମାଳ ପୋଲିସ ଓ ଚାଇଲ୍ଡ ଲାଇନ ଆଣି ହସ୍ତାନ୍ତର କରିଥିଲେ lକିନ୍ତୁ ଯେ ହେତୁ ବର୍ତ୍ତମାନ ଏହା ଏକ ପୋଲିସ ମାମଲା ହୋଇଛି ଏବଂ cwc ହସ୍ତକ୍ଷେପ କରିଛି ସେଥିପାଇଁ ଉପଯୁକ୍ତ ପ୍ରମାଣ ଉପସ୍ଥାପନ ପାଇଁ କୁହା ଯାଇଥିବା ଜଣାପଡିଛି। ଏପଟେ ଥାନାରେ କେଶ ତଦନ୍ତ ପରିସରରେ ରହିଛି।ବର୍ତ୍ତମାନ ଏହି ଶିଶୁକନ୍ୟା ଛଞ୍ଚାନ ପାଲି ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରଖାଯାଇଛି। ଏହି ଶିଶୁ କନ୍ୟା ବିକ୍ରି ଅଭିଯୋଗକୁ ସମାଜସେଵୀ ଗୋବିନ୍ଦ ଅଗ୍ରୱାଲ ଘୋର ନିନ୍ଦା କରିଛନ୍ତି l