• ରାଜ୍ୟରେ ସଂକ୍ରମଣ ହାର କମୁଛି, ଆଗକୁ ଆହୁରି କମିବ: DMET ସିବିକେ ମହାନ୍ତି
  • ରେଡ୍‌ ଜୋନ୍‌ରେ ରାଜ୍ୟର ୭ଟି ଜିଲ୍ଲା
  • କେନ୍ଦୁଝର: ତୁରୁମୁଙ୍ଗା HP ପେଟ୍ରୋଲ ପମ୍ପ ନିକଟରେ ଟ୍ରକ୍‌-ବୋଲେରୋ ଧକ୍କା, ୨ ଡ୍ରାଇଭର ମୃତ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୩,୯୨୧ ଜୀବନ
  • ଦେଶରେ ଦିନକରେ ୭୦ ହଜାର ୪୨୧ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଆଉ ୪୪ ଜୀବନ ନେଲା ମହାମାରୀ କୋରୋନା
  • ରାଜ୍ୟରେ ଦିନକରେ ଆଉ ୪ ହଜାର ୩୩୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ‘ରଜ’ ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଶୁଭେଚ୍ଛା
  • ‘ରଜ ପର୍ବ’ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
  • ଆସନ୍ତା ୨୧ ତାରିଖରୁ ପିଲାମାନଙ୍କୁ ୟୁଟ୍ୟୁବ୍ ମାଧ୍ୟମରେ ପାଠ ପଢ଼ା, ମାର୍ଗଦର୍ଶିକା ଜାରି

କୋରୋନା ଯୁଦ୍ଧରେ ଲଢେଇ ପାଇଁ ଲୋକଙ୍କ ସହାୟତା ଲୋଡିଲେ ଜିଲ୍ଲାପାଳ

କୋରୋନା ମହାମାରୀକୁ ରୋକିବା ପାଇଁ ଲକଡାଉନ ଆରମ୍ଭ ହୋଇଥିବାବେଳେ ସମ୍ବଲପୁରବାସୀଙ୍କୁ କୋଭିଡ ଗାଇଡ଼ଲାଇନ ପାଳନ କରିବାକୁ ଜିଲ୍ଲାପାଳ ଶୁଭମ ସକ୍ସେନା ସୂଚନା ଦେଇଛନ୍ତି।

କୋରୋନା ଯୁଦ୍ଧରେ ଲଢେଇ ପାଇଁ ଲୋକଙ୍କ ସହାୟତା ଲୋଡିଲେ ଜିଲ୍ଲାପାଳ
ଫାଇଲ ଫଟୋ

ସମ୍ବଲପୁର: କୋରୋନା ସଂକ୍ରମଣ ରୋକିବାକୁ ଫିଲ୍ଡକୁ ଓଲ୍ହାଇଲେ କଲେକ୍ଟର। ଲକଡାଉନ ସମୟରେ କୋଭିଡ ଗାଇଡ଼ଲାଇନ ପାଳନ କରିବାକୁ କଲେ ଅପିଲ। କୋରୋନା ମହାମାରୀକୁ ରୋକିବା ପାଇଁ ଲକଡାଉନ ଆରମ୍ଭ ହୋଇଥିବାବେଳେ ସମ୍ବଲପୁରବାସୀଙ୍କୁ କୋଭିଡ ଗାଇଡ଼ଲାଇନ ପାଳନ କରିବାକୁ ଜିଲ୍ଲାପାଳ ଶୁଭମ ସକ୍ସେନା ସୂଚନା ଦେଇଛନ୍ତି। 

ସମ୍ବଲପୁର ତଥା ରାଜ୍ୟରେ ଗତ ୫ ତାରିଖରୁ ଲକଡାଉନ (Lockdown) ଲାଗୁ ହୋଇଛି। ସାରା ରାଜ୍ୟରେ ୧୯ ତାରିଖ  ପର୍ଯ୍ୟନ୍ତ ଲକଡାଉନ ଜାରି ରହିଥିବା ବେଳେ ସମ୍ବଲପୁରରେ ମଧ୍ୟ ଏହାର ପ୍ରଭାବ  ରହିଛି। ଲକଡାଉନ ସମୟରେ କୋଭିଡ ଗାଇଡ଼ଲାଇନ (Covid19 Guidelines) ପାଳନ କରିବାକୁ ସମ୍ବଲପୁର ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଅପିଲ କରିଛନ୍ତି । 

Also Read: Lockdownର ବିକଳ ଦୃଶ୍ୟ; ଡ଼ଷ୍ଟବିନରେ ଭୋକିଲା ମଣିଷର ଖାଦ୍ୟ ସନ୍ଧାନ

 

ସମ୍ବଲପୁର (Sambalpur) ଜିଲ୍ଲାରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଏନେଇ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା ପ୍ରତିକ୍ରିୟା ରଖିବା ସହ ଜିଲ୍ଲାବାସୀଙ୍କୁ ଲକଡାଉନ ସମୟରେ କୋଭିଡ ଗାଇଡ଼ଲାଇନକୁ ପାଳନ କରିବାକୁ ଅପିଲ କରିଛନ୍ତି। ସାମାଜିକ ଦୂରତ୍ୱ (Social Distance) ବଜାୟ ରଖିବା ସହ ମାସ୍କ ପିନ୍ଧିବାକୁ ସେ କହିଛନ୍ତି। ଏହା ସହ ଜିଲ୍ଲାପାଳ ଜିଲ୍ଲାର କୋରୋନା ସ୍ଥିତି ସମୀକ୍ଷା କରିଛନ୍ତି।

ଜିଲ୍ଲାରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରର ବ୍ୟବସ୍ଥା କରାଯାଇଛି। ଏହା କିପରି କାର୍ଯ୍ୟ କରୁଛି ସେନେଇ ନଜର ରଖାଯାଇଛି। ଏହା ସହ ଜିଲ୍ଲା ପ୍ରଶାସନର ଅଧିକାରୀ, କର୍ମଚାରୀ, ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀ ନିରନ୍ତର ରୋଗୀ ସେବାରେ ଲାଗିଥିବା ଜିଲ୍ଲାପାଳ କହିଛନ୍ତି।