ଧାନ ବିକ୍ରି ଓ ମଣ୍ଡି ସମସ୍ୟା (Mandi Problems) କୁ ନେଇ କିଛି ଗତ ସପ୍ତାହରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ (Subash Panigrahi) ବିଧାନସଭା ଭିତରେ ସାନିଟାଇଜର ପିଇବା ଉଦ୍ୟମ କରିଥଲେ।
Trending Photos
)
ସମ୍ବଲପୁର: ରାଜନେତାଙ୍କ ହାଇଭୋଲଟେଜ୍ ଡ୍ରାମାର ଲାଇଭ୍ ଦେଖିଲା ସମ୍ବଲପୁର। କୃଷକଙ୍କ ସମସ୍ୟାକୁ ନେଇ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏହି ଘଟଣାର ସପ୍ତାହେ ନ ବିତୁଣୁ ଚାଷୀ କୀଟନାଶକ ପିଇ ଜୀବନ ହାରିଥିବା ଅଭିଯୋଗ ହେଇଛି।
ଧାନ ବିକ୍ରି ଓ ମଣ୍ଡି ସମସ୍ୟା (Mandi Problems) କୁ ନେଇ କିଛି ଗତ ସପ୍ତାହରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ (Subash Panigrahi) ବିଧାନସଭା ଭିତରେ ସାନିଟାଇଜର ପିଇବା ଉଦ୍ୟମ କରିଥଲେ। କିନ୍ତୁ ତାଙ୍କୁ ଉଭୟ କଂଗ୍ରେସ ଓ ବିଜେଡି ନେତା ଅଟକାଇଥିଲେ। ଗତକାଲି ରେଙ୍ଗାଲି (Rengali) ବ୍ଲକ କୁସୁମଦିହି ଗ୍ରାମର ଦାମୋଦର ବଗର୍ତ୍ତି ସତସତିକା ବିଷ ପିଇଛନ୍ତି। କିନ୍ତୁ ସେହି ସମୟରେ ତାଙ୍କୁ ବୁଝାଇବାକୁ ନା କୌଣସି ନେତା ଥିଲେ ନା ବିଧାୟକ। ଶୁଖିଲାଟାରେ ଚାଲିଗଲା ଜଣେ ଯୁବ କୃଷକର ଜୀବନ।
Also Read: ହେଉନି ସମାଧାନ: ଚାଷୀଙ୍କୁ ନେଇ ରାଜନୈତିକ ଦଳ ମଧ୍ୟରେ ଟଣାଓଟରା
ମୃତକଙ୍କ ପରିବାରର କହିବା ଅନୁସାରେ, ୩୫ ବର୍ଷୀୟ ଦାମୋଦର ବଗର୍ତ୍ତି ସାହୁକାରଠୁ ହାତ ଉଧାରୀ ଆଣି ୩ ଏକର ଜମିରେ ଧାନ ଚାଷ କରିଥିଲେ। କିନ୍ତୁ ମଣ୍ଡି ସମସ୍ୟା ପାଇଁ ଅମଳ ହୋଇଥିବା ଧାନ ବିକ୍ରି ହୋଇନାହିଁ। ଯାହାକୁ ନେଇ ଚିନ୍ତାରେ ଥିଲେ। ଆଉ ଋଣ ଭାର ସହ ପରିବାର ଭରଣ ପୋଷଣ ଚିନ୍ତାରେ ଗତ ୧୨ ତରିଖରେ ବିଲ ହୁଡାରେ କୀଟନାଶକ ପିଇଥିଲେ (Farmers Suicide)। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ରେଙ୍ଗାଲି ଓ ପରେ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା । ଶେଷରେ ଗତକାଲି ଦାମୋଦର ବୁର୍ଲା ହସ୍ପିଟାଲ (Burla Hospital) ରେ ଆଖିବୁଜିଛନ୍ତି।
ରାଜ୍ୟରେ କୃଷକ (Odisa Farmers) ଙ୍କ ସ୍ଥିତି ସୁଧୁରିବା ବଦଳରେ ଅବ୍ୟବସ୍ଥା ବୃଦ୍ଧି ପାଇବାରେ ଲାଗିଛି। ମଣ୍ଡି (Mandi) ଥିଲେ ମିଲର୍ସ ନାହିଁ, ଚାଷୀ ଓ ଧାନ ଥିଲେ ଟୋକନ ନାହିଁ। କେତେବେଳେ ତ ନିର୍ଦ୍ଧାରିତ ସମୟ ପୂର୍ବରୁ ହିଁ ସରକାରଙ୍କ ଧାନକିଣା ଟାର୍ଗେଟ ପୁରା ହେଇଯାଉଛି। ବିଧାନସଭା (Odisha Assembly) ରେ ବିଧାୟକଙ୍କ ହୋହାଲ୍ଲା, ସାଂସଦମାନଙ୍କ କେନ୍ଦ୍ର କୃଷି ମନ୍ତ୍ରୀ (Union Agriculture Minister) ଙ୍କୁ ମେମୋରେଣ୍ଡମ ସତ୍ତ୍ୱେ ବି କେହି ଶୁଣୁ ନାହାଁନ୍ତି।
Also Read: ଦେଉଳ ନେଇଛି ଜଳସମାଧି! ମହାନଦୀ ପରେ ବୈତରଣୀରେ କୀର୍ତ୍ତିରାଜି
ପ୍ରତିବର୍ଷ ଧାନକିଣା ବେଳେ ପଶ୍ଚିମ ଓଡିଶା ଚାଷୀ (Western Odisha farmers) ହିଁ ନାନା ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏଠାରେ ହିଁ ଅଧିକ ବିରୋଧ ପ୍ରଦର୍ଶନ କରାଯାଏ। ଆଉ ଚାଷୀ ଆତ୍ମହତ୍ୟା ସଂଖ୍ୟା ମଧ୍ୟ ଏହି ଅଞ୍ଚଳରେ ଅଧିକ। ଦୀର୍ଘ ଦିନ ଧରି ସମସ୍ୟା ଲାଗି ରହିଛି। ତଥାପି ତାହା ବର୍ତ୍ତମାନ ସୁଦ୍ଧା ସମାଧାନ ହୋଇ ପାରୁନାହିଁ। ସେପଟେ ସବୁ ବ୍ୟବସ୍ଥା ହୋଇଛି ବୋଲି ସରକାର କହୁଛନ୍ତି। କିନ୍ତୁ କୃଷକ ତାକୁ ଖୋଜି ପାଇପାରୁନାହିଁ।