ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ NH-55 ଅବରୋଧ
Advertisement

ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ NH-55 ଅବରୋଧ

ସମ୍ବଲପୁର (Sambalpur) ଜିଲ୍ଲା ଜୁଜୁମୁରା ବ୍ଲକରେ ବର୍ଷା ଅଭାବ ଯୋଗୁ ମରୁଡି ପରିସ୍ଥିତି ଉପୁଜିଛି। ସେଥିପାଇଁ ସରକାର ତୁରନ୍ତ ବ୍ଲକକୁ ମରୁଡି ଘୋଷଣା କରନ୍ତୁ ଚାଷୀମାନେ ବୋଲି ଦାବି କରିଛନ୍ତି।

ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ NH-55 ଅବରୋଧ

ସମ୍ବଲପୁର: କିଛି ଦିନ ହେବେ ରାଜ୍ୟରେ ବର୍ଷା ଲାଗିରହିଛି। ପ୍ରାୟ ୨୬ଟି ଜିଲ୍ଲାରେ ଗତ ୨୪ ଘଣ୍ଟାରେ ଆବଶ୍ୟକଠାରୁ ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ବର୍ଷା ରେକର୍ଡ କରାଯାଇଛି। ସେପଟେ ମରୁଡି ଘୋଷଣା ଓ ପ୍ରଧାନମନ୍ତ୍ରୀ ଫସଲବୀମା ପ୍ରଦାନ ଦାଵୀ ନେଇ ଚାଷୀମାନେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ। 

ସମ୍ବଲପୁର (Sambalpur) ଜିଲ୍ଲା ଜୁଜୁମୁରା ବ୍ଲକରେ ବର୍ଷା ଅଭାବ ଯୋଗୁ ମରୁଡି ପରିସ୍ଥିତି ଉପୁଜିଛି। ସେଥିପାଇଁ ସରକାର ତୁରନ୍ତ ବ୍ଲକକୁ ମରୁଡି ଘୋଷଣା କରନ୍ତୁ ଚାଷୀମାନେ ବୋଲି ଦାବି କରିଛନ୍ତି। ଏହା ସହ ବ୍ଲକର ଲିପିଣ୍ତା, କୟାକୁଦ, ଗଡଲୋଇସିଂ, କେଶାପାଲି ପଂଚାୟତର ଶହ ଶହ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇବାରେ ବଞ୍ଚିତ ହୋଇଛନ୍ତି ବୋଲି ଅଭିଯୋଗ ହୋଇଛି। 

Also Read: ଜଳ ବନ୍ଦୀରେ ଓଡ଼ିଶା! ପୁରୀ ଜିଲ୍ଲାରେ ୮୭ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ଚାଷୀ (Farmer) ଙ୍କ ସମସ୍ୟା ନେଇ ପୂର୍ବରୁ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିଲା। ଫଳରେ ସୋମବାର ଜୁଜୁମୁରା ଛକ (Jujomura) ରେ ବ୍ଲକର ଶତାଧିକ ଚାଷୀ ସମ୍ବଲପୁର-କଟକ ୫୫ ନମ୍ବର ରାଜପଥ (National Highway) ଅବରୋଧ କରିଛନ୍ତି। ସେପଟେ ଅନ୍ଦୋଳନ ଯୋଗୁଁ ରାଜପଥରେ ଶହ ଶହ ଯାନବାହାନ ଅଟକି ରହିଛି।

fallback