• ଆସାମ: ପୋଲିସର ଗୁଳିମାଡ଼ ପ୍ରତିବାଦରେ ସଂଖ୍ୟାଲଘୁ ଛାତ୍ର ସଂଗଠନର ବନ୍ଦ ଡାକରା
  • ସଂଗଠନର ୧୨ ଘଣ୍ଟିଆ ବନ୍ଦ ଡାକରାକୁ ବିଭିନ୍ନ ସଂଗଠନ ଓ ଦଳର ସମର୍ଥନ
  • ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ଘଟଣାର ତଦନ୍ତ ନିର୍ଦେଶ
  • ଗଞ୍ଜାମ ଜରଡ଼ା ଥାନା ଭୀମପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ବୋମାମାଡ଼ରେ ୪ ଗୁରୁତର
  • ଦେବଗଡ଼ ରିଆମାଳ ଥାନା ଅଞ୍ଚଳରେ ୧୨ ବର୍ଷୀୟା ଛାତ୍ରୀଙ୍କୁ ଦୁଷ୍କର୍ମ
  • କଙ୍କରଖୋଲ ଜଙ୍ଗଲକୁ ଟେକି ନେଇ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ
  • ୬ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ସେପ୍ଟେମ୍ବର ୨୬ରେ ମାଓ ପ୍ରଭାବିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବୈଠକ
  • କଟକ ମୁଣ୍ଡଳୀରେ ଅପରେଲନ ଗଜରାଜ
  • ଦଳରୁ ଅଲଗା ହୋଇଯାଇଥିବା ହାତୀକୁ ଉଦ୍ଧାର ପାଇଁ ଅଗ୍ନିଶମ ଓ ବନ ବିଭାଗର ଉଦ୍ୟମ ଜାରି

ଖସୁଛି ହୀରାକୁଦର ଜଳସ୍ତର; ୨ଟି ଗେଟ୍ ବନ୍ଦ ପରେ ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ଆଉ ୧୨ଟି ଗେଟ୍ ଦେଇ ହୀରାକୁଦର ବନ୍ୟାଜଳ ନିଷ୍କାସିତ ହେଉଛି।

ଖସୁଛି ହୀରାକୁଦର ଜଳସ୍ତର; ୨ଟି ଗେଟ୍ ବନ୍ଦ ପରେ ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ
ଫାଇଲ ଫଟୋ

ସମ୍ବଲପୁର: ଧୀରେ ଧୀରେ ଖସୁଛି ହୀରାକୁଦ ନଦୀବନ୍ଧର ଜଳସ୍ତର। ଆଜି ସକାଳେ ଡ୍ୟାମର ୨ଟି ଗେଟ୍ ବନ୍ଦ କରାଯାଇଛି। ଆଉ ୧୨ଟି ଗେଟ୍ ଦେଇ ହୀରାକୁଦର ବନ୍ୟାଜଳ ନିଷ୍କାସିତ ହେଉଛି। 

ହୀରାକୁଦ ନଦୀବନ୍ଧ (Hirakud Dam) ର ଜଳସ୍ତର କମୁଥିବାରୁ ଆଜି ସକାଶଳେ ଦୁଇଟି ଗେଟ ବନ୍ଦ   କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ୨ଟି ଗେଟ୍ ବନ୍ଦ ହେବା ପରେ ଏବେ ୧୨ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି। ବାମ ପଟର ଆଠଟି ଗେଟ ଓ ଡାହାଣ ପଟର ଚାରିଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି।

Also Read: ଦଶଟି ଗ୍ରାମ ପାଇଁ ଲୋଡା ଗୋଟିଏ କଲଭର୍ଟ; ଟଙ୍କା ଦେବାକୁ ନାରାଜ ସରକାର

ଆଜିର ରିପୋର୍ଟ ଅନୁଯାୟୀ ହୀରାକୁଦର ଜଳସ୍ତର ୬୦୫.୫୪ ଫୁଟ ରହିଛି। ଉପର ମୁଣ୍ଡରୁ ଏକ ଲକ୍ଷ ୭୯୯  କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ତଳ ମୁଣ୍ଡରୁ ୨ ଲକ୍ଷ ୨୬ ହଜାର ୬୮୭ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ହୀରାକୁଦ ନଦୀବନ୍ଧର ଜଳଧାରଣ କ୍ଷମତା ହେଉଛି ୬୩୦ ଫୁଟ।