ଅସରନ୍ତି ସମସ୍ୟାର ଗାଁ ନୁନଭେଟ୍
X

ଅସରନ୍ତି ସମସ୍ୟାର ଗାଁ ନୁନଭେଟ୍

ନୁନଭେଟ୍ ଗ୍ରାମକୁ ବିଦ୍ୟୁତ ଯୋଗାଣ ପାଇଁ ତାର ଟଣାଯିବା ସହ ଟ୍ରାନ୍ସଫର୍ମର ବି ଖଞ୍ଜା ଯାଇଛି। ତେବେ ବିଦ୍ୟୁତରେ ଘରେ କେବେ ଲାଇଟ ବଲ୍ବ ଜଳେ ତାହା ଗ୍ରାମବାସୀଙ୍କ ସଠିକ ମନେ ନାହିଁ। 

ଅସରନ୍ତି ସମସ୍ୟାର ଗାଁ ନୁନଭେଟ୍

ସମ୍ବଲପୁର: ମୌଳିକ ସୁବିଧାରୁ ଅପହଞ୍ଚ ଗାଁ ନୁନଭେଟ୍। ସରକାର ସବୁବେଳେ ଗ୍ରାମାଞ୍ଚଳର ବିକାଶ କଥା କହୁଥିବା ବେଳେ ବାସ୍ତବରେ ତାହାର ସଠିକ କାଯ୍ୟକାରିତା ନେଇ ପ୍ରଶ୍ନ ଉଠିଛି। ଗ୍ରାମାଞ୍ଚଳର ବିକାଶ ତୄଣମୂଳ ସ୍ତରରେ ସଠିକ କାଯ୍ୟକାରୀ ହେଉନଥିବାରୁ ବହୁ ଦୁଖଃ ଦୁର୍ଦ୍ଦଶା ଭୋଗୁଛନ୍ତି ସମ୍ବଲପୁର ଜିଲ୍ଲା ନୁନଭେଟ୍ ଗ୍ରାମର ଶହ ଶହ ବାସିନ୍ଦା। 

ସମ୍ବଲପୁର ଜିଲ୍ଲାର ବଣପାହାଡ ଘେରା ପ୍ରକୄତି କୋଳରେ ସଜ୍ଜିତ ହୋଇଥିବା ନୁନଭେଟ୍ ଗାଁ। ଜମନକିରା ବ୍ଳକ କୁଲୁଣ୍ଡି ପଞ୍ଚାୟତର ଏହି ଗାଁରେ ଲୋକଙ୍କ ଦୁର୍ଦ୍ଦଶା ଯିଏ ନ ଦେଖିଛି ସେ ଅନୁଭବ କରିପାରିବ ନାହିଁ। ଏମାନଙ୍କର ରହିଛି ଅସରନ୍ତି ସମସ୍ୟା। ନିଜ ପଞ୍ଚାୟତ ଠାରୁ ଏମାନଙ୍କ ଗ୍ରାମର ଦୂରତା ୨୫ କିମି। ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ସାମାନ୍ୟ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ନୁନଭେଟ୍ ବାସିନ୍ଦା। ଗ୍ରାମରେ ନା ଅଛି ମୋବାଇଲ ନେଟୱାର୍କ, ନା ଅଛି ପାନୀୟ ଜଳର ସୁବିଧା। ସବୁ ସରକାରୀ ସୁବିଧା ସୁଯୋଗ ଏମାନଙ୍କ ପାଇଁ ଯେମିତି ସାତସପନ ପରି ମନେ ହୁଏ।

Also Read: କମଲାନାଲିରେ ନବୀନଙ୍କ ବିକାଶ ଜଳଜଳ; ନାଳ ରାସ୍ତା ପାଇଁ ବାଟରେ ଅଟକିଲା ଆମ୍ବୁଲାନ୍ସ, ଝିଅ ମୃତ

ନୁନଭେଟ୍ ଗ୍ରାମକୁ ବିଦ୍ୟୁତ ଯୋଗାଣ ପାଇଁ ତାର ଟଣାଯିବା ସହ ଟ୍ରାନ୍ସଫର୍ମର ବି ଖଞ୍ଜା ଯାଇଛି। ତେବେ ବିଦ୍ୟୁତରେ ଘରେ କେବେ ଲାଇଟ ବଲ୍ବ ଜଳେ ତାହା ଗ୍ରାମବାସୀଙ୍କ ସଠିକ ମନେ ନାହିଁ। କାରଣ ଥରେ ବିଦ୍ୟୁତ ସଂଯୋଗ ଗଲେ କେବେ ପୁଣି ଆସିବ ତାହା ଜଣା ନାହିଁ। ସେଥିପାଇଁ ଭଗବାନଙ୍କ ଭରସାରେ ଥାନ୍ତି ନୁନଭେଟ୍ ଗ୍ରାମର ବାସିନ୍ଦା। ତେବେ ମୋବାଇଲ ନେଟୱାର୍କ ନଥିବାରୁ ମେଡ଼ିକାଲ ଅସୁବିଧାରେ ଆମ୍ବୁଲାନ୍ସ କୁ ଫୋନ କରିବା ପାଇଁ ଗ୍ରାମବାସୀ ବହୁ ସମସ୍ୟା ଭୋଗ କରିଥାନ୍ତି। 

ଗ୍ରାମର ସବୁ ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ଜନପ୍ରତିନିଧିଙ୍କ ଠାରୁ ପ୍ରଶାସନିକ ବାବୁଙ୍କଠାରେ ଗୁହାରି କରିଥିଲେ ମଧ୍ୟ ନୁନଭେଟ୍ ଗ୍ରାମବାସୀ କୌଣସି ସୁଫଳ ପାଇପାରିନାହାନ୍ତି। ଏଭଳି ସମୟରେ ଯେଉଁଠି ସ୍ଥାନୀୟ ଜନପ୍ରତିନିଧି ଲୋକଙ୍କ ସମସ୍ୟାରେ ଜଡିତ ହୋଇ ସମାଧାନ କରିବା କଥା ସେ ତାଙ୍କ ଗାଁର ସମସ୍ୟା ଶୁଣୁ ନ ଥିବା ସାଧାରଣରେ ଅଭିଯୋଗ ହୋଇଛି।

Trending news