Advertisement
Article Detail0/zeeodisha/odisha862704

ଏହି ଥାନାକୁ ମିଳିଲା ରାଜ୍ୟର ଶ୍ରେଷ୍ଠ ପୋଲିସ ଷ୍ଟେସନ ସମ୍ମାନ

ଥାନା ପକ୍ଷରୁ ଲୋକଙ୍କୁ ଦିଆଯାଉଥିବା ସେବା, ଥାନା ପ୍ରତି ସାଧାରଣ ଲୋକଙ୍କ ଅଭିଯୋଗ, ଥାନା ପ୍ରତି ଲୋକଙ୍କ ସକାରାତ୍ମକ ମନ୍ତବ୍ୟ ଓ ଥାନାର ଭିତ୍ତିଭୂମି ଆଧାରରେ କୁଚିଣ୍ଡା ରାଜ୍ୟର ଶ୍ରେଷ୍ଠ ପୋଲିସ ଷ୍ଟେସନ ମାନ୍ୟତା ମିଳିଛି।

ଏହି ଥାନାକୁ ମିଳିଲା ରାଜ୍ୟର ଶ୍ରେଷ୍ଠ ପୋଲିସ ଷ୍ଟେସନ ସମ୍ମାନ
ଏହି ଥାନାକୁ ମିଳିଲା ରାଜ୍ୟର ଶ୍ରେଷ୍ଠ ପୋଲିସ ଷ୍ଟେସନ ସମ୍ମାନ

ଅଜୟ ନାଥ, ସମ୍ବଲପୁର: କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଶେଷ୍ଠା ଥାନା ତାଲିକା ପ୍ରସ୍ତୁତ କରାଯାଇଛି। ୨୦୧୯ ମସିହା ରେକିଂରେ ସମ୍ବଲପୁରର କୁଚିଣ୍ଡା ଥାନା ସ୍ଥାନ ପାଇଛି। ଏହି ଥାନାକୁ ରାଜ୍ୟର ଶ୍ରେଷ୍ଠ ପୋଲିସ ଷ୍ଟେସନର ମାନ୍ୟତା ମିଳିଛି।

ସମ୍ବଲପୁରର କୁଚିଣ୍ଡା ଥାନା (Kuchinda Police Station) ରାଜ୍ୟର ଶ୍ରେଷ୍ଠ (exellence award) ପୋଲିସ ଷ୍ଟେସନ। ଥାନା ପକ୍ଷରୁ ଲୋକଙ୍କୁ ଦିଆଯାଉଥିବା ସେବା, ଥାନା ପ୍ରତି ସାଧାରଣ ଲୋକଙ୍କ ଅଭିଯୋଗ, ଥାନା ପ୍ରତି ଲୋକଙ୍କ ସକାରାତ୍ମକ ମନ୍ତବ୍ୟ ଓ ଥାନାର ଭିତ୍ତିଭୂମି ଆଧାରରେ କୁଚିଣ୍ଡା ରାଜ୍ୟର ଶ୍ରେଷ୍ଠ ପୋଲିସ ଷ୍ଟେସନ ମାନ୍ୟତା ମିଳିଛି। ୨୦୧୯ ମସିହା ପାଇଁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ (Union Home Ministy) ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ କୁଚିଣ୍ଡାକୁ ଶ୍ରେଷ୍ଠ ଥାନା ଭାବରେ ବିବେଚିତ କରାଯାଇଛି।

Also Read: କୋରୋନାର ପଜିଟିଭ୍-ନେଗେଟିଭ୍ ଖେଳ; କାହାକୁ ବଞ୍ଚାଉଛନ୍ତି ସରକାର?

Add Zee News as a Preferred Source

ଦେଶବ୍ୟାପୀ ଥାନାକୁ ନେଇ ବିଭିନ୍ନ ମାନଦଣ୍ଡ ଆଧାରରେ ସର୍ଭେ କରାଯାଇଥିଲା। ଆଉ ସେଥିରେ କୁଚିଣ୍ଡା ଥାନା ରାଜ୍ୟର ଅନ୍ୟ ଥାନା ଗୁଡିକ ତୁଳନାରେ ବହୁତ ଭଲ କାମ କରିଥିଲା। ଯେଉଁଥିପାଇଁ ଏହି ଥାନାକୁ କେନ୍ଦ୍ର ସରକାର ପୁରସ୍କୃତ କରିଛନ୍ତି। ସମ୍ବଲପୁର ଉତ୍ତରାଞ୍ଚଳ ଆଇଜି (Sambalpur Northen IG) ନରସିଂହ ଭୋଳ କୁଚିଣ୍ଡା ଥାନା ଅଧିକାରୀ କମଳ କୁମାର ପଣ୍ଡାଙ୍କୁ ଗୃହ ବିଭାଗ ଦ୍ଵାରା ପ୍ରଦତ୍ତ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଛନ୍ତି। ଏହି ସମ୍ମାନ ଦେଇ ଆଇଜି ନରସିଂହ ଭୋଳ ଖୁସି ବ୍ୟକ୍ତି କରିବା ସହ ଏହା ବହୁ ଲୋକଙ୍କୁ ପ୍ରେରଣା ଦେବ ବୋଲି କହିଛନ୍ତି। 

fallback

 

 

 

 

  

About the Author