• କଳାହାଣ୍ଡି: ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ନିଖୋଜ ମାମଲା
  • ମହାଲିଙ୍ଗ ସ୍ଥିତ ନିର୍ମାଣାଧୀନ ଷ୍ଟାଡିୟମରୁ ମିଳିଲା ପୋଡ଼ାକାଠ, ପାଉଁଶ
  • ଜେସିବି ଦ୍ୱାରା ମାଟି ଖୋଳି ପୋଡ଼ାକାଠ, ପାଉଁଶ ଉଦ୍ଧାର
  • ମମିତାଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ସନ୍ଦେହ
  • ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ
  • ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କଲା ଯୁବ କଂଗ୍ରେସ
  • ମମିତା ମେହେର ଅପହରଣ ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ରାଜ୍ୟ ବିଜେପି ସଭାପତି
  • କେରଳରେ ବନ୍ୟାର ତାଣ୍ଡବ: ୪୧ ମୃତ, ୧୧ଟି ଡ୍ୟାମ୍ ପାଇଁ ରେଡ୍‌ ଆଲର୍ଟ ଜାରି
  • ମନୀଷ ଅନୁରାଗ ହତ୍ୟା ମାମଲା
  • ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଇନଫୋସିଟି ପୋଲିସର ଜେରା

କମଲାନାଲିରେ ନବୀନଙ୍କ ବିକାଶ ଜଳଜଳ; ନାଳ ରାସ୍ତା ପାଇଁ ବାଟରେ ଅଟକିଲା ଆମ୍ବୁଲାନ୍ସ, ଝିଅ ମୃତ

କମଳାନାଳି ଗାଁ ସୁଦପଡାର ଅର୍ଜୁନ ଦେହୁରୀ ଓ ବାସନ୍ତୀ ଦେହୁରୀଙ୍କ ୫ ବର୍ଷୀୟ ଝିଅ ମିତା ଦେହୁରୀ ସୋମବାର ସନ୍ଧ୍ୟାରେ ଗାଁ ଦାଣ୍ଡରେ ସାଙ୍ଗ ସାଥୀଙ୍କ ସହ ଖେଳୁଥିବା ବେଳେ ହଠାତ୍ ଅସାବଧାନତା ହେତୁ ପାଖରେ ଥିବା କୂଅରେ ପଡ଼ିଯାଇଥିଲା।

କମଲାନାଲିରେ ନବୀନଙ୍କ ବିକାଶ ଜଳଜଳ; ନାଳ ରାସ୍ତା ପାଇଁ ବାଟରେ ଅଟକିଲା ଆମ୍ବୁଲାନ୍ସ, ଝିଅ ମୃତ
କମଲାନାଲିରେ ନବୀନଙ୍କ ବିକାଶ ଜଳଜଳ; ନାଳ ରାସ୍ତା ପାଇଁ ବାଟରେ ଅଟକିଲା ଆମ୍ବୁଲାନ୍ସ, ଝିଅ ମୃତ

ସମ୍ବଲପୁର: ନାଳ ରାସ୍ତା ପାଇଁ ଗାଁକୁ ଆସି ପାରିଲାନାହିଁ ଆମ୍ବୁଲାନ୍ସ। କୂଅରେ ପଡି ଉଦ୍ଧାର ହୋଇଥିବା ଶିଶୁ କନ୍ୟାକୁ ନିଆଯାଇ ପାରିଲାନାହିଁ ହସ୍ପିଟାଲ। ଝିଅକୁ ୨ କିମି କାନ୍ଧରେ ବୋହି ଆଣିଲା ବାପା। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ଘୁଷୁରାମାଲ ପଂଚାୟତର କମଲାନାଲି ଗାଁରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି।

ସାଙ୍ଗ ମାନଙ୍କ ସହ ଖେଳୁଥିବା ବେଳେ  ଅସାବଧାନତା ଯୋଗୁଁ ୫ ବର୍ଷର କୁନି ଝିଅ କୂଅରେ ପଡ଼ିଗଲା। ବୋହୁ ଖୋଜାଖୋଜି ପରେ କୂଅରୁ ଉଦ୍ଧାର କରି  ମେଡିକାଲ ନେବାପାଇଁ ଗାଁ ଲୋକେ ଆମ୍ବୁଲାନ୍ସ ଡକାଇଲେ। ତେବେ ଗାଁକୁ ଯିବା ବାଟରେ ଏକ ନାଳ ପଡ଼ିବାରୁ  ଆମ୍ବୁଲାନ୍ସ ଗାଁକୁ ଯାଇ ପାରିଲାନାହିଁ। ଶେଷରେ ହତଭାଗା ବାପା, ଝିଅକୁ କାନ୍ଧେଇ ଦୁଇ କିମି ରାସ୍ତା ଚାଲି, ନାଳ ପାର‌ ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଲେ। ଶେଷରେ ଡାକ୍ତରଖାନାରେ ଡାକ୍ତର ଝିଅକୁ ମୃତ ଘୋଷଣା କଲେ। 

Also Read: ସମ୍ବଲପୁରରେ ଲକ୍ଷ୍ମୀପୁର ଚାଷୀ ହତ୍ୟା ଘଟଣାର ପ୍ରତିବାଦ

କମଳାନାଳି ଗାଁ ସୁଦପଡାର ଅର୍ଜୁନ ଦେହୁରୀ ଓ ବାସନ୍ତୀ ଦେହୁରୀଙ୍କ ୫ ବର୍ଷୀୟ ଝିଅ ମିତା ଦେହୁରୀ ସୋମବାର ସନ୍ଧ୍ୟାରେ ଗାଁ ଦାଣ୍ଡରେ ସାଙ୍ଗ ସାଥୀଙ୍କ ସହ ଖେଳୁଥିବା ବେଳେ ହଠାତ୍ ଅସାବଧାନତା ହେତୁ ପାଖରେ ଥିବା କୂଅରେ ପଡ଼ିଯାଇଥିଲା। କିଛି ସମୟ ପରେ ଝିଅକୁ ନପାଇ ଖୋଜାଖୋଜି କଲାପରେ  ସନ୍ଦେହରେ କୂଅରେ ଘର ଲୋକେ ଖୋଜିଥିଲେ। ତେବେ ଝିଅକୁ କୂଅରୁ ଉଦ୍ଧାର କରି ରେଢ଼ାଖୋଲ ମେଡିକାଲକୁ ନେବାପାଇଁ ଆମ୍ବୁଲାନ୍ସ ମଧ୍ୟ ଡକା ହେଲା। ୧୦୮ ଆମ୍ବୁଲାନ୍ସ ଆସିଲା ହେଲେ କମଳାନାଳି ଗାଁକୁ ନାଳ ରାସ୍ତା ଥିବାରୁ ଆମ୍ବୁଲାନ୍ସ ଯାଇ ପାରିଲାନାହିଁ।  

ଝିଅ ମିତା ବଞ୍ଚିଥିବ ଭାବି ବାପା ମା ଦୁହେଁ ଝିଅ କୁ କାଖେଇ ୨ କିମି ରାସ୍ତା ଚାଲି ଚାଲି ନାଳ ପାର କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ତେବେ ରେଢ଼ାଖୋଲ ମେଡିକାଲରେ ଝିଅକୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଆଜି ପର୍ଯ୍ୟନ୍ତ ଗାଁକୁ କିପରି ରାସ୍ତା ତିଆରି ହୋଇନାହିଁ।