ଧନକଉଡା BEO କିରାଣୀ ଘରେ ଭିଜିଲାନ୍ସ ରେଡ୍
Advertisement

ଧନକଉଡା BEO କିରାଣୀ ଘରେ ଭିଜିଲାନ୍ସ ରେଡ୍

ସମ୍ବଲପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ସକାଳୁ ସାକ୍ଷୀପଡାସ୍ଥିତ ବ୍ଳକ ଶିକ୍ଷା ଅଧିକାରୀ କାଯ୍ୟାଳୟର କିରାଣୀ ଦିଲ୍ଲୀପ ଦେବଙ୍କ ବାସଭବନରେ ଏହି ଚଢ଼ାଉ କରାଯାଇଥିବା ସୁଚନା ମିଳିଛି।

ଧନକଉଡା BEO କିରାଣୀ ଘରେ ଭିଜିଲାନ୍ସ ରେଡ୍

ସମ୍ବଲପୁର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଧନକଉଡା ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାଯ୍ୟାଳୟର କିରାଣୀ ଙ୍କ ବାସଭବନରେ ଭିଜିଲାନ୍ସ ରେଡ। ସମ୍ବଲପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ସକାଳୁ ସାକ୍ଷୀପଡାସ୍ଥିତ ବ୍ଳକ ଶିକ୍ଷା ଅଧିକାରୀ କାଯ୍ୟାଳୟର କିରାଣୀ ଦିଲ୍ଲୀପ ଦେବଙ୍କ ବାସଭବନରେ ଏହି  ଚଢ଼ାଉ  କରାଯାଇଥିବା ସୁଚନା ମିଳିଛି। 

ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଏକ ସ୍ୱତନ୍ତ୍ର ଟିମ ଏହି ଚଢ଼ାଉରେ ସାମିଲ ଥିବା ବେଳେ କେତେ ପରିମାଣର ଆୟ ବହୁର୍ଭୁତ ସଂପତ୍ତି ଏହି ରେଡ଼ ସମୟରେ ଜବତ କରାଯାଇଛି ତାହା ପରେ ଜଣାପଡିବ ବୋଳି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ବଲପୁର  ଭିଜିଲାନ୍ସ DSPଙ୍କ ନେତୃତ୍ୱରେ ଏକ ଟିମ ଦିଲ୍ଲୀପଙ୍କ ସାକ୍ଷୀପଡାସ୍ଥିତ ବାସଭବନରେ ପହଂଚି ଆଜି ସକାଳୁ ଅତର୍କିତ ଭାବରେ  ଚଢ଼ାଉ କରିଛି। 

Also Read: ଅଧ୍ୟାପକ ଅକ୍ଷୟ ମିଶ୍ରଙ୍କ ନୂଆ ଉଦ୍ଭାବନ 'ଧାନଶୁଖା ପ୍ରୋ'

ଚଡାରର ପ୍ରାରମ୍ଭିକ ପଯ୍ୟାୟରେ କିରାଣୀ ଦିଲ୍ଲୀପଙ୍କ ଘରେ ବହୁ ମୁଲ୍ୟର ସୁନା ଗହଣା ଠାବ ହୋଇଥିବା ବେଳେ ପରେ କିରାଣୀଙ୍କ ଧନକଉଡା ବ୍ଲକ ଶିକ୍ଷା  କାର୍ଯ୍ୟଲୟରେ ଚଢାଉ କରାଯିବ ବୋଲି ଜଣାପଡିଛି।

fallback