ଭିଜିଲାନ୍ସ ଜାଲରେ ଅବକାରୀ ସବ୍ ଇନ୍ସପେକ୍ଟର୍
Advertisement

ଭିଜିଲାନ୍ସ ଜାଲରେ ଅବକାରୀ ସବ୍ ଇନ୍ସପେକ୍ଟର୍

ବ୍ରଜରାଜନଗର ଅବକାରୀ ବିଭାଗର ସବ ଇନ୍ସପେକ୍ଟର ହେଲେ ଦେବେନ୍ଦ୍ର ପ୍ରହରାଜ। ତାଙ୍କ ପତ୍ନୀ ମଧ୍ୟ ଅବକାରୀ ବିଭାଗ (Excise dept) ରେ କାର୍ଯ୍ୟରତ। ତେବେ ଦେବେନ୍ଦ୍ରଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି (disproportionate income) ଅଭିଯୋଗ ହୋଇଛି।

ଭିଜିଲାନ୍ସ ଜାଲରେ ଅବକାରୀ ସବ୍ ଇନ୍ସପେକ୍ଟର୍

ଅଜୟ ନାଥ, ସମ୍ବଲପୁର: ରାଜ୍ୟବ୍ୟାପୀ ଚାଲିଛି ଭିଜିଲାନ୍ସ ରେଡ୍। ପ୍ରତ୍ୟକ ଦିନ କୌଣସି ନା କୌଣସି ଦୁର୍ନୀତିଖୋର ଅଧିକାରୀ ଧରାପଡୁଛନ୍ତି। ଏହି କ୍ରମରେ ସୋମବାର ଝାରସୁଗୁଡାର ଅବକାରୀ ସବ୍ ଇନ୍ସପେକ୍ଟର୍ ଦେବେନ୍ଦ୍ର ପ୍ରହରାଜଙ୍କ ପାଳି ପଡିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବେନ୍ଦ୍ରଙ୍କ ଅଫିସ, ଘର ସହ ୪ଟି ସ୍ଥାନରେ ଚଢଉ କରାଯାଇଛି।

ବ୍ରଜରାଜନଗର ଅବକାରୀ ବିଭାଗର ସବ ଇନ୍ସପେକ୍ଟର ହେଲେ ଦେବେନ୍ଦ୍ର ପ୍ରହରାଜ। ତାଙ୍କ ପତ୍ନୀ ମଧ୍ୟ ଅବକାରୀ ବିଭାଗ (Excise dept) ରେ କାର୍ଯ୍ୟରତ। ତେବେ ଦେବେନ୍ଦ୍ରଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି (disproportionate income) ଅଭିଯୋଗ ହୋଇଛି। ସେଥିପାଇଁ ସୋମବାର ଝାରସୁଗୁଡା ଓ ସମ୍ୱଲପୁର (Sambalpur) ଭିଜିଲାନ୍ସ ଆତର୍କିତ ୪ଟି ସ୍ଥାନରେ ଚଢଉ କରିଛନ୍ତି।

Also Read: ହିଣ୍ଡାଲକୋରେ ଜଳିଗଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଝାରସୁଗୁଡା (Jharsuguda) ଜିଲ୍ଲାର ବ୍ରଜରାଜନଗର କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ (Vigilance Dept) ର ଏକ ଟିମ ରେଡ କରିଛି। ସେପଟେ ଦେବେନ୍ଦ୍ରଙ୍କ ସମ୍ବଲପୁର କଲ୍ୟାଣ ନଗରସ୍ଥିତ ନିଜସ୍ୱ ବାସଭବନ, ଗୋବିନ୍ଦ ତୋଳାସ୍ଥିତ ଶଶୁର ଘର ଏବଂ ତାଙ୍କ ପତ୍ନୀ କାର୍ଯ୍ୟ କରୁଥିବା ଜଗନ୍ନାଥ କଲୋନୀର ଅବକାରୀ ବିଭାଗ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଛି। ତେବେ ଏହି ଚଢଉ ବେଳେ ଅନେକ ଗୁରୁତପୂର୍ଣ୍ଣ ତଥ୍ୟ ମିଳିଥିବା ଭିଜିଲାନ୍ସ DSP ଦାଶରଥି ସେଠୀ ସୂଚନା ଦେଇଛନ୍ତି।

fallback