• ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ୨୬-୨୭ରେ ଦକ୍ଷିଣ ଓଡ଼ିଶାର ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହେବ
  • ରୁଷିକୂଲ୍ୟା ଏବଂ ନାଗାବଳୀ ନଦୀରେ ବନ୍ୟା ଆଶଙ୍କା
  • ଖାଲୁଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି : SRC
  • ଆସନ୍ତାକାଲି ସଂଧ୍ୟା ସୁଦ୍ଧା କଳିଙ୍ଗପାଟନମ ନିକଟ ଉପକୂଳରେ ବାତ୍ୟା ମାଡ଼ ହେବା ଆଶଙ୍କା
  • ସମ୍ଭାବ୍ୟ ବାତ୍ୟା ପାଇଁ ଗଜପତି ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୬୦୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୪୯୪ ସୁସ୍ଥ
  • ରାଜ୍ୟରେ ୨୪ ଘଣ୍ଟାରେ ୭ ଆକ୍ରାନ୍ତଙ୍କ ଜୀବନ ନେଲା କୋରୋନା
  • ମୁଣ୍ଡଳୀ ବ୍ୟାରେଜରେ ଓଡ୍ରାଫ ବୋଟ ଓଲଟିବା ଘଟଣା
  • ହାତୀ ଓ ନିଖୋଜ ଓଡ୍ରାଫ ଯବାନଙ୍କ ମିଳୁନି ପତ୍ତା

ବର୍ଷକରେ ମୋତିଆବିନ୍ଦୁ ମୁକ୍ତ ହେବ ସମ୍ବଲପୁର

ଏହି କାର୍ଯ୍ୟକ୍ରମ ବୁଧବାର ଠାରୁ ଆରମ୍ଭ କରାଯାଇଥିବା ବେଳେ ଗୁରୁବାର ଉତ୍ତରାଞ୍ଚଳ ରାଜସ୍ୱ କମିଶନର ନିରଞ୍ଜନ ସାହୁ ଏହାକୁ ଉଦଘାଟନ କରିଥିଲେ। ଜିଲ୍ଲାପାଳ ଶୁଭମ ସକ୍ସେନାଙ୍କ ସହ CDMO ଶଶୀଭୂଷଣ ପଟେଲ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ବର୍ଷକରେ ମୋତିଆବିନ୍ଦୁ ମୁକ୍ତ ହେବ ସମ୍ବଲପୁର
ବର୍ଷକରେ ମୋତିଆବିନ୍ଦୁ ମୁକ୍ତ ହେବ ସମ୍ବଲପୁର

ଅଜୟ ନାଥ, ସମ୍ବଲପୁର: ୨୦୨୧ ଶେଷ ସୁଦ୍ଧା ମୋତିଆବିନ୍ଦୁ ମୁକ୍ତ ହେବ ସମ୍ବଲପୁର ଜିଲ୍ଲା। ଜିଲ୍ଲା ପ୍ରଶାସନ ଏବଂ ତ୍ରିଲୋଚନ ନେତ୍ରାଳୟ ତରଫରୁ ଏଭଳି ଏକ ଅଭିନବ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ବୁଧବାର ଠାରୁ ଆରମ୍ଭ କରାଯାଇଥିବା ବେଳେ ଗୁରୁବାର ଉତ୍ତରାଞ୍ଚଳ ରାଜସ୍ୱ କମିଶନର ନିରଞ୍ଜନ ସାହୁ ଏହାକୁ ଉଦଘାଟନ କରିଥିଲେ। ଜିଲ୍ଲାପାଳ ଶୁଭମ ସକ୍ସେନାଙ୍କ ସହ CDMO ଶଶୀଭୂଷଣ ପଟେଲ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Also Read: ଏବେ ଏତେ ତ ଆଗକୁ କେତେ?

ସମ୍ବଲପୁର (Sambalpur) ର ଅନେକ ଅଞ୍ଚଳରେ ବହୁଲୋକ ମୋତିଆବିନ୍ଦୁ (Cataracts) ରେ ପୀଡିତ ଅଛନ୍ତି।  ସେମାନଙ୍କୁ ଚିହ୍ନଟ କରି ତ୍ରିଲୋଚନ ନେତ୍ରାଳୟକୁ ଅଣାଯାଇ ମାଗଣା ଅପରେସନ (Free surgery) କରାଯିବା ସହ ତାଙ୍କୁ ସୁସ୍ଥ କରାଯିବ ବୋଲି ରାଜସ୍ବ କମିଶନର ସୂଚନା ଦେଇଛନ୍ତି। ଜିଲ୍ଲାର ଆଶାକର୍ମୀ ନିଜ ନିଜ ଅଞ୍ଚଳର ମୋତିଆବିନ୍ଦୁ ଥିବା ଲୋକଙ୍କୁ ଚିହ୍ନଟ କରି ଅପରେସନ ପାଇଁ ଆଣିବେ। ଜିଲ୍ଲା ପ୍ରଶାସନ ଏ ଦିଗରେ ତାଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବ ବୋଲି ଜିଲ୍ଲାପାଳ ଶୁଭମ ସକ୍ସେନା (Shubham Saxena) ପ୍ରତିଶ୍ରୁତି ଦେଇଛନ୍ତି।

ବର୍ଷକରେ ମୋତିଆବିନ୍ଦୁ ମୁକ୍ତ ହେବ ସମ୍ବଲପୁର

ପ୍ରଥମେ ଏହି କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲ୍ଲା (Khordha) ରେ ଆରମ୍ଭ ହୋଇଥିଲା। ତାହା ଏଥର ସମ୍ବଲପୁରରେ ହେଉଥିବାରୁ CDMO ଶଶୀଭୂଷଣ ପଟେଲ ଖୁସି ବ୍ୟକ୍ତ କରିଛନ୍ତି। ଏହାସହ ସମ୍ବଲପୁର ଜିଲ୍ଲାକୁ ୨୦୨୧ ମସିହା ଶେଷ ସୁଦ୍ଧା ମୋତିଆବିନ୍ଦୁ ମୁକ୍ତ ଜିଲ୍ଲା ଭାବରେ ପରିଗଣିତ ହେବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପର ବୋଲି ସେ କହିଛନ୍ତି।