• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।

Nuakhai: ସମ୍ବଲପୁରବାସୀଙ୍କ ପାଇଁ ଖୁସି ଖବର

ପୂର୍ବରୁ ସମ୍ବଲପୁର ଜିଲ୍ଲାରେ କୋରୋନା ସଂକ୍ରମଣ ରୋକିବାକୁ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା ଅଗଷ୍ଟ ମାସର ପ୍ରତ୍ୟେକ ଶନିବାର ଓ ରବିବାରକୁ ସଟଡାଉନ ଘୋଷଣା କରିଥିଲେ । 

Nuakhai: ସମ୍ବଲପୁରବାସୀଙ୍କ ପାଇଁ ଖୁସି ଖବର

ଅଜୟ କୁମାର ନାଥ, ସମ୍ବଲପୁର: ପ୍ରତ୍ୟେକ ଶନିବାର ଓ ରବିବାର ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ରହୁଛି । ଆଉ ଏହାରି ଭିତରେ ଆସନ୍ତା ୨୨ ଓ ୨୩ ତାରିଖରେ ଯଥାକ୍ରମେ ଗଣେଶ ପୂଜା ଓ ନୂଆଁଖାଇ ପଡ଼ୁଛି । ପଶ୍ଚିମ ଓଡ଼ିଶା ପାଇଁ ନୂଆଁଖାଇ ପର୍ବଟି ବେଶ ଗୁରୁତ୍ୱବହନ କରିଥାଏ । ତେବେ ୨୨ ଓ ୨୩ ତାରିଖ ଶନିବାର ଓ ରବିବାର ପଡ଼ୁଥିବାରୁ ସପ୍ତାହନ୍ତ ସଟଡାଉନ ହୋଇଥାନ୍ତା । ଫଳରେ ପର୍ବପାଳନରେ ବେଶ ସମସ୍ୟା ହୋଇଥାନ୍ତା । ତେଣୁ ବେଶ୍ ଚିନ୍ତାରେ ଥିଲେ ଜିଲ୍ଲାବାସୀ । ଏହି ଦୁଇ ଦିନ ପାଇଁ ସପ୍ତାହନ୍ତ ସଟଡାଉନ କୋହୋଳ କରିବାକୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ମଧ୍ୟ ହୋଇଥିଲା । ଆଉ ଶେଷରେ ସମ୍ବଲପୁର ଜିଲ୍ଲାପାଳ ମଧ୍ୟ ଲୋକଙ୍କ ଏହି ଦାବିକୁ ହଁ ମାରିଛନ୍ତି । ଅର୍ଥାତ ଗଣେଶ ପୂଜା ଓ ନୂଆଖାଇରେ ସପ୍ତାହନ୍ତ ସଟଡାଉନ ହେବ ନାହିଁ । 

ସମଲପୁର ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ଗଣେଶ ପୂଜା ଓ ନୂଆଖାଇ ପର୍ବ ପାଳନରେ ଯେଉଁ ସମସ୍ୟା ନେଇ ଚିନ୍ତାରେ ଥିଲେ ଲୋକେ, ଏବେ ତାହା ଦୂର ହୋଇଛି । କୋଭିଡ କଟକଣା ମଧ୍ୟରେ ପର୍ବପାଳନ କରିପାରିବେ ଜିଲ୍ଲାବାସୀ । ଉଭୟ ଦିନ ସପ୍ତାହନ୍ତ ସଟଡାଉନ ପଡ଼ୁଥିବା ବେଳେ ଜିଲ୍ଲାପାଳ ଏହାକୁ ରଦ୍ଦ କରିଛନ୍ତି । ସେହିପରି ଆସନ୍ତାକାଲି ସ୍ୱାଧିନତା ଦିବସ ପଡ଼ୁଥିବାରୁ ମଧ୍ୟ ସପ୍ତାହନ୍ତ ସଟଡାଉନ କରାଯିବ ନାହିଁ । ଏହା ବଦଳରେ ଆସନ୍ତା ୧୬ ଓ ୧୭ତାରିଖ(ରବିବାର ଓ ସୋମବାର) ସଟଡାଉନ ରହିବ । ଏନେଇ ସମ୍ବଲପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ପୂର୍ବରୁ ସମ୍ବଲପୁର ଜିଲ୍ଲାରେ କୋରୋନା ସଂକ୍ରମଣ ରୋକିବାକୁ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା ଅଗଷ୍ଟ ମାସର ପ୍ରତ୍ୟେକ ଶନିବାର ଓ ରବିବାରକୁ ସଟଡାଉନ ଘୋଷଣା କରିଥିଲେ । ତେବେ ଆସନ୍ତା ୨୨ ଓ ୨୩ ତାରିଖରେ ଗଣେଶ ପୂଜା ଓ ନୂଆଁଖାଇ ପଡ଼ୁଥିବାରୁ ଏହି ସଟଡାଉନକୁ ରଦ୍ଦ କରିବାକୁ ସମ୍ବଲପୁର ବିଭିନ୍ନ ସଙ୍ଗଠନ ତରଫରୁ ଦାବି କରାଯାଇଥିଲା । ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ଅଗଷ୍ଟ ୧୫, ୨୨ ଓ ୨୩ ତାରିଖରେ ଥିବା ସଟଡାଉନକୁ ରଦ୍ଦ କରାଯାଇଥିବାର ସୂଚନା ଦିଆଯାଇଛି ।