• ଗଞ୍ଜାମ ଭଞ୍ଜନଗର ବ୍ଲକ୍‌ କୁଟୁଣୁକୁମ୍ପା ଗାଁରେ ଗୁଳିମାଡ଼
  • ଗୁରୁତର ଆହତ ଶିବରାମ ନାୟକ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ,୧୧୫ଟି ନୂଆ କୋରୋନା ମାମଲା ଚିହ୍ନଟ, ୨୫୨ ମୃତ
  • ଦିନକରେ ରାଜ୍ୟରେ ଆଉ ୪୬୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ
  • ବାଲେଶ୍ବର ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ
  • ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ୍‌କୁ ବୋମା ବିସ୍ଫୋରଣ ଧମକ !
  • ନ୍ୟୁଜିଲାଣ୍ଡ ଟିମ୍‌କୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍‌
  • ଆସନ୍ତା ୨୫ରେ ଆମେରିକାରେ ଆୟୋଜିତ ହେବ କ୍ବାଡ଼ ସମ୍ମିଳନୀ
  • କେନ୍ଦୁଝରରେ ନେସ୍କୋ ଯନ୍ତ୍ରୀ ମହେଶ୍ଵର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି

କୋରୋନା ଭୟ; ମାଆର ମୃତଦେହକୁ ଛୁଇଁଲାନି ବଡ ପୁଅ, ଟ୍ରଲିରେ ବୋହିଲା ସାନ

ଟ୍ରଲି ରିକ୍ସାରେ ବୁହା ହେଇଛି ଜଣେ ମହିଳାଙ୍କ ଶବ। କିଛି ଦିନ ପୂର୍ବରୁ ଏଭଳି ଏକ ହୃଦୟ ବିଦାରକ ସମ୍ବେଦନଶୀଳ ଦୃଶ୍ୟ ଚିପିଲିମାରେ ଦେଖିବାକୁ ମିଳିଥିଲା। ମହିଳାଙ୍କର ମୃତ୍ୟୁ ହେବାପରେ ଗ୍ରାମବାସୀ ଏପରିକି ବଡ ପୁଅ ମଧ୍ୟର କାନ୍ଧ ଦେବାକୁ ପଛ ଘୁଞ୍ଚା ଦେଇଥିଲା। 

କୋରୋନା ଭୟ; ମାଆର ମୃତଦେହକୁ ଛୁଇଁଲାନି ବଡ ପୁଅ, ଟ୍ରଲିରେ ବୋହିଲା ସାନ
ଡିଜାଇନ ଫଟୋ

ସମ୍ବଲପୁର: ମିଳିଲା ନାହିଁ ଚାରି କାନ୍ଧ। ଶୁଭିଲା ନାହିଁ ରାମ ନାମ। ବଡ ପୁଅ ପାଇଁ ଅଲୋଡ଼ା ହୋଇଗଲା ମାଆର ମୃତଦେହ।  ଶେଷରେ ଟ୍ରଲି ରିକ୍ସାରେ ବୋହିଲା ସାନ। ଏପରି ଏକ କରୁଣ ଚିତ୍ର  ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଚିପିଲିମା ଠାରେ ଦେଖିବାକୁ ମିଳିଛି। 

ଟ୍ରଲି ରିକ୍ସାରେ ବୁହା ହେଇଛି ଜଣେ ମହିଳାଙ୍କ ଶବ। କିଛି ଦିନ ପୂର୍ବରୁ ଏଭଳି ଏକ ହୃଦୟ ବିଦାରକ ସମ୍ବେଦନଶୀଳ ଦୃଶ୍ୟ ଚିପିଲିମାରେ ଦେଖିବାକୁ ମିଳିଥିଲା। ମହିଳାଙ୍କର ମୃତ୍ୟୁ ହେବାପରେ ଗ୍ରାମବାସୀ ଏପରିକି ବଡ ପୁଅ ମଧ୍ୟର କାନ୍ଧ ଦେବାକୁ ପଛ ଘୁଞ୍ଚା ଦେଇଥିଲା। ମୃତ୍ୟୁ ବେଳେ ମହିଳାଙ୍କୁ ଜ୍ୱର ହୋଇଥିଲା। ତେଣୁ କୋରୋନା ଭୟରେ ସମସ୍ତେ ମୃତଦେହକୁ ମୁହଁମୋଡି ଦେଲେ। ଯାହାକୁ ମୃତ ମହିଳା ୯ ମାସ ଗର୍ଭରେ ଆଉ ୧୦ ମାସ କୋଳରେ ଧରି ମଣିଷ କରିଥିଲେ ସେହି ପୁଅ ମଧ୍ୟ କୋରୋନା ଭୟରେ ପାଖ ମାଡିଲା ନାହିଁ।

Also Read: କୋରୋନାର କରୁଣ କାହାଣୀ: ପଙ୍ଗୁ ହେଲା ପ୍ରଶାସନ, ପାଖ ମାଡିଲେନି ଗାଁ ଲୋକ

 

ବଡ ଭାଇ ଏବଂ ଗ୍ରାମବାସୀ କାନ୍ଧ ଦେବାକୁ ମନା କରିବାରୁ ଶେଷରେ ସାନ ପୁଅ ଏକ ଟ୍ରଲି ରିକ୍ସାରେ ମୃତଦେହକୁ ବୋହି ନେଇ ଶବଦାହ କଲେ। ଏଥିରେ କିଛି ସ୍ଥାନୀୟ ଯୁବକ ତାଙ୍କୁ ସହଯୋଗ କରିଥିଲେ। ଏକବିଂଶ ଶତାବ୍ଦୀରେ ମଧ୍ୟ ଧନୀ ଗରିବ ଛୁଆଁ ଅଛୁଆଁ ଭଳି ଅନ୍ଧବିଶ୍ୱାସରେ ବୁଡି ରହିଥିବା ସମାଜର ଏହା ଏକ ନଗ୍ନ ନମୂନା। ଆଜି କାଲି ସଭ୍ୟ ସମାଜରେ ମଧ୍ୟ ଲୋକଙ୍କ ମନରେ ଏଭଳି ମାନସିକତା ରହିଥିବାର ଦେଖିବାକୁ ମିଳିଛି।

ଜିଲ୍ଲା ପ୍ରଶାସନ ମଧ୍ୟ ଏଭଳି ସ୍ଥିତିରେ ଗରିବ ମହିଳାଙ୍କ ଶେଷକୃତ୍ୟ କରିବାରେ କୌଣସି ସହାୟତା କରି ନ ଥିବାର ଜଣା ପଡ଼ିଛି। ରାଜ୍ୟ ସରକାରଙ୍କର ଶବକୁ କାନ୍ଧ ଦେବାର ପ୍ରତିଶ୍ରୁତି ଏହି ଠାରେ ଫେଲ ମାରିଥିବାର ଦେଖିବାକୁ ମିଳିଛି। ସେପଟେ ମୃତ ମହିଳାଙ୍କ କୋରୋନା ଟେଷ୍ଟ ହୋଇନଥିବା ଛୋଟ ପୁଅ ସ୍ପଷ୍ଚ କରିଛନ୍ତି।