ଶିବ ମନ୍ଦିରରେ ୧୪୪ ଧାରା

ଶିବ ଭକ୍ତ ଏବଂ କାଉଡ଼ିଆଙ୍କ ଏହି ସବୁ ସ୍ଥାନରେ ଭିଡ଼ ହୋଉଥିବାରୁ ମନ୍ଦିର ଗୁଡିକରେ ୧୪୪ ଧାରା ରୁଜୁ କରାଯାଇଛି । 

ଶିବ ମନ୍ଦିରରେ ୧୪୪ ଧାରା

ମୁକେଶ ପ୍ରଧାନ, ଝାରସୁଗୁଡ଼ା: ଜିଲ୍ଲାର ୧୩୧ଟି ଶିବ ମନ୍ଦିରରେ ୧୪୪ ଧାରା । କୋରୋନା ମହାମାରୀ ଏବଂ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ୧୪୪ ଧାରା ଜାରି ହୋଇଛି । ଶ୍ରାବଣ ସୋମବାରରେ ଝାରସୁଗୁଡାର ୧୩୧ଟି ଶିବ ମନ୍ଦିରରେ ୧୪୪ ଧାରା ଜାରି କରିଛନ୍ତି ଉପ ଜିଲ୍ଲାପାଳ । 

ଶିବ ଭକ୍ତ ଏବଂ କାଉଡ଼ିଆଙ୍କ ଏହି ସବୁ ସ୍ଥାନରେ ଭିଡ଼ ହୋଉଥିବାରୁ ମନ୍ଦିର ଗୁଡିକରେ ୧୪୪ ଧାରା ରୁଜୁ କରାଯାଇଛି । ଝାରସୁଗୁଡା ବ୍ଲକର ୫୯ଟି ମନ୍ଦିର, ଲଖନପୁର ବ୍ଲକର ୨୯ ଟି ଶିବ ମନ୍ଦିର, ଲଇକେରା ବ୍ଲକର ୧୮ଟି ଶିବ ମନ୍ଦିର, କିର୍ମିରା ବ୍ଲକର ୨୦ଟି ଓ କୋଲାବିରାର  ୫ଟି ଶିବ ମନ୍ଦିରରେ ୧୪୪ ଧାରା ରୁଜୁ କରାଯାଇଛି । 

କୋରୋନା କଟକଣା ସତ୍ତ୍ୱେ କିଛି ଅମାନିଆଁ ବାହାରକୁ ବାହାରି ଭିଡ଼ କରୁଥିବାରୁ ଏଭଳି ପଦକ୍ଷେପ ନେଇଛି ପ୍ରଶାସନ । ଏହି ଧାରା ୦୩ ଅଗଷ୍ଟ ଯାଏଁ ବଳବତ୍ତର ରହିବ । ଏନେଇ  ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।