ସମ୍ବଲପୁର ଜିଲ୍ଲା ମାନେଶ୍ଵର ବ୍ଲକ ଘେନୁପାଲି ପଞ୍ଚାୟତର ପଦ୍ମକଟା ବନ୍ଧର ନିଲାମକୁ ନେଇ ଏବେ ବିବାଦ ଦେଖାଦେଇଛି । ଏହି କଟାର ନିଲାମ ରଦ୍ଦ କରିବା ପାଇଁ ଦାବି କରିଛନ୍ତି ଗ୍ରାମର ସ୍ୱଂୟ ସହାୟକ ଗୋଷ୍ଠୀର ଶତାଧିକ ସଭ୍ୟ ।
Trending Photos
)
ଅଜୟ ନାଥ, ସମ୍ବଲପୁର: ପଦ୍ମକଣ୍ଟା ଘେନୁ ପାଲି ଅଞ୍ଚଳର ଏକ ବଡ଼ ବନ୍ଧ। ଏହି ବନ୍ଧରେ ପଞ୍ଚାୟତ ପକ୍ଷରୁ ମାଛ ଚାଷ କରାଯାଇ ଟଙ୍କା ବାଟ ମାରଣ ହେବା ନେଇ ଅଭିଯୋଗ କରିଛି ଘେନୁପାଲିର ସ୍ୱୟଂ ସହାୟକ ଗୋଷ୍ଠୀ ବା SHG ମହିଳା ସଙ୍ଗଠନ। ସେମାନେ ଦାବି କରିଛନ୍ତି ଯେ ସେମାନଙ୍କର ମହିଳା ସଙ୍ଗଠନକୁ ପଦ୍ମକଣ୍ଟାର ଠିକା ଦାୟିତ୍ୱ ପ୍ରଦାନ କରାଯାଉ। ସେଥିପାଇଁ ସେମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।
ସମ୍ବଲପୁର ଜିଲ୍ଲା ମାନେଶ୍ଵର ବ୍ଲକ ଘେନୁପାଲି ପଞ୍ଚାୟତର ପଦ୍ମକଟା ବନ୍ଧର ନିଲାମକୁ ନେଇ ଏବେ ବିବାଦ ଦେଖାଦେଇଛି । ଏହି କଟାର ନିଲାମ ରଦ୍ଦ କରିବା ପାଇଁ ଦାବି କରିଛନ୍ତି ଗ୍ରାମର ସ୍ୱଂୟ ସହାୟକ ଗୋଷ୍ଠୀର ଶତାଧିକ ସଭ୍ୟ । ଚଳିତ ବର୍ଷ ଏହି କଟା ନିଲାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମର ମହିଳାମାନେ। ଘେନୁପାଲି ପଞ୍ଚାୟତର ଅଭିଯୋଗ କାରି ଏସଏଚଜି ମହିଳାମାନେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏନେଇ ଲିଖିତ ଅଭିଯୋଗ କରି ଗ୍ରାମର ନିଲାମ ବେନିୟମ ଭାବରେ ହୋଇଥିବାରୁ ତାହାକୁ ରଦ୍ଦ କରିବା ପାଇଁ ଦାବି କରିଥିଲେ ।
ଅଭିଯୋଗରେ ମହିଳା ମାନେ ସିଧାସଳଖ ପଦ୍ମକଟାର ନିଲାମ ସମୟରେ ନିଲାମ ପାଇଁ ଘେନୁପାଲି ପଞ୍ଚାୟତ ରେ ବ୍ୟାପକ ଦୁର୍ନୀତି ହୋଇଥିବା କହିଥିଲେ । ଏହି କଟାର ନିଲାମରେ ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଟି ମାନଙ୍କୁ ଭାଗ ନେବାକୁ ସୁଯୋଗ ନ ଦେଇ ଏକତରଫା ଭାବରେ ପଞ୍ଚାୟତ ବାହାର ଲୋକଙ୍କୁ ବେନିୟମ ଭାବରେ କଟା ର ଠିକା ଦିଆହୋଇଛି । ଏଥିସହ ପଞ୍ଚାୟତ ର ବାହାର ଲୋକଙ୍କୁ ଠିକାଦେବା ଦ୍ୱାରା ସେମାନେ ମାଛ ଚାଷ ପାଇଁ କଟା ର ପାଣିରେ ବ୍ୟାପକ କେମିକାଲ ଦେଉଥିବାରୁ ବନ୍ଧ ପାଣି ବ୍ୟବହାର କରୁଥିବା ଲୋକେ ଏଥି ଯୋଗୁ ବହୁ ରୋଗବ୍ୟାଧି ର ସିକାର ହେଉଥିବା ଅଭିଯୋଗ କରିଥିଲେ ଅଭିଯୋଗ କାରି । ଏଣୁ ଏହି ନିଲାମ ପ୍ରକ୍ରିୟା କୁ ତୁରନ୍ତ ରଦ୍ଦ କରିବା ପାଇଁ ସେମାନେ ଦାବି କରିଥିଲେ ।
ଗୋଟିଏ ପଟେ ସରକାର ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରଯତ୍ନଶୀଳ କିନ୍ତୁ ଅନ୍ୟ ପଟେ ଏହି କ୍ଷେତ୍ର ରେ ମହିଳା ଙ୍କର କଣ୍ଠରୋଧ କରାଯାଉଛି। ବନ୍ଧ କୁ ମହିଳା ମାନଙ୍କୁ ଠିକା ରେ ପ୍ରଦାନ କରାଗଲେ ସେମାନେ ସ୍ୱାବଲମ୍ବୀ ହେବା ସହ ବନ୍ଧ ମଧ୍ୟ ସଫା ସୁତୁରା ରହିବ ବୋଲି ଯୁକ୍ତି କରିଥିଲେ।ସେ ବାବଦରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ର ସହାୟତା ଦାବି କରିଥିଲେ।