Advertisement
Article Detail0/zeeodisha/odisha697236
Zee OdishaOdisha Stateଟଙ୍କା ହଡ଼ପ ଅଭିଯୋଗରେ ଏସଏଚଜି ଗୋଷ୍ଠୀର ଜିଲ୍ଲାପାଳ ଅଫିସ ଓ ବ୍ୟାଙ୍କ ଘେରାଉ

ଟଙ୍କା ହଡ଼ପ ଅଭିଯୋଗରେ ଏସଏଚଜି ଗୋଷ୍ଠୀର ଜିଲ୍ଲାପାଳ ଅଫିସ ଓ ବ୍ୟାଙ୍କ ଘେରାଉ

ଟଙ୍କା ହଡ଼ପ ଅଭିଯୋଗରେ ୧୨ଟି ସ୍ୱଂୟ ସହାୟକ ଗୋଷ୍ଠୀ(SHG) ବ୍ୟାଙ୍କ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲାର ମାନେଶ୍ୱର ବ୍ଲକର ଡାକରା ଗ୍ରାମ ପଞ୍ଚାୟତରେ। ଗ୍ରାମ ପଞ୍ଚାୟତରେ ଜଣେ ମହିଳା ଚଞ୍ଚକତା କରି ପ୍ରାୟ ୧୨ଟି ଏସଏଚଜି ସଦସ୍ୟଙ୍କ ଠାରୁ ଅର୍ଥ ହଡ଼ପ କରିନେଇଥିବା ସଦସ୍ୟମାନେ ଅଭିଯୋଗ କ

ଟଙ୍କା ହଡ଼ପ ଅଭିଯୋଗରେ ଏସଏଚଜି ଗୋଷ୍ଠୀର ଜିଲ୍ଲାପାଳ ଅଫିସ ଓ ବ୍ୟାଙ୍କ ଘେରାଉ

ସମ୍ବଲପୁର: ଟଙ୍କା ହଡ଼ପ ଅଭିଯୋଗରେ ୧୨ଟି ସ୍ୱଂୟ ସହାୟକ ଗୋଷ୍ଠୀ(SHG) ବ୍ୟାଙ୍କ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲାର ମାନେଶ୍ୱର ବ୍ଲକର ଡାକରା ଗ୍ରାମ ପଞ୍ଚାୟତରେ। ଗ୍ରାମ ପଞ୍ଚାୟତରେ ଜଣେ ମହିଳା ଚଞ୍ଚକତା କରି ପ୍ରାୟ ୧୨ଟି ଏସଏଚଜି ସଦସ୍ୟଙ୍କ ଠାରୁ ଅର୍ଥ ହଡ଼ପ କରିନେଇଥିବା ସଦସ୍ୟମାନେ ଅଭିଯୋଗ କରିଛନ୍ତି। 

କିଭଳି ବିନା ନୋଟିସରେ କିମ୍ବା ଦସ୍ତଖତ ଦେଇନଥିବା ବେଳେ ନିଜେ ବହୁ କଷ୍ଟେମଷ୍ଟେ ୠଣ ଟଙ୍କା ଗାୟବ ହେଲା କେମିତି ବୋଲି ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନେ ପ୍ରଶ୍ନ କରିଛନ୍ତି ମହିଳା। ଆମେ ଦସ୍ତଖତ ଦେଇ ନ ଥିବା ବେଳେ କେମିତି ବ୍ୟାଙ୍କ ପାସବୁକରୁ ଟଙ୍କା କଟିଲା ସେ ବାବଦରେ ପ୍ରଥମେ  ଷ୍ଟେଟବ୍ୟାଙ୍କ ଓ ପରେ ଜିଲାପାଳ କାର୍ଯ୍ୟାଳୟ ଘେରିଥିଲେ । ଏମିତି କି ଏହି ଋଣ ପାଇଁ ଅନେକ କର୍ମଚାରୀ ଲାଞ୍ଚ ଦେବାକୁ ପଡିଥିଲା ବୋଲି ମଧ୍ୟ ଅଭିଯୋଗ କରିଛନ୍ତି। । 

ମାତ୍ର ଜମା ଖାତାକୁ ଟଙ୍କା ଆସିଲା, ହେଲେ ଆପେଆପେ ଗାୟବ କେମିତି ହୋଇଗଲା ବୋଲି ପ୍ରଶ୍ନ ଉଠୁଛି ।  ତେଵେ ଗାୟବ ହୋଇଥିବା ଲକ୍ଷାଧିକ ଟଙ୍କା ଫେରସ୍ତ ସହ ଗାୟବ କରିଥିବା ଲୋକଙ୍କ ଉପରେ କାର୍ୟ୍ୟନୁଷ୍ଠାନ ପାଇ ଦାବି କରିଛବ୍ତି ଏସଏଚଜି ଗ୍ରୁପ ଜଣେ ମହିଳା ତାଙ୍କୁ ବାଟବଣା କରି ଟଙ୍କା ନେଇଛି ବୋଲି ଅଭିଯୋଗ କରିଛନ୍ତି ଏସଏଚଜି ଗ୍ରୁପର ମହିଳାମାନେ।

Add Zee News as a Preferred Source

ସେପଟେ ଯେ ଏତେ ଟଙ୍କାର ଗାୟବ ହେବା ଘଟଣାରେ ଆମେ କିଛି ଜାଣି ନାହୁ ବୋଲି ବ୍ୟାଙ୍କ କର୍ମଚାରୀ କହିଛନ୍ତି ।ହେଲେ ଏମାନଙ୍କ ଠୁ ଲାଞ୍ଚ ନେଇ ଋଣ କରେଇ ଦେଇଥିବା ମହିଳା ମଧ୍ୟ ଲୁଚକାଲି ଖେଲ ଖେଲୁଥିବା ଜଣାପଡିଛି ।ମୁ ନିଜେ କାଗଜପତ୍ର ପାଇଁ ଟଙ୍କା ନେଇ  ଏମାନଙ୍କ ପାଇଁ ଋଣ କରିଛି ମୋର କିଛି ଦୋଷ ନାହିଁ। ଏନେଇ ମୁଁ ଦାୟୀ ନୁହେଁ ବୋଲି କହିଛବ୍ତି ଋଣ କରାଇ ଦେଇଥିବା ମହିଳା। ତେଵେ ଏହି ଘଟଣାରେ ତଦନ୍ତର ଆବଶ୍ୟକ ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଯଦି  ସରକାର ଦୃଷ୍ଟି ନ ଦେବେ ତେବେ ଆଗକୁ ଅନେକ ଏଭଳି ଏସଏଚଜି ଗ୍ରୁପ ଏଭଳି ଲକ୍ଷାଧିକ ଟଙ୍କାର ଠକେଇ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି ।

About the Author