Advertisement
Article Detail0/zeeodisha/odisha705841
Zee OdishaOdisha Stateମୟୂରଭଞ୍ଜ ସଟଡାଉନ

ମୟୂରଭଞ୍ଜ ସଟଡାଉନ

କୋରୋନା ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଓ ରବିବାର ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ସଟ୍ ଡାଉନ୍ ଘୋଷଣା କରାଯାଇଛି। ପୂର୍ବରୁ ରାଜ୍ୟର ୧୦ଟି ଜିଲ୍ଲାରେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଭାବେ ସଟ୍ ଡାଉନ୍ ଘୋଷଣା କରାଯାଇଥିଲା। ତେବେ ପ୍ରଥମଥର ଲାଗି ମୟୂରଭଞ୍ଜ ଜିଲ୍ଲା ମଧ୍ୟ ଏହି ଚିଠାରେ ସାମିଲ ହୋଇଛି।&n

ମୟୂରଭଞ୍ଜ ସଟଡାଉନ

ମୟୂରଭଞ୍ଜ: କୋରୋନା ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଓ ରବିବାର ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ସଟ୍ ଡାଉନ୍ ଘୋଷଣା କରାଯାଇଛି। ପୂର୍ବରୁ ରାଜ୍ୟର ୧୦ଟି ଜିଲ୍ଲାରେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଭାବେ ସଟ୍ ଡାଉନ୍ ଘୋଷଣା କରାଯାଇଥିଲା। ତେବେ ପ୍ରଥମଥର ଲାଗି ମୟୂରଭଞ୍ଜ ଜିଲ୍ଲା ମଧ୍ୟ ଏହି ଚିଠାରେ ସାମିଲ ହୋଇଛି। 

ସେପଟେ କୋରୋନା ପ୍ରଭାବରେ ବାରିପଦା ସହର ତଥା ଜିଲ୍ଲାର ସମସ୍ତ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିବା ସହିତ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ପଡିଛି। ତେବେ ପ୍ରଶାସନିକ ନିର୍ଦ୍ଦେଶାନୁସାରେ କେବଳ ଜରୁରୀକାଳୀନ ପ୍ରତିଷ୍ଠାନ, ଆମ୍ବୁଲାନ୍ସ ସେବା ଭଳି ଗୁରୁତ୍ବପୂର୍ଣ୍ଣ ସେବାକୁ ଏଥିରୁ ବାଦ୍ ଦିଆ ଯାଇଥିବା କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ।

Add Zee News as a Preferred Source
About the Author