ରାଜ ଦରବାରରେ ରାଜବୀର! ୧୬ କୋଟି ପାଇଁ ବାଜିରେ ଜୀବନ, ହାତରେ ମାତ୍ର ୨ ମାସ

ଜାବତ୍ସଳ ରାଜାଙ୍କୁ ଭେଟିବାକୁ, ତାଙ୍କ ରୋଗୀଣା ପିଲାର ପ୍ରାଣଭିକ୍ଷା ମାଗିବାକୁ ପିଲ୍ଲିରୁ ଦିଲ୍ଲୀ ପହଞ୍ଚିଛନ୍ତି। ଭୁବନେଶ୍ୱରରେ ଓଡ଼ିଶାର ମଉଜମଣୀଙ୍କ ଦର୍ଶନ ମିଳିଲାନାହିଁ। ଶେରେ ବାଧ୍ୟ ହୋଇ ଦିଲ୍ଲୀ ଦରବାରକୁ ଛୁଟି ଆସିଛନ୍ତି। ଦିଲ୍ଲୀରେ କାଳେ ତାଙ୍କ ମନସ୍କାମନା ପୂରଣ ହେବ, ଆଉ ପୁଅ ପାଇଁ ସେମାନଙ୍କ ପ୍ରାର୍ଥନା ଏହି ଦରବାରର ରାଜାଙ୍କ କାନରେ ପଡ଼ିବ। ହେଲେ ଏଯାଏଁ ତ ତାହା ହୋଇପାରିନାହିଁ। ଆପଣମାନେ ଚାହିଁଲେ କିନ୍ତୁ ବିନ୍ଦୁ ବିନ୍ଦୁ, ସିନ୍ଧୁ ହେଲା ପରି କିଛି ସାହାଯ୍ୟ କରି ତାଙ୍କର ସେହି କୋମଳମତି ଶିଶୁର ଜୀବନ ବଞ୍ଚାଇପାରିବେ। ସେଥିପାଇଁ ଏବେ ସେମାନେ ସମସ୍ତଙ୍କୁ ନେହୁରା ହେଉଛନ୍ତି।

ରାଜ ଦରବାରରେ ରାଜବୀର! ୧୬ କୋଟି ପାଇଁ ବାଜିରେ ଜୀବନ, ହାତରେ ମାତ୍ର ୨ ମାସ
Image Credit: ଡିଜାଇନ୍ ଫଟୋ

About the Author