ଛେଳି ଚରାଳିରୁ ଫୁଟବଲ କୋଚ, ଅନନ୍ୟ ପ୍ରତିଭା ଝାରସୁଗୁଡ଼ାର ତନୁଜା

ଭାଗ୍ୟର ବିଡ଼ମ୍ବନା; ଦିନେ ଫୁଟବଲ ଖେଳାଳିରୁ ଛେଳି ଚରାଳିର ପରିଚୟ ସୃଷ୍ଟି କରିଥିବା ବେଳେ ଆଜି ଛେଳି ଚରାଳିରୁ ସିଧାସଳଖ ଫୁଟବଲ କୋଚର ପରିଚୟ ଦେଇଛି ତାଙ୍କୁ। ଦିନେ ଗରିବୀ ତାଙ୍କୁ ଛେଳି ଚରାଇବାକୁ ବାଧ୍ୟ କରିଥିଲା। ପରିବାରର ଆର୍ଥିକ ଅନାଟନ କାରଣରୁ ଜୀବନ ଜିଇଁବା ଏକ ପ୍ରକାର ଠପ ହୋଇଯିବା ଅବସ୍ଥାରେ ରହିଥିଲା। ଫଳରେ ଫୁଟବଲ ପରିବର୍ତ୍ତେ ଛେଳି ଚରା

ଛେଳି ଚରାଳିରୁ ଫୁଟବଲ କୋଚ, ଅନନ୍ୟ ପ୍ରତିଭା ଝାରସୁଗୁଡ଼ାର ତନୁଜା

ଝାରସୁଗୁଡ଼ା: ଭାଗ୍ୟର ବିଡ଼ମ୍ବନା; ଦିନେ ଫୁଟବଲ ଖେଳାଳିରୁ ଛେଳି ଚରାଳିର ପରିଚୟ ସୃଷ୍ଟି କରିଥିବା ବେଳେ ଆଜି ଛେଳି ଚରାଳିରୁ ସିଧାସଳଖ ଫୁଟବଲ କୋଚର ପରିଚୟ ଦେଇଛି ତାଙ୍କୁ। ଦିନେ ଗରିବୀ ତାଙ୍କୁ ଛେଳି ଚରାଇବାକୁ ବାଧ୍ୟ କରିଥିଲା। ପରିବାରର ଆର୍ଥିକ ଅନାଟନ କାରଣରୁ ଜୀବନ ଜିଇଁବା ଏକ ପ୍ରକାର ଠପ ହୋଇଯିବା ଅବସ୍ଥାରେ ରହିଥିଲା। ଫଳରେ ଫୁଟବଲ ପରିବର୍ତ୍ତେ ଛେଳି ଚରାଇଥିଲେ ଏହି ପ୍ରତିଭାବାନ ଖେଳାଳି ଝାରସୁଗୁଡ଼ା ସହରସ୍ଥିତ ଦେବାଡିହି ଗ୍ରାମର ମହିଳା ଖେଳାଳି ତନୁଯା ବାଗ୍। 

ତନୁଜା ଦିନେ ଦେଶ ପାଇଁ ଫୁଟବଲ ଖେଳୁଥିଲେ। ଭାଗ୍ୟର ପରିବର୍ତ୍ତନ ହେବା ସହିତ ଏବେ ସେ ପିଲାଙ୍କୁ ତାଲିମ ଦେବା କାର୍ଯ୍ୟ କରିବେ। ଯାହା ପାଇଁ ତାଙ୍କୁ ମାସିକ ପାଇବେ ୨୦ ହଜାର ଟଙ୍କା। ଝାରସୁଗୁଡାର ଗାଁଗହଳିରେ ଫୁଟବଲ ପ୍ରତିଭାର ଅଭାବ ନାହିଁ। ତେଣୁ ଗାଁର ମଲ୍ଲି ଗାଁରେ ଫୁଟି ଆଉ ଝଡ଼ିବ ନାହିଁ। ବାହାରକୁ ଆସି ନିଜର ପ୍ରତିଭା ଦେଖାଇବ। ଯଦି ପ୍ରତିଭା ଥିବ ତେବେ ରାଜ୍ୟ ଏବଂ ଦେଶ ପାଇଁ ଖେଳି ଗର୍ବ ଆଣିବ।  

ଝାରସୁଗୁଡା ସହରସ୍ଥିତ ଦେବାଡ଼ିହି ଗ୍ରାମର ଜାତୀୟ ମହିଳା ଫୁଟବଲ ଖେଳାଳି ତନୁଯା ବାଗେ ଦିନେ ଦେଶ ପାଇଁ ଫୁଟବଲ ଖେଳୁଥିଲେ। କିନ୍ତୁ ସମୟ ସୁଅରେ ପଡ଼ି ପେଟ ପୋଷିବା ପାଇଁ ଜାତୀୟ ଖେଳାଳି ହୋଇ ମଧ୍ୟ ଛେଳି ଚରାଇବାକୁ ବାଧ୍ୟ ହୋଇଥିଲେ। ଭଙ୍ଗା ଦଦରା ଘର ସାଙ୍ଗକୁ ଛେଳି ଏବଂ ତାଙ୍କର ପରିବାର ହିଁ ତାଙ୍କର ସବୁ କିଛି ଥିଲା। ଭାଗ୍ୟ କୁ ଆଦରି କିଛି ଦିନ ଏମିତି ଚଳିବା ପରେ ତାଙ୍କୁ ଗୋଟିଏ ବଡ଼ ସୁଯୋଗ ମିଳି ପାରିଛି। ବେଦାନ୍ତର ଏକ ସହଯୋଗୀ ଅଂଶୀଦାର ସଂସ୍ଥା ଜେଏମଡି ଘରୋଇ ସଂସ୍ଥା ସ୍ପୋର୍ଟସ କୋ-ଅର୍ଡିନେଟର ରୂପେ ଯୋଗଦାନ କରିବା ପାଇଁ ଏକ ଚୁକ୍ତିପତ୍ର ପ୍ରଦାନ କରିଛନ୍ତି । 

ଏହି ଚୁକ୍ତିନାମା ପତ୍ର ବେଦାନ୍ତର CEO ଛବିନାଥ ସିଂ ପ୍ରଦାନ କରିଛନ୍ତି। ଜିଲାପାଲଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଜିଲାପାଳଙ୍କ ଉପସ୍ଥିତରେ ଏହିପତ୍ର ଦିଆଯାଇଛି। ବେଦାନ୍ତର CSR କ୍ରମରେ ଓ ବେଦାନ୍ତର ଆଖପାଖ ରହିଥିବା ଗାଁର ଫୁଟବଲ ଖେଳାଳିଙ୍କୁ ତାଲିମ ଦେବେ । ଏଥିପାଇଁ ତନୁଯାଙ୍କୁ ମାସିକ କୋଡିଏ ହଜାର ଟଙ୍କା ଦିଆଯିବ ବୋଲି ଉକ୍ତ ପତ୍ରରେ ଉଲ୍ଲେଖ ରହିଛି। 
ସୂଚନା ଅନୁସାରେ ଜାତୀୟ ମହିଳା ଫୁଟବଲ ଖେଳାଳି ଛେଳି ଚରାଇବା ସହ ଅବହେଳିତ ହୋଇ ଜୀବନ ଯାପନ କରୁଥିବା ବିଷୟରେ ଗଣମାଧ୍ୟମରେ ଜୋର ଚର୍ଚ୍ଚାରେ ରହିଥିଲେ । ଦେଶ ଓ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଥିବା ତନୁଯା ସରକାରୀ ଚାକିରି ପାଇଁ ଅନେକ ଆଶା କରିଥିବା ବେଳେ ହତାଶ ହୋଇ ଛେଳି ଚରାଉଥିଲେ। ହେଲେ ଶେଷରେ ଏକ ଘରୋଇ କମ୍ପାନୀରେ sports coordinator ରୂପେ ନିଯୁକ୍ତି ପାଇଛନ୍ତି । ଏଣିକି ସେ ଫୁଟବଲ କୋଚ ଭାବେ ଉକ୍ତ କମ୍ପାନୀ ପାଇଁ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି।