Trending Photos
ସମ୍ବଲପୁର: ଗରିବ ହିତାଧିକାରୀଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାପାଇଁ ସରକାର ଅନେକ ଯୋଜନା କରିଛନ୍ତି । କିନ୍ତୁ କିଛି ଅସାଧୁ କର୍ମଚାରୀ ଏବଂ ସ୍ଥାନୀୟ ଜନ ପ୍ରତିନିଧିଙ୍କ ପାଇଁ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନି ଯୋଜନା। ସମ୍ବଲପୁର ଜିଲା ରେଢ଼ାଖୋଲ ବ୍ଲକର ବୁରଡ଼ା ପଞ୍ଚାୟତରେ ବିଜୁ ପକ୍କା ଘର କାମ ସରି ନ ଥିବା ବେଳେ ଟଙ୍କା ଉଠେଇ ନେଇଛନ୍ତି ସରପଞ୍ଚଙ୍କ ସ୍ୱାମୀ। ଏଭଳି ଏକ ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ରାଜ୍ୟ ସରକାର ବିଜୁ ପକ୍କା ଘର ଯୋଜନା କରି ଗରିବ ଲୋକଙ୍କୁ ଘର ଖଣ୍ଡିଏ ଯୋଗାଇ ଦେଉଛନ୍ତି । କିନ୍ତୁ କିଛି ଗାଉଁଲି ନିରୀହ ଗରିବ ଶ୍ରେଣୀର ଲୋକଙ୍କୁ ଠକି ଦେଉଛନ୍ତି ସ୍ଥାନୀୟ ଜନ ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରେଢ଼ାଖୋଲ ବ୍ଲକ ବୁରଡା ପଞ୍ଚାୟତରେ। ଏଠି ବୁରଡ଼ା ପଞ୍ଚାୟତର ବନ୍ତଲୋଇ ଗାଁରେ ୨୦୧୬-୧୭ରେ ପ୍ରମିଳା ଶବର ନାଁରେ ଘର ଖଣ୍ଡେ ମିଳିଥିଲା। କିନ୍ତୁ ସ୍ଥାନୀୟ ସରପଞ୍ଚ ନିଜେ ସେହି ଘରକୁ ତିଆରି କରିବି କହି ଆଜି ପର୍ଯ୍ୟନ୍ତ ଘର ସମ୍ପୂର୍ଣ କରି ନାହାନ୍ତି ।
ଘରେ ଝରକା କବାଟ ଲାଗି ନ ଥିବା ବେଳେ ପ୍ଲାଷ୍ଟର ମଧ୍ୟ ହୋଇନାହିଁ । କିନ୍ତୁ ଘର ତିଆରି ବାବଦରେ ସରପଞ୍ଚ ୪ଟି କିସ୍ତିରେ ଟଙ୍କା ଉଠାଇ ସାରିଛନ୍ତି । ସେହିପରି ୨୦୧୯-୨୦ରେ ସେ ଗାଁର ନଟବର ଲୁଗୁନଙ୍କ ବିଜୁ ପକ୍କାଘର । ସେ ଘରର ମଧ୍ୟ ୪ଟି କିସ୍ତିରେ ଟଙ୍କା ଉଠା ସରିଛି । କିନ୍ତୁ ଘର କାମ ଅଧା ହୋଇଥିବା ବେଳେ ଛାତରୁ ପାଣି ଗଳୁଛି । ବର୍ଷେ ରୁ ଅଧିକ ସମୟ ଧରି ଘର ତିଆରି ସରିଥିବା ବେଳେ ଏପର୍ଯ୍ୟନ୍ତ ହିନାହାନ୍ତି ହିତାଧିକାରୀ ।
ସେପଟେ ନାଟବର ଳୁଗୁନ ନାମରେ ଥିବା ଘରଟି କାଗଜ ପତ୍ରରେ ୪ ମାସ ମଧ୍ୟରେ ଶେଷ ହୋଇଯାଇଥିବା ଦର୍ଶାଯାଇଥିବା ବେଳେ ଠିକାଦାରଙ୍କୁ ୨୦ ହଜାର ବୋନସ ଦିଆଯିବ ବୋଲି ଜଣାପଡିଛି । ତେବେ କିପରି ରେଢ଼ାଖୋଲ ବିଡ଼ିଓ ମହାଶୟ ଘର ତିଆରି କାର୍ଯ୍ୟକୁ ଯାଞ୍ଚ ନ କରି କିପରି ବିଲ୍ ତିଆରି କଲେ ସେ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି । ଘଟଣା ଜାଣିଲା ପରେ ନଟଵର ବିଡ଼ିଓଙ୍କ ପାଖକୁ ଯାଇଥିଲେ, କିନ୍ତୁ ଘଟଣାର ଯାଞ୍ଚ କରିବାକୁ ବିଡ଼ିଓ ପ୍ରତିଶୃତି ଦେଇଥିଲେ । କିନ୍ତୁ ତାହା ଖାଲି ପ୍ରତିଶୃତି ହିଁ ରହିଯାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି ସରପଞ୍ଚ ନିଜେ ଯଦି ଗରିବ ହିତାଧିକାରୀଙ୍କ ଟଙ୍କା ହଡପ କରିବେ ଆଉ ବିଡ଼ିଓ ସବୁ ଜାଣି ନ ଜାଣିଲା ପରି ଚୁପ ରହିବେ ତାହେଲେ ଲୋକେ ଅଭିଯୋଗ କରିବେ କାହାକୁ । ଘଟଣା ସମ୍ପର୍କରେ ବିଡ଼ିଓଙ୍କୁ ପଚାରିଥିଲୁ ଘଟଣାର ତଦନ୍ତ କରିବା ପରିବର୍ତ୍ତେ ବୋନସ ଟଙ୍କା ମିଳିଲେ ତା ଘର ମରାମତି କରିଦିଆଯିବ ବୋଲି ବିଡ଼ିଓ ସୂଚନା ଦେଇଛନ୍ତି l