ବାଲି ମାଫିଆଙ୍କ ରାଜ, ତଦନ୍ତ ନିର୍ଦ୍ଦେଶ ଦେଲେ ତହସିଲଦାର
Advertisement

ବାଲି ମାଫିଆଙ୍କ ରାଜ, ତଦନ୍ତ ନିର୍ଦ୍ଦେଶ ଦେଲେ ତହସିଲଦାର

ରାୟଗଡ ତହସିଲ ଅଞ୍ଚଳରେ ବାଲି ମାଫିଆଙ୍କ ଚାଲିଛି ଆତଙ୍କରାଜ। ଏଠିକାର ମହେନ୍ଦ୍ର ତନୟା ନଦୀରୁ ଅବାଧରେ ଚୋରି ହେଉଛି ଲୋଡ୍ ଲୋଡ୍ ଟ୍ରାକ୍ଟର ବାଲି। ଡମ୍ବାପୁର ନୂତନ ନିର୍ମିତ ଡ୍ୟାମ ତଳ ନଦୀ ଭିତରୁ ଟ୍ରାକ୍ଟର ବାଲି ଚାଲାଣ ହେଉଥିବା ଦେଖିବାକୁ ମିଳିଛି। ଖବର ପାଇ ତୁରନ୍ତ ତହସିଲଦାର ଲୀଳାବତୀ ଆଚାର୍ଯ୍ୟ କର୍ମଚାରୀଙ୍କୁ ଉକ୍ତ ସ୍ଥାନକୁ ପଠାଇ ତଦନ୍ତ କରିଛନ୍ତ

ବାଲି ମାଫିଆଙ୍କ ରାଜ, ତଦନ୍ତ ନିର୍ଦ୍ଦେଶ ଦେଲେ ତହସିଲଦାର

ଗଜପତି : ରାୟଗଡ ତହସିଲ ଅଞ୍ଚଳରେ ବାଲି ମାଫିଆଙ୍କ ଚାଲିଛି ଆତଙ୍କରାଜ। ଏଠିକାର ମହେନ୍ଦ୍ର ତନୟା ନଦୀରୁ ଅବାଧରେ ଚୋରି ହେଉଛି ଲୋଡ୍ ଲୋଡ୍ ଟ୍ରାକ୍ଟର ବାଲି। ଡମ୍ବାପୁର ନୂତନ ନିର୍ମିତ ଡ୍ୟାମ ତଳ ନଦୀ ଭିତରୁ ଟ୍ରାକ୍ଟର ବାଲି ଚାଲାଣ ହେଉଥିବା ଦେଖିବାକୁ ମିଳିଛି। ଖବର ପାଇ ତୁରନ୍ତ ତହସିଲଦାର ଲୀଳାବତୀ ଆଚାର୍ଯ୍ୟ କର୍ମଚାରୀଙ୍କୁ ଉକ୍ତ ସ୍ଥାନକୁ ପଠାଇ ତଦନ୍ତ କରିଛନ୍ତି ।

ତହସିଲ କର୍ମଚାରୀ ଓ ରାୟଗଡ ପୋଲିସ କର୍ମଚାରୀ ଉକ୍ତ ଅଞ୍ଚଳ ଚଢ଼ାଉ କରି ଦୁଇଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଛନ୍ତି। ତେବେ ବର୍ଷ ବର୍ଷ ଧରି ଏହା ଚାଲୁଥିବା ବେଳେ ଏଠାରୁ ବାଲି ଉଠାଣ ନେଇ କାହାକୁ ଅନୁମତି ଦିଆଯାଇନଥିବା ତହସିଲଦାର ସ୍ପଷ୍ଟ କରିଛନ୍ତି। ତେବେ ରାୟଗଡ ରାଜସ୍ୱ ନିରୀକ୍ଷକ ଏସମ୍ପର୍କରେ ଅବଗତ ଅଛନ୍ତି ନା ଜାଣି ଅଜଣା ରହିଛନ୍ତି, ଚଢ଼ାଉ ସମୟରେ ତାଙ୍କ ଅନୁପସ୍ଥିତି ମଧ୍ୟ ସନ୍ଦେହ ସୃଷ୍ଟି କରିଛି। 

କୋରୋନା କଟକଣା ମଧ୍ୟରେ ବାଲି ମାଫିଆ ଅବାଧରେ ଚୋରା ଚାଲାଣ କରି ମାଲାମାଲ ହେଉଥିବା ଜଣାପଡ଼ିଛି। ତେବେ ବେଆଇନ ବାଲି ଚାଲାଣ ଅଭିଯୋଗରେ ଜବତ ଦୁଇଟି ଟ୍ରାକ୍ଟର ମାଲିକ ଠାରୁ ଦଶ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏହିପରି ଚଢ଼ାଉ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ତହସିଲଦାର।