ଶିକ୍ଷକ ଅଭାବକୁ ମାନିଲେ ଶିକ୍ଷା ମନ୍ତ୍ରୀ; ଖୁବଶୀଘ୍ର ପୂରଣ ଖାଲିପଡିଥିବା ପଦବୀ
ଜିଲ୍ଲାରେ ୫୮୦ ହାଇସ୍କୁଲ ରହିଥିବା ବେଳେ ପାଖାପାଖି ୪ ହଜାର ଶିକ୍ଷକଙ୍କ ଆବଶ୍ୟକତା ରହିଛି।
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବର୍ଷ ବର୍ଷ ଧରି ଲାଗି ରହିଥିବା ଶିକ୍ଷକ ଅଭାବ ପରିସ୍ଥିତିକୁ ସ୍ବୀକାର କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ମଡେଲ ସ୍କୁଲ ମେଗା ଉଦଘାଟନ ଉତ୍ସବରେ ଯୋଗ ଦେବାକୁ ଗଣଶିକ୍ଷା ମନ୍ତ୍ରୀ ଆସିଥିବା ବେଳେ ସ୍ଥିତିର ସମୀକ୍ଷା କରି Zee Odisha ଖବର ଉପରେ ମୋହର ମାରିଛନ୍ତି। ଆବଶ୍ୟକ ଶିକ୍ଷକ ନଥାଇ ଭିତ୍ତିଭୂମିର ବିକାଶ କରି ସରକାରଙ୍କ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଉପରେ ପ୍ରଶ୍ନ ଉଠାଇବା ସହ ଅନେକ ସ୍କୁଲରେ ଜଣେ ଶିକ୍ଷକଙ୍କ ଉପରେ ଶହ ଶହ ପିଲାଙ୍କ ଭବିଷ୍ୟତ ଥିବା ନେଇ ପ୍ରଥମେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
Zee Odisha ଖବରର ମହା ପ୍ରଭାବ! ଗଞ୍ଜାମ ଜିଲ୍ଲାରେ ଶିକ୍ଷକ ଅଭାବ ପରିସ୍ଥିତିକୁ ସ୍ବୀକାର କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଅତିଶୀଘ୍ର ପୂରଣ ହେବ ଖାଲି ପଡିଥିବା ଶିକ୍ଷକ ପଦବୀ। ଆବଶ୍ୟକୀୟ ଭିତ୍ତିଭୂମି ସହ ପିଲାଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା। ଜିଲ୍ଲାରେ ମଡେଲ ସ୍କୁଲ ମେଗା ଉଦଘାଟନ ଉତ୍ସବରେ ଯୋଗ ଦେବାକୁ ଆସି ଏହା କହିଛନ୍ତି ଖୋଦ୍ ଶିକ୍ଷା ମନ୍ତ୍ରୀ।
Also Read: ଶିକ୍ଷକ ମରୁଡିରେ ପୀଡିତ ବିଦ୍ୟାଳୟ: କିପରି ହେବ ଗୁଣାତ୍ମକ ଶିକ୍ଷାଦାନ?
ଜିଲ୍ଲାରେ ୫୮୦ ହାଇସ୍କୁଲ ରହିଥିବା ବେଳେ ପାଖାପାଖି ୪ ହଜାର ଶିକ୍ଷକଙ୍କ ଆବଶ୍ୟକତା ରହିଛି। ଜିଲ୍ଲାର ଅନେକ ସ୍କୁଲରେରେ କିଭଳି ଶିକ୍ଷକ ମରୁଡି ଦେଖିବାକୁ ମିଳିଛି ଏବଂ ଜଣେ ଖେଳ ଅଥବା ହିନ୍ଦୀ ଶିକ୍ଷକଙ୍କ ହାତରେ କିଭଳି ଶହ ଶହ ପିଲାଙ୍କ ଭବିଷ୍ୟତ ଝୁଲି ରହିଛି ସେ ନେଇ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ସରକାରଙ୍କ ଦୂରଦୃଷ୍ଟି ଉପରୁ ପରଦା ଉଠାଇବାକୁ ପ୍ରୟାସ କରିଥିଲା Zee Odisha। ଭିତ୍ତିଭୂମିରେ ବୈପ୍ଲବିକ ପରିବର୍ତ୍ତନ ଅଣାଯାଇଥିବା ବେଳେ ସ୍ମାର୍ଟ କ୍ଲାସ୍ ରୁମ୍ ମାଧ୍ୟମରେ ବିନା ପ୍ରଶିକ୍ଷକରେ କିଭଳି ଛାତ୍ରଛାତ୍ରୀ ସ୍ମାର୍ଟ ହେବେ ତାହାକୁ ନେଇ ପ୍ରଶ୍ନ ଉଠିବା ପରେ ଆରମ୍ଭ ହୋଇଯାଇଛି ଧରପଗଡ।
ହିନ୍ଦୀ, ସଂସ୍କୃତ, ଖେଳ ସମେତ ୧୧ ହଜାର ଶିକ୍ଷକଙ୍କୁ ଅତିଶୀଘ୍ର ନିଯୁକ୍ତି ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଶିକ୍ଷା ବ୍ୟବସ୍ଥାରେ ଏକ ବଡ ପରିବର୍ତ୍ତନ ଆଣିବା ଲାଗି ରାଜ୍ୟ ସରକାର ଚିନ୍ତା କରୁଥିବା ବେଳେ ଦୂରଦୃଷ୍ଟିର ଅଭାବ ରହିଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବିଙ୍କ ସହ ଅବସରପ୍ରାପ୍ତ ଶିକ୍ଷକ। ବିନା ଶିକ୍ଷକରେ କିଭଳି ଗୁଣାତ୍ମକ ଶିକ୍ଷା ପ୍ରଦାନ ସମ୍ଭବ ବୋଲି ଉଠିଛି ପ୍ରଶ୍ନ। ହେଲେ ଏହି ସମସ୍ୟାର ସମାଧାନ କରିବାକୁ ଏପରିକି ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିଶୃତିକୁ ସ୍ବାଗତ କରିବା ସହ ଅତିଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବା ଲାଗି ଦାବି ହୋଇଛି।
Also Read: ରାଜ୍ୟ ପ୍ରଗତିରେ ରୋଲ ମଡେଲ ସାଜିବ ଗଞ୍ଜାମ; ବିକାଶ ଦେଖିବାକୁ ଜିଲ୍ଲା ଗସ୍ତରେ ଆସିବେ ବିଧାୟକ
ରାଜ୍ୟରେ ଅକ୍ଟୋବର ୨ ତାରିଖ ସୁଦ୍ଧା ୧ ହଜାର ବିଦ୍ୟାଳୟକୁ ମଡେଲ ସ୍କୁଲରେ ପରିଣତ କରିବା ଲାଗି ସରକାରଙ୍କ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ଖାଲି ପଡିଥିବା ଶିକ୍ଷକ ପଦବୀ କେବେ ପୁରଣ ହେବ ତାହା ଉପରେ ରହିଛି ନଜର।