ମାଆର ଶୁଦ୍ଧକ୍ରିୟାରେ ଯୋଗଦେବା ପାଇଁ ପାରୋଲରେ ଆସିଲା ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଗିରଫ ହୋଇଥିବା ଅବଦୁର ରେହମାନ। ପାରୋଲରେ ଆସି ଗାଁରେ ୪ ଘଣ୍ଟା ରହିଥିଲା ଅବଦୁର ରେହମାନ ।
Trending Photos
)
ଦୀପକ ଦାସ, ସାଲେପୁର: ମାଆର ଶୁଦ୍ଧକ୍ରିୟାରେ ଯୋଗଦେବା ପାଇଁ ପାରୋଲରେ ଆସିଲା ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଗିରଫ ହୋଇଥିବା ଅବଦୁର ରେହମାନ। ପାରୋଲରେ ଆସି ଗାଁରେ ୪ ଘଣ୍ଟା ରହିଥିଲା ଅବଦୁର ରେହମାନ । ୨୦୧୫ ମସିହାରେ ଆଲକାଏଦା ଲିଙ୍କ ଅଭିଯୋଗରେ ଗିରଫ ହୋଇଥିଲା ଅବଦୁର ରେହମାନ।
୨୦୧୫ ମସିହା, ଡିସେମ୍ବର ମାସରେ ଏନଆଇଏ (NIA) ଅବଦୁରକୁ କଟକ ସାଲେପୁର ପଶ୍ଚିମକଛ ସାତବାଟିଆ ଗାଁରୁ ଗିରଫ କରିଥିଲା । ଏହି ଘଟଣା ସେତେବେଳେ ସମସ୍ତ ଅଞ୍ଚଳବାସୀ ଓ ରାଜ୍ୟବାସୀଙ୍କୁ ଚକିତ କରିଥିଲା । ପରେ ଏସଷ୍ଟିଏଫ ଓ ଜଗତପୁର ପୋଲିସ ହାତର ଲାଗିଥିଲା ଅବଦୂର ପୁରା ଗତିବିଧିର ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯଥା ବେଆଇନି ମଦ୍ରସା ଚଳାଇବା , ଅସ୍ତ୍ରଶସ୍ତ୍ର ତାଲିମ ଦେବା ଓ ଉତ୍ତେଜନା ପ୍ରବଣ ପ୍ରବଚନ ଦେବା ଆଦିର ପ୍ରମାଣ ସେତେବେଳେ ପୋଲିସ ହାତରେ ଲାଗିଥିଲା । ବାରମ୍ବାର ଅବଦୁରକୁ NIA ଦିଲ୍ଲୀ ପୋଲିସ ସହାୟତରେ ରିମାଣ୍ଡରେ ନେଇ ତଦନ୍ତ କରିସାରିଛି । ତେବେ ବିଚାରଧୀନ କଏଦୀ ଭାବେ ଅବଦୂର ଚୌଦ୍ୱାର ଜେଲରେ ସଜ୍ଜା କାଟୁଥିବା ବେଳେ ଗତ ଜୁନ ୧୫ ତାରିଖରେ ତାହାର ମାଆଙ୍କ ଦେହାନ୍ତ ହୋଇଥିଲା । ମାଆର ଶୁଦ୍ଧିକ୍ରିୟାରେ ସାମିଲ ହେବାକୁ ଅବଦୂରର ପରିବାର ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଜାମିନ ଆବେଦନ କରିଥିଲେ ।
ମାନ୍ୟବର କୋର୍ଟ ଜାମିନ ଆବେଦନକୁ ଖାରଜ କରି ମାତ୍ର ୪ ଘଣ୍ଟାର ପାରୋଲ ଆସିବା ପାଇଁ ଅନୁମତି ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜଗତପୁର କମିଶନରେଟ ପୋଲିସ କଡ଼ା ସୁରକ୍ଷା ବଳୟ ଭିତରେ ସାତବଟିଆ ଗାଁକୁ ଅବଦୂରକୁ ଆଣିଥିଲା । ୪ ଘଣ୍ଟାର ରହଣି ସମୟରେ ଅବଦୂର ପରିବାର ଲୋକଙ୍କ ସହ ସୁଦ୍ଧିକ୍ରିୟାରେ ସାମିଲ ହୋଇଥିଲା । ପରେ ପୁଣି ୪ ଘଣ୍ଟା ପରେ ପୋଲିସ କଡା ସୁରକ୍ଷା ବଳୟରେ ଚୌଦ୍ୱାର ଜେଲକୁ ନେଇ ଯାଇଥିଲେ ।