Advertisement
Article Detail0/zeeodisha/odisha715725
Zee OdishaOdisha Stateପଶ୍ଚିମ ଓଡିଶା ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ପୋଷଣ, ବିଜେପିର ଅଭିଯୋଗ

ପଶ୍ଚିମ ଓଡିଶା ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ପୋଷଣ, ବିଜେପିର ଅଭିଯୋଗ

ପଶ୍ଚିମ ଓଡିଶାର ସ୍ଵାସ୍ଥ୍ୟ ସେବା ଉପରେ ଅବହେଳା କରୁଛନ୍ତି ରାଜ୍ୟ ସରକାର । ଜିଲ୍ଲାମାନଙ୍କର କୋଭିଡ ହସ୍ପିଟାଲରେ ଥିଲେ ମଧ୍ୟ ଠିକ ଭାବେ ସ୍ୱାସ୍ଥ୍ୟ ସେବା ମିଳୁନାହିଁ । ପଶ୍ଚିମ ଓଡିଶାର ଡାକ୍ତରଙ୍କୁ କାହିଁକି ଅନ୍ୟତ୍ର ନିଆଯାଉଛି । 

ପଶ୍ଚିମ ଓଡିଶା ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ପୋଷଣ, ବିଜେପିର ଅଭିଯୋଗ

ସମ୍ବଲପୁର: ପଶ୍ଚିମ ଓଡିଶାର ସ୍ଵାସ୍ଥ୍ୟ ସେବା ଉପରେ ଅବହେଳା କରୁଛନ୍ତି ରାଜ୍ୟ ସରକାର । ଜିଲ୍ଲାମାନଙ୍କର କୋଭିଡ ହସ୍ପିଟାଲରେ ଥିଲେ ମଧ୍ୟ ଠିକ ଭାବେ ସ୍ୱାସ୍ଥ୍ୟ ସେବା ମିଳୁନାହିଁ । ପଶ୍ଚିମ ଓଡିଶାର ଡାକ୍ତରଙ୍କୁ କାହିଁକି ଅନ୍ୟତ୍ର ନିଆଯାଉଛି । ଏଭଳି ଗୁରୁତର ଅଭିଯୋଗ ଆଣିଛି ବିଜେପି। ଏନେଇ ବିଜେପି ବିଧାୟକମାନେ ମଙ୍ଗଳବାର ଆରଡିସିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ମହାମାରୀ ସହ ଲଢେଇ ସମୟରେ ପଶ୍ଚିମ ଓଡିଶାର ସ୍ଵାସ୍ଥ୍ୟସେଵାରେ ଅବହେଳା । କୋଭିଡ ହସ୍ପିଟାଲ ଡାକ୍ତରଙ୍କୁ ଅନ୍ୟ ଜିଲ୍ଲାକୁ ସ୍ଥାନାନ୍ତର କରାଯାଉଛି । ଏମିତି କି କୋଭିଡ ହସ୍ପିଟାଲରେ ରୋଗୀଙ୍କୁ ଠିକ ଭାଵେ ଚିକିତ୍ସା ମିଳିପାରୁନାହି । ଏଭଳି ଅଭିଯୋଗ ନେଇ ବିଜେପି ବିଧାୟକ ଦଳ ପକ୍ଷରୁ ମଙ୍ଗଳବାର ଉତ୍ତରାଞ୍ଚଳ ରାଜସ୍ଵ କମିଶନରକୁ ଦାବିପତ୍ର ପ୍ରଦାନ କରାଯାଇଛି। ତୁରନ୍ତ ଏ ସମସ୍ୟାର ସମାଧାନ ଦାବି କରାଯାଇଛି।

ପଶ୍ଚିମ ଓଡିଶାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ସ୍ୱାସ୍ଥ୍ୟସେବା ଅନେକ ସମସ୍ୟା ଦେଇ ଗତି କରୁଛି । ଏମିତିରେ ସମସ୍ତ ସମସ୍ୟା ପ୍ରତି ଉତ୍ତରାଞ୍ଚଳ ଆରଡିସିଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମଙ୍ଗଳବାର ତାଙ୍କୁ ସାକ୍ଷାତ କରିଥିଲେ ପଶ୍ଚିମ ଓଡିଶାର ବିଜେପି ବିଧାୟକମାନେ । ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲୀ ବିଧାୟକ ନାଉରୀ ନାଏକଙ୍କ ସମେତ ସୁନ୍ଦରଗଡ଼, ଦେବଗଡ଼, ବିରମିତ୍ରପୁର ବିଧାୟକ ଓ କାର୍ଯ୍ୟକର୍ତ୍ତା ସମ୍ବଲପୁର ଆରଡିସିଙ୍କୁ ଭେଟିଥିଲେ । ସାକ୍ଷାତ କରି ସେମାନ କୋଭିଡ ସମୟରେ ଲାଗି ରହିଥିବା ସ୍ୱାସ୍ଥ୍ୟ ସମସ୍ୟା ନେଇ ଆଲୋଚନା କରିଥିଲେ । ଏଥିରେ ମୁଖ୍ୟତଃ ଡାକ୍ତର ସମସ୍ୟା ସହ ପଶ୍ଚିମ ଓଡ଼ିଶାକୁ ନେଇ ଅବହେଳା କରାଯାଉଥିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଥିଲା।

Add Zee News as a Preferred Source

ଏହି ସମସ୍ତ ସମସ୍ୟାର ଉତ୍ଥାପନ ବିଜେପି ବିଧାୟକଗଣ କରିଛନ୍ତି rdcଙ୍କ ସମ୍ମୁଖରେ।କିନ୍ତୁ ତୁରନ୍ତ ଏହାର ସମାଧାନ କରିବାର ଆବଶ୍ୟକତା ରହିଛି ନଚେତ ଆଗାମୀ ସମୟରେ ଏହା ସାଧାରଣ ଜନତା ଙ୍କ ସମସ୍ୟା ହେଲେ କେତେ ବିରୋଧ ହେବ କିଏ ନ କହିବ।

About the Author