ଉପାନ୍ତ ଅଞ୍ଚଳର ଅଭାବନୀୟ ଚିତ୍ର: ଛୁଆଙ୍କୁ ମଦ ବାଣ୍ଟିଲେ, ପରମ୍ପରାକୁ ବଜାୟ ରଖିଲେ
Advertisement
Article Detail0/zeeodisha/odisha715049

ଉପାନ୍ତ ଅଞ୍ଚଳର ଅଭାବନୀୟ ଚିତ୍ର: ଛୁଆଙ୍କୁ ମଦ ବାଣ୍ଟିଲେ, ପରମ୍ପରାକୁ ବଜାୟ ରଖିଲେ

ଏ ଦୃଶ୍ୟ ମାଲକାନଗିରି ଜିଲ୍ଲା ମାଟେରୁ ପଞ୍ଚାୟତ ଅନ୍ତର୍ଗତ ପ୍ରସନପାଲି ଗାଁର । ଏଠି କାହାର ବାହାଘର ହେଲେ ଆଦିବାସୀ ପରମ୍ପରା ଅନୁଯାୟୀ ମଦ ପରଷାଯାଏ । ଆଉ ଏଠି ତାହା ହିଁ ହୋଇଛି । 

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ଅଶୋକ ମିଶ୍ର, ମାଲକାନଗିରି: ମଦ ବାଣ୍ଟୁଥିଲେ ବରିଷ୍ଠ, ଢକ ଢକ କରି ପିଇଯାଉଥିଲେ କନିଷ୍ଠ । ଆପଣ ଏହାକୁ କୁନି ପିଲାଙ୍କ ମଦ ଭୋଜି ବୋଲି ମଧ୍ୟ କହିପାରିବେ । ଆଉ ଏ ଖବର ଆପଣଙ୍କୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏହା ହିଁ ସତ । ପରମ୍ପରାର ଦ୍ୱାହି ଦେଇ ଆଜିବି ଉପାନ୍ତ ଅଞ୍ଚଳରେ ଏମିତି କିଛି ଘଟଣା ଘଟୁଛି । ଆଉ ଯେତେବେଳେ ଏହା ସଭିଙ୍କ ସାମ୍ନାକୁ ଆସୁଛି, ସେତେବେଳେ ଏକବିଶଂ ଶତାବ୍ଦୀର ମଣିଷ ଯେ ହଜାର ହଜାର ବର୍ଷ ପଛରେ ରହିଯାଇଛି, ସେମିତି କିଛି ମନେ ହେଉଛି । 

ଏ ଦୃଶ୍ୟ ମାଲକାନଗିରି ଜିଲ୍ଲା ମାଟେରୁ ପଞ୍ଚାୟତ ଅନ୍ତର୍ଗତ ପ୍ରସନପାଲି ଗାଁର । ଏଠି କାହାର ବାହାଘର ହେଲେ ଆଦିବାସୀ ପରମ୍ପରା ଅନୁଯାୟୀ ମଦ ପରଷାଯାଏ । ଆଉ ଏଠି ତାହା ହିଁ ହୋଇଛି । ଗାଁର ଏକ ବିବାହ ଉତ୍ସବରେ କୁନି କୁନି ପିଲାଙ୍କୁ ଦେଶୀ ମଦ ପିଇବାକୁ ଦିଆଯାଉଛି । ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ, ଗାଁର ବଡ଼ ବଡ଼ିଆ ନିଶୋଙ୍କଚର ସହ କୁନି କୁନି ପିଲାଙ୍କୁ ମଦ ପିଆଉଛନ୍ତି । ଆଉ ଜୀବନକୁ ବୁଝିବା ପୂର୍ବରୁ ମଦ ପିଆର ମଜା ନେଉଛନ୍ତି ଏ କୋମଳମତି ଶିଶୁମାନେ । 

ଏଠାରେ ଅନ୍ୟ ଏକ କଥା ମଧ୍ୟ ସାମ୍ନାକୁ ଆସୁଛି । କୋରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱାରୋପ କରାଯ।ଉଥିବା ବେଳେ ଗାଁର ଲୋକ ସେ ବିଷୟରେ ମଧ୍ୟ ସଚେତନ ନାହାଁନ୍ତି । ବିକାଶ ଯେମିତି ଉପାନ୍ତ ଅଞ୍ଚଳକୁ ପହଞ୍ଚିବାରେ ବିଳମ୍ବ କରେ, ଠିକ୍ ସେହିପରି କୋରୋନା ସଚେତନତା ମଧ୍ୟ ଏପର୍ଯ୍ୟନ୍ତ ପହଞ୍ଚିନଥିବା ମନେହେଉଛି । କାହିଁକିନା ନା ଏଠି କେହି ମାସ୍କ ପିନ୍ଧିଛନ୍ତି ନା ସାମାଜିକ ଦୂରତ୍ୱ ରଖିଛନ୍ତି । 

ଆପଣ ଏ ତମାମ ଚିତ୍ର ଦେଖି କେବଳ ଗୋଟିଏ କଥା କହିପାରିବେ, ସୂର୍ଯ୍ୟ ଉଇଁଛି ସତ । ହେଲେ ଉପାନ୍ତ ଅଞ୍ଚଳର ଏହି ଲୋକମାନେ ଆଜି ବି ଅଜ୍ଞାନ ଓ ଅନ୍ଧାରରେ ବୁଡ଼ି ରହିଛନ୍ତି । ଆଉ ଏଠି ଆଲୋକ ପହଞ୍ଚାଇବାର ଶପଥ ନେଇଥିବା ଆମ ଜନ ପ୍ରତିନିଧିମାନେ ନିଘୋଡ ନିଦରେ ଶୋଇଛନ୍ତି ।

;