ସମ୍ବଲପୁରରେ ବିଏସଏନଏଲ ଅଫିସରେ କାମ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କ ଆନ୍ଦୋଳନ ।
Trending Photos
ଅଜୟ କୁମାର ନାଥ, ସମ୍ବଲପୁର: ବିଏସଏନଏଲ ଜିଏମଙ୍କୁ ଅଫିସରେ ତାଲା ପକାଇଦେଲେ ଅସ୍ଥାୟୀ କର୍ମଚାରୀ । ଗୋଟିଏ ବର୍ଷର ଦରମା ପାଇ ନ ଥିବା ଏବଂ ଜିଏମ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିଥିବା ନେଇ ଅଫିସରେ ତାଲା ପକେଇଥିଲେ କର୍ମଚାରୀ । ପରେ ପୋଲିସ ଆସି ଜିଏମ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଉଦ୍ଧାର କରିଥିଲା ।
ସମ୍ବଲପୁରରେ ବିଏସଏନଏଲ ଅଫିସରେ କାମ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କ ଆନ୍ଦୋଳନ । ବିଏସଏନଏଲ ଜିଏମଙ୍କୁ କାର୍ଯ୍ୟାଳୟରେ ତାଲା ପକାଇ ଦେଲେ କର୍ମଚାରୀ । ଯାହା ଜଣାପଡ଼ିଛି, ସମ୍ବଲପୁର ବିଏସଏନଏଲ ଏସଡିଓଙ୍କ କାର୍ଯ୍ୟାଳୟ ବାହାରେ ନିଜ ୧୨ ମାସର ବକେୟା ପାଉଣା ପାଇବା ଦାବି ସହ ଅନ୍ୟାନ୍ୟ ଦାବି ନେଇ କର୍ମଚାରୀମାନେ ଆନ୍ଦୋଳନ କରୁଥିଲେ । ତେବେ ଏହି ସମୟରେ ବିଏସଏନଏଲ ଜିଏମ ଗାଲିଗୁଲଜ କରିଥିଲେ । ଏନେଇ ସମସ୍ତ ଅସ୍ଥାୟୀ କର୍ମଚାରୀ ବିଏସଏନଏଲ ଏସଡିଓ କାର୍ଯ୍ୟାଳୟରେ ଥିବା ଜିଏମ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ତାଲା ପକାଇ ପ୍ରତିବାଦ କରିଥିଲେ । ଏହା ସହ ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ତୁରନ୍ତ ସମସ୍ତ ବକେୟା ପାଉଣା ଦେବାକୁ ଦାବି କରିଥିଲେ ।
ଅନ୍ୟପଟେ ଅସ୍ଥାୟୀ କର୍ମଚାରୀଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଏସଏନଏଲର ଜିଏମ ଓ ଠିକାଦାର । ବିଏସଏନଏଲର ଅସ୍ଥାୟୀ କର୍ମଚାରୀଙ୍କ ସବୁ ଦାବି ପୁରଣ ପାଇଁ ବିଏସଏନଏଲ ରାଜି ଥିବା ବେଳେ ଅସ୍ଥାୟୀ କର୍ମଚାରୀମାନେ କାର୍ଯ୍ୟରେ ଯୋଗ ନଦେଇ ଅଯଥା ଆନ୍ଦୋଳନ କରୁଥିବା ସେମାନେ କହିଛନ୍ତି ।