Advertisement
Article Detail0/zeeodisha/odisha698050
Zee OdishaOdisha Stateଖ୍ରୀଷ୍ଟପୁରରେ ଓଲଟିଲା ନାଇଟ ଏକ୍ସପ୍ରେସ ବସ୍

ଖ୍ରୀଷ୍ଟପୁରରେ ଓଲଟିଲା ନାଇଟ ଏକ୍ସପ୍ରେସ ବସ୍

ଯାହା ଜଣାପଡ଼ିଛି, ବସରେ ୨୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ବସ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି । 

ଖ୍ରୀଷ୍ଟପୁରରେ ଓଲଟିଲା ନାଇଟ ଏକ୍ସପ୍ରେସ ବସ୍

ପ୍ରେମାନନ୍ଦ ପୂଜାରୀ, ମୋହନା: ଅଡବା ଥାନା ଖ୍ରୀଷ୍ଟପୁର ନିକଟରେ ରାସ୍ଥାକଡକୁ ଓଲଟିଲା ନାଇଟ ଏକ୍ସପ୍ରେସ ବସ୍ । ଗାନ୍ଧୀ ନାମକ ଘରୋଇ ବସଟି ରାୟଗଡ଼ାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବିଳମ୍ବିତ ରାତିରେ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ । 

fallback

ଯାହା ଜଣାପଡ଼ିଛି, ବସରେ ୨୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ବସ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି । ପୋଲିସ ଏନେଇ ସୂଚନା ଦେଇଛି । ସେହିପରି ଆହତ ଯାତ୍ରୀଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭାରସାମ୍ୟ ହରାଇ ବସଟି ଓଲଟି ପଡ଼ିଥିବା ପୋଲିସକ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । 

Add Zee News as a Preferred Source
About the Author