Trending Photos
)
ସମ୍ବଲପୁର: ନିଜସ୍ୱ ଉଦ୍ୟମ ରେ ଯୁବକ ମାନେ ମରାମତି କଲେ ରାସ୍ତା। ବର୍ଷା ସମୟ ଆସିବାରୁ ସବୁବେଳେ ରାସ୍ତାରେ କାଦୁଅ ଓ ପାଣି ଜମି ରହୁଥିବା କାରଣରୁ ଲୋକଙ୍କର ଯିବା ଆସିବାରେ ଅସୁବିଧା ହେଉଥିଲା।ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଅନେକ ଗାଡି ମଟର ଯାଉଥିବା ବେଳେ ଗ୍ରାମବାସୀ ସମ୍ବଲପୁର ସହରକୁ ତଥା ଅନ୍ୟତ୍ର ଯିବା ଆସିବା ପାଇଁ ଏହି ରାସ୍ତାର ବ୍ୟବହାର କରିଥାନ୍ତି।
ରାସ୍ତାଟି ହେଉଛି ସମ୍ବଲପୁର ମହାନଗର ନିଗମର ୧ ନମ୍ବର ୱାର୍ଡ ର ବରାହକୁନି ରାସ୍ତା। ଏଭଳି ଯିବା ଆସିବା ପାଇଁ ସବୁବେଳେ ଅସୁବିଧା ଲାଗି ରହିଥିବା କାରଣରୁ ସ୍ଥାନୀୟ ଅଞ୍ଚଳରେ ଥିବା ଅମର କ୍ଲବ ଏବଂ ଡ. ଭୀମ ରାଓ ଆମ୍ବେଦକର କ୍ଲବର ଯୁବକମାନେ ନିଜସ୍ୱ ଉଦ୍ୟମରେ ରାସ୍ତା ତିଆରି ପାଇଁ ଆଗେଇ ଆସିଲେ।
ଗତକାଲି କ୍ଲବର କିଛି ଯୁବକ ମିଳିମିଶି ଏହି ରାସ୍ତାର ମରାମତି କରି ଗ୍ରାମବାସୀଙ୍କ ଚଳପ୍ରଚଳ ପାଇଁ ସୁବିଧା କରିଥିଲେ।ଏହି କ୍ଲବର ଯୁବକ ମାନେ ସରକାରୀ ସୁବିଧାକୁ ଅପେକ୍ଷା ନ କରି ନିଜସ୍ୱ ଉଦ୍ୟମରେ ଅର୍ଥ ଯୋଗାଡ଼ କରି ଠିକ ସମୟରେ ରାସ୍ତା ମରାମତି ସହ ସମସ୍ତ ଙ୍କ ପାଇଁ ସୁବିଧା କରିପାରିଥିବାରୁ ସ୍ଥାନୀୟ ଅଞ୍ଚଳରେ ତାଙ୍କର ଉଦ୍ୟମ କୁ ପ୍ରସଂଶା କରାଯାଉଛି।