ଭୁଜାଲି ମାଡରେ ଯୁବକ ଗୁରୁତର, ଗୁରୁତର ଅବସ୍ଥାରେ ବୁର୍ଲାକୁ ସ୍ଥାନାନ୍ତର

ସମ୍ବଲପୁରରେ ବଢୁଛି ଅପରାଧ

ଭୁଜାଲି ମାଡରେ ଯୁବକ ଗୁରୁତର, ଗୁରୁତର ଅବସ୍ଥାରେ ବୁର୍ଲାକୁ ସ୍ଥାନାନ୍ତର

ସମ୍ବଲପୁର: ସମ୍ବଲପୁର  ପାଞ୍ଚଗଛିଆ ନିକଟରେ ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଭୁଜାଲି ମାଡ। ଆଜି ଅପରାହ୍ନ ପ୍ରାୟ ତିନିଟା ସମୟରେ ସମ୍ବଲପୁରର ନନ୍ଦପଡାର ଜଣେ ଯୁବକକୁ ପୂର୍ବ ଶତ୍ରୁତା କେନ୍ଦ୍ରକରି ଆଉଜଣେ ଯୁବକ ଭୁଜଳିରେ ଆକ୍ରମଣ କରିଛି।  

ଭୁଜାଲି ପେଟରେ ଲାଗି ରହିଯାଇଥିବା ଅବସ୍ଥାରେ ତାଙ୍କୁ ବୁର୍ଲା ମେଡ଼ିକାଲ ରେ ଭର୍ତି କରାଯାଇଛି। ଯୁବକ ଜଣକ ଗୁରୁତର ଆହତ  ହୋଇପଡ଼ିଥିବା  ଜଣାପଡ଼ିଛି। ଆହତ ଯୁବକ ଜଣକଙ୍କ ନାଁ ସୌରଭ ନନ୍ଦ ବୋଲି ଜଣା ପଡ଼ିଛି।ଏ ବାବଦରେ ସମ୍ବଲପୁର ଅଇଁଠା ପାଲି ପୋଲିସ କିଛି ଲୋକଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି। ତେବେ ଲକ ଡାଉନ ସମୟରେ ଏହି ଘଟଣା ଏବେ ପୋଲିସ ର କାର୍ଯ୍ୟକୁଶଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।