Advertisement
Article Detail0/zeeodisha/odisha699561
Zee OdishaOdisha Stateଏମିତି ଥିଲା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ କନ୍ଧମାଳ ଗସ୍ତ

ଏମିତି ଥିଲା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ କନ୍ଧମାଳ ଗସ୍ତ

ଗଣମାଧ୍ୟମକୁ ଜିଲ୍ଲାରେ ମାଓ ଗତିବିଧି କମିଥିବା ସହ ଆଇନ ଶୃଙ୍ଖଳା ଠିକ୍ ଠାକ୍ ଥିବା କହିବା ସହ ସନ୍ତୋଷ ପ୍ରକାଶ କରିଥିଲେ ।

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ପ୍ରିୟବ୍ରତ ସାହୁ, କନ୍ଧମାଳ: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ରବିବାର ଦିନ ଦିନିକିଆ କନ୍ଧମାଳ ଗସ୍ତରେ ଆସିଥିଲେ। ହ୍ୟାଲିକ୍ୟାପ୍ଟର ଯୋଗେ ସକାଳ ପ୍ରାୟ ୮ଟା ବେଳେ ପ୍ରଥମେ ଜିଲ୍ଲାର ମାଓ ଅଧ୍ୟୁଷିତ ଅଞ୍ଚଳ ବାଲନ୍ଦାପଡାରେ ପହଞ୍ଚି ମାଓ ଦମନ କାର୍ଯ୍ୟରେ ନିୟୋଜିତ ଥିବା ସିଆରପିଏଫର ଶିବିର ପରିଦର୍ଶନ କରିଥିଲେ । ଜିଲ୍ଲାରେ ମାଓ ଦମନ ପାଇଁ ନିଆଯାଉଥିବା. ବିଭିନ୍ନ ପଦକ୍ଷେପ ଓ ଯବାନମାନଙ୍କର ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ ।

ପରେ ଫୁଲବାଣୀ ରିଜର୍ଭ ପୋଲିସ ପଡିଆରେ ପୋଲିସ କର୍ମଚାରୀଙ୍କ ପାଇଁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଉତ୍ତମ ସେବା ପ୍ରଦାନ କରିଥିବା କିଛି କନେଷ୍ଟବଲ୍ ଓ ହାବିଲଦାରଙ୍କ ସହ ଆଲୋଚନା କରିଥିଲେ । ଫୁଲବାଣୀ ଆଦର୍ଶ ଟାଉନ ଥାନା ପରିଦର୍ଶନ କରି ସେଠାରୁ ଜିଲ୍ଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟକୁ ଆସି ସମୀକ୍ଷା ବୈଠକ କରିଥିଲେ। ଜିଲ୍ଲା ପୁଲିସ ଅଧିକାରୀ ଓ ଜିଲ୍ଲାପାଳଙ୍କ ସହ ଜିଲ୍ଲାର ମାଓ ଦମନ, ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ଓ କୋଭିଡ୍ ୧୯ ମୁକାବିଲା ସହ ଲକଡାଉନ ପରିଚାଳନ ସମ୍ପର୍କରେ ଆଲୋଚନା ଓ ସମୀକ୍ଷା କରିଥିଲେ। 

ଗଣମାଧ୍ୟମକୁ ଜିଲ୍ଲାରେ ମାଓ ଗତିବିଧି କମିଥିବା ସହ ଆଇନ ଶୃଙ୍ଖଳା ଠିକ୍ ଠାକ୍ ଥିବା କହିବା ସହ ସନ୍ତୋଷ ପ୍ରକାଶ କରିଥିଲେ । ଏହି ସମୀକ୍ଷା ବୈଠକରେ ଏସପି ପ୍ରତିକ୍ ସିଂ, ଜିଲ୍ଲାପାଳ ଡା ବୃନ୍ଦା ଡିଙ୍କ ସମେତ ଆଇ.ଜି.ପି ଅପରେସନ ଅମିତାଭ୍ ଠାକୁର୍, ଆଇ.ଜି.ପି ପରସନାଲ୍ ଏସ ପ୍ରବୀଣ କୁମାର, ଦକ୍ଷିଣାଞ୍ଚଳ ଡି.ଆଇ.ଜି ସତ୍ୟବ୍ରତ ଭୋଇ, ଡି.ଆଇ.ଜି ଏସଆଇଡବ୍ଲୁ ଅନିରୁଦ୍ଧ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Add Zee News as a Preferred Source
About the Author