• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha State
  • /ଆଜି ଅଣସର ଏକାଦଶୀ, ଲାଗି ହେବ ଦଶମୂଳ ମୋଦକ

ଆଜି ଅଣସର ଏକାଦଶୀ, ଲାଗି ହେବ ଦଶମୂଳ ମୋଦକ

ଲାଗି ହେବ ମୋଦକ, ସୁସ୍ଥ ହେବେ ମହାପ୍ରଭୁ

Edited ByZee Odisha Desk
Published: Jun 17, 2020, 10:04 AM IST|Updated: Jun 17, 2020, 10:04 AM IST
joinshare
ଆଜି ଅଣସର ଏକାଦଶୀ, ଲାଗି ହେବ ଦଶମୂଳ ମୋଦକ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Odisha Cabinet: ଓଡ଼ିଶା କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି,୧୮ ପ୍ରସ୍ତାବକୁ ମିଳିଲା ଅ

    Odisha Cabinet: ଓଡ଼ିଶା କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି,୧୮ ପ୍ରସ୍ତାବକୁ ମିଳିଲା ଅ

    2

    Odisha News:ମୁଖ୍ୟମନ୍ତ୍ରୀଙ୍କ ପାଞ୍ଚ ଦିନିଆ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ,ପୁଞ୍ଜି ଆକର୍ଷଣ ପାଇଁ

    3

    Top 10 News Today: IAS ସ୍ତରରେ ବଡ଼ ଧରଣର ଅଦଳବଦଳ,୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋ

    4

    IAS Reshuffle:IAS ସ୍ତରରେ ବଡ଼ ଧରଣର ଅଦଳବଦଳ: କାହାକୁ ମିଳିଲା କେଉଁ ଦାୟିତ୍ୱ,ଜାଣନ୍ତୁ?

    5

    Odisha Vigilance: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ,ବାଲେଶ୍ୱର ଉଠା ଜଳସେଚନ କନିଷ୍ଠ ଯନ୍ତ୍ରୀ

    ସଞ୍ଜୟ ମହାପାତ୍ର, ପୁରୀ: ଅଣସରର ଆଜି ଏକାଦଶୀ ତିଥି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ସମର୍ପଣ ହେବ ଦଶମୁଳ ମୋଦକ। ସେପଟେ ରାଜବୈଦ୍ୟଙ୍କ ଘରୁ ପ୍ରସ୍ତୁତ ହୋଇ ଶ୍ରୀମନ୍ଦିରକୁ ଦଶମୀ ଦିନ ବିଜେ କରିଛି ଦଶମୁଳ ମୋଦକ । ଏହି ମୋଦକକୁ ଶ୍ରୀଜିଉଙ୍କ ଅଙ୍ଗରେ ଲାଗୁ ହେବ। ଲାଗୁ ହେବା ପରେ ମହାପ୍ରଭୁ ସୁସ୍ଥତା ଅନୁଭବ କରିବେ। ସେହିପରି ଆସନ୍ତା କାଲି ମହାପ୍ରଭୁଙ୍କ ନିକଟରେ ଖଳିଲାଗି ଓ ପରେ ରାଜପ୍ରସାଦ ବିଜେ ନୀତି ମଧ୍ୟ  ଅନୁଷ୍ଠିତ ହେବ। ଏହି ନୀତି ପରେ  ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। 

    ସେପଟେ ରଥ ଖଳାରେ ମଧ୍ୟ ରଥ ନର୍ମାଣ ଶେଷ ପର୍ଯ୍ୟାୟରେ । ତିନି ରଥର ସିଂହାସନ ଓ ପ୍ରଭା କାମ ଚାଲିଥିବା ବେଳେ ରଥର କଳସ ଓ ଓଲଟ ଶୁଆ ଲାଗି ସାରି ଉପର ଅଂଶ କାମ ସରିଛି । ତେବେ ରଥରେ ରଙ୍ଗକାର୍ଯ୍ୟ ଚାଲିଥିବା ବେଳେ ଜୁନ ୧୮ ସୁଦ୍ଧା ଅର୍ଥାତ ରଥଯାତ୍ରାର ୫ ଦିନ ପୂର୍ବରୁ ଶେଷ ହେବ ରଥ ନିର୍ମାଣ କାମ ।

    ୪ ଦିନ ଧରି ଓସ ଲାଗି ପରେ ଗତକାଲି ଅର୍ଥାତ ଦଶମୀ ଦିନ ଚକା ଉପରେ ବିରାଜମାନ କରିଛନ୍ତି ମହାପ୍ରଭୁ । ସେପଟେ ରାଜବୈଦ୍ୟଙ୍କ ଘରୁ ଗତକାଲି ଦଶମୁଳ ମୋଦକ ପ୍ରସ୍ତୁତି କରାଯାଇଛି । ମାନବୀୟ ଲୀଳାର ଠାକୁରଙ୍କର ଚାଲିଛି ଉପଚାର । ମହାଜ୍ୱର ପାଇଁ କେବଳ ରାଜବୈଦ୍ୟଙ୍କ ଦଶମୁଳ ହେଉଛି ମହୌଷଧୀ । ଦୀର୍ଘ ଶହଶହ ବର୍ଷର ପରମ୍ପରା ବଜାୟ ରହିଛି । ଶ୍ରୀଜିଉଙ୍କ ପାଇଁ ପ୍ରସ୍ତୁତ ଓସରେ ଦୁଇକେଜି ଚେରମୁଳି ଓଜନର ରହିଥାଏ । ଆୟୁର୍ବେଦ ଶାସ୍ତ୍ର ଆଧାରରେ ଶାଳ ପର୍ଣ୍ଣି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣି, ବେଲ, ଖଣିବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ବାଗୋତି, ଦେଶିଘିଅ, ମହୁ, ନବାତ, ଖୁଆସର, ଭାଙ୍ଗ ଆଦି ଦଶଟି ଜିନିଷରେ ପ୍ରସ୍ତୁତ ହୋଇଥାଏ ଏହି ଔଷଧ । 

    ଶ୍ରୀଜିଉଙ୍କର ଆରୋଗ୍ୟ ପାଇଁ ଦଶମୂଳ ମୋଦକ ବୈଦ୍ୟ ପ୍ରସ୍ତୁତ କରି ଶ୍ରୀବିଗ୍ରହଙ୍କ ପାଇଁ ଶ୍ରୀମନ୍ଦିର ଗାରଦରେ ଦେଇଛନ୍ତି । ଚକାବିଜେ ତିଥି ସରିବା ପରେ ଏକାଦଶୀ ତିଥି ଅର୍ଥାତ ଆଜି ମଧ୍ୟରାତ୍ରରେ ମହାପ୍ରଭୂଙ୍କ ନିକଟରେ ସମର୍ପଣ କରାଯିବ ଦଶମୂଳ ମୋଦକ। ଏହାକୁ ସମର୍ପଣ କରିବା ପରେ ସୁସ୍ଥ ହୋଇଥାନ୍ତି ମହାପ୍ରଭୁ । ତେଣୁ ରାଜବୈଦ୍ୟଙ୍କ ଘରୁ ତାହା ଆସି ଶ୍ରୀମନ୍ଦିର ଗାରଦରେ ଜମା ଦିଆଯାଇଛି । ସ୍ନାନ ପୁଣ୍ଣିମା ଠାରୁ ହବିଷାନ୍ନ ଖାଇ ପରିବାରର ବୈଦ୍ୟ କବିରାଜଙ୍କର ସମସ୍ତ ସଦସ୍ୟ ବର୍ଷକରେ ଥରେ ପ୍ରଭୁଙ୍କ ସେବାରେ ଲାଗି ନିଜକୁ ଭାଗ୍ୟବାନ ମନେକରନ୍ତି । ଏହି ଔଷଧକୁ ଶ୍ରୀମନ୍ଦିର ଗାରଦଙ୍କ ପାଖରେ ଜମା କରିସାରିବା ପରେ ହବିଷାନ୍ନ ଶେଷ ହୋଇଥାଏ । ତେଣୁ ରୋଗର ଉପଚାର ପାଇଁ ବୈଦ୍ୟଙ୍କ ପରାମର୍ଶରେ ପ୍ରଭୁଙ୍କୁ ଆଜି ମଧ୍ୟରାତ୍ରରେ ଦିଆଯିବ ଦଶମୁଳ ମହୌଷଧୀ ।

    ରଥ ନିର୍ମାଣ ମଧ୍ୟ ଶେଷ ପର୍ଯ୍ୟାୟରେ ।ଚାଲିଛି ରଥର କନକ ମୁଣ୍ଡି କାମ ।ସେପଟେ ତିନି ରଥର ଉଠିଛି କଳସ ଓ ଓଲଟ ଶୁଆ ।ତାସହ ରଥର ଆଜ୍ଞା ମାଳ ଲଗାଯିବା ପାଇଁ ତିନି ରଥରେ ଲାଗିସାରିଛି ୪ଟି କରି ୧୨ ଟି ଧ୍ୱଜବତା ।ରଥ ଉପରେ ପଟା ବାଡ଼ିଆ ସରି ସିଂହାସନ ଉପରେ କନକମୁଣ୍ଡି ଲଗାଯାଉଛି ।ସେପଟେ ଚିତ୍ରକର ସେବକଙ୍କ ପକ୍ଷରୁ ରଥର ରଙ୍ଗ ଓ ପର୍ଶ୍ଵଦେବଦେବୀ ଙ୍କ ରଙ୍ଗ କାର୍ଯ୍ୟ ଚାଲିଛି ।ରୂପକାରମାନେ ଘୋଡା ସାରଥୀ ମରାମତି କାର୍ଯ୍ୟ କରୁଛନ୍ତି।

    ସେପଟେ ମହାପ୍ରଭୁଙ୍କ ସେବା ପୂଜା ପାଇଁ କଛପ ପିଢ଼ା ଓ ଶ୍ରୀମୁଖ ସିଂହାର ପାଇଁ ବନକଲାଗି ପେଡି ତିଆରି ଚାଲିଛି । ରଥରେ ଶ୍ରୀବୀଗ୍ରହଙ୍କ ବିଜେସ୍ଥଳ ସିଂହାସନରେ ସମ୍ପୁର୍ଣ ହୋଇଥିବାରୁ ଚିତ୍ରକାରମାନେ ଗାଇପଲ୍ଲ ଚିତ୍ର ମଧ୍ୟ ଆଙ୍କୁଛନ୍ତି । ତିନି ରଥରେ ତିନି ଭୁଇଁରେ କୋଣରେ ତିନୋଟି ଲେଖାଏଁ ୧୨ଟି କଣଫାଉଡା ଲଗାଯାଇଛି । ପ୍ରଭାରେ ରୁପକାରମାନେ ତଳପଟେ ମଗରମୁଖ , ଦୁଇପାର୍ସ୍ୱରେ ପଦ୍ମଫୁଲ ଡାଳି ଖୋଦେଇ ଓ ଉପରେ ରାହୁମୁଣ୍ଡ ଖୋଦେଇ କରୁଛନ୍ତି । ପ୍ରଭା ସଂଯୋଗ ପାଇଁ ଦୁଇଟି ଲେଖାଏଁ ଧୁଳିଦଣ୍ଡା ପ୍ରସ୍ତୁତ ହୋଇ ରଖାଯାଇଛି । ଜୁନ ୧୮ ସୁଦ୍ଧା ସମ୍ପୂର୍ଣ ରଥ କାମ ଶେଷ ହୋଇଯିବ ବୋଲି ଆଶାକରିଛନ୍ତି ବିଶ୍ୱକର୍ମା ମହାରଣା ।

    Add Zee News as a Preferred Source
    TAGS:
    Modak
    Puri
    rathyatra
    lockdown