Advertisement
Article Detail0/zeeodisha/odisha697682
Zee OdishaOdisha Stateକୋରୋନା ସଂକଟ ଜାରି: ରାଜ୍ୟରେ ପରିବହନ ସେବା ବାଧାପ୍ରାପ୍ତ

କୋରୋନା ସଂକଟ ଜାରି: ରାଜ୍ୟରେ ପରିବହନ ସେବା ବାଧାପ୍ରାପ୍ତ

କୋରୋନା ସଂକଟ ଜାରି ରହିବା କାରଣରୁ ରାଜ୍ୟରେ ବାଧାପ୍ରାପ୍ତ ହୋଇଛି ପରିବହନ ସେବା | 

 

 କୋରୋନା ସଂକଟ ଜାରି: ରାଜ୍ୟରେ ପରିବହନ ସେବା ବାଧାପ୍ରାପ୍ତ

ଭୁବନେଶ୍ୱର: ବିଶ୍ୱ ମହାମାରୀ କୋରୋନା ଯୋଗୁଁ ବଦଳିଯାଇଛି ପରିସ୍ଥିତି | ଲୋକଙ୍କ ଜୀବନଶୈଳୀରେ ମଧ୍ୟ ଆସିଛି ପରିବର୍ତ୍ତନ | କୋଭିଡ୧୯ ତାଣ୍ଡବ ଯୋଗୁଁ ପ୍ରାୟ ଦୁଇ ମାସରୁ ଉର୍ଦ୍ଧ୍ୱ ସମୟ ଧରି ପରିବହନ ସେବା ଏକ ପ୍ରକାର ହୋଇପଡିଛି | ଯାତ୍ରୀଙ୍କ ଯୋଗୁଁ ବସ ଏବଂ ଭଡା ବୃଦ୍ଧି ଯୋଗୁଁ ଟ୍ରକ ରାଜରାସ୍ତାରେ ଗଡୁନାହିଁ |   

ରାଜ୍ୟରେ ବସ ଚଳାଚଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବାଣିଜ୍ୟ ଏବଂ ପରିବହନ ପଦ୍ମନାଭ ବେହେରା | ବସରେ ଲୋକ ହେଉନାହାଁନ୍ତି | ଯାତ୍ରୀ ନହେବାରୁ ମଝିରେ ମଝିରେ ଏହା ବନ୍ଦ ହୋଇପଡୁଛି | ଅତି ଜରୁରୀ ନଥିଲେ ବାହାରୁନାହାନ୍ତି ଲୋକେ | ବସ ସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି | ଯାତ୍ରୀ ନହେଲେ ବସ ବନ୍ଦ ହେବ ବୋଲି ଜଣାଇ ଦେଇଛନ୍ତି ମନ୍ତ୍ରୀ|

ଅନ୍ୟ ପଟେ ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛି ଟ୍ରକ ମାଲିକ ସଙ୍ଘ | ଟ୍ୟାକ୍ସ ଛାଡ଼ ପାଇଁ ସେମାନେ ଲିଖିତ ଭାବେ ଜଣାଇଛନ୍ତି | ଏନେଇ କ'ଣ କରାଯାଇ ପାରିବ ତାହାର ବିଚାର କରାଯିବା | ଏବେ କିଛି ନିଷ୍ପତ୍ତି ହୋଇନାହିଁ | ସରକାରଙ୍କ ପାଖରେ ସବୁ ବିଚାରଧିନ ରହିଛି | ଯାହାର ଅଧିକ ଆବଶ୍ୟକତା ରହିଛି ତାହା ବିଚାର କରାଯାଉଛି | ଟ୍ରକର ବର୍ଦ୍ଧିତ ଭଡା ଧାର୍ଯ୍ୟ ନିଷ୍ପତ୍ତି ବିଳମ୍ବ ପ୍ରତିବାଦ ଓ ରୋଡ଼ ଟ୍ୟାକ୍ସକୁ ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ଛାଡ କରିବା ପାଇଁ ପରିବହନ ମନ୍ତ୍ରୀଙ୍କୁ ଜଣାଇଛି ରାଜ୍ୟ ଟ୍ରକ ମାଲିକ ସଂଘ | 

Add Zee News as a Preferred Source

କରୋନା ପାଇଁ ଏବେ ୩୫ ପ୍ରତିଶତ ଟ୍ରକ ଚାଲୁଛି ୬୫ ପ୍ରତିଶତ ଚାଲୁନାହିଁ | ତିନି ମାସରେ ଟ୍ୟାକ୍ସ ଛାଡ଼ ସହ ସେହିପରି ଭଡ଼ା ଧାର୍ଯ୍ୟ କରିବାକୁ ସଂଘ ଦାବି କରିଛି | ଗତ ୨୦୦୮ ବର୍ଷରେ ଶେଷ ଥର ଭଡା ଧାର୍ଯ୍ୟ ହୋଇଥିଲା | ପ୍ରାୟ ୧୩ଟି ପାରା ମିଟର ନେଇ ଭଡା ଧାର୍ଯ୍ୟ ହୋଇଥାଏ | ଆମର ଦାବି ସରକାର ସର୍ବନିମ୍ନ ଓ ସର୍ବାଧିକ ଭଡା ଧାର୍ଯ୍ୟ କରନ୍ତୁ| 

ବର୍ଷ  ୨୦୧୭ରେ ବୈଷୟିକ କମିଟି ଭଡା ବଢାଇବା ନେଇ ସୁପାରିଶ କରିଥିଲା | ହେଲେ ସରକାର ଏହାକୁ କାର୍ଯ୍ୟକାରୀ ନ କରିବାରୁ ଆମେ ହାଇକୋର୍ଟ ଯାଇଥିଲୁ | କୋର୍ଟ ମଧ୍ୟ ବର୍ଦ୍ଧିତ ଭଡା ଲାଗୁ ପାଇଁ ନିର୍ଦ୍ଦେଶ ଦେଇଥିଲେ | ତଥାପି ସରକାର ଏହାକୁ ଲାଗୁ କରି ନଥିବାରୁ ପୁନର୍ବାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ରାଜ୍ୟ ଟ୍ରକ ମାଲିକ ସଂଘ |