• ରାଜ୍ୟର ମାଆ ଓ ଝିଅମାନଙ୍କୁ ରଜ ପର୍ବର ଶୁଭେଚ୍ଛା ଜଣାଇଲେ ନବୀନ
  • ରଜପର୍ବ ଉପଲକ୍ଷେ କାଲିଠୁ ୩ଟି ସହରରେ ଆରମ୍ଭ ହେବ ପିଠା ଅନ୍‌ ହ୍ବିଲ୍‌
  • ଭୁବନେଶ୍ବର, ସମ୍ବଲପୁର ଓ କଟକରେ ସୁଲଭ ଦରରେ ମିଳିବ ଓଡ଼ିଆ ପିଠା
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୩,୩୦୩ ଜୀବନ
  • ଦେଶରେ ଦିନକରେ ୮୦ ହଜାର ୮୩୪ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୪ ହଜାର ୪୬୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଜୁନ୍ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ
  • ଦୂରଦର୍ଶନରେ ପାଠପଢ଼ିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ
  • ଆଜି ସାରା ଓଡ଼ିଶାକୁ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
  • ୧୨ ଘଣ୍ଟା ଭିତରେ ପୁରା ରାଜ୍ୟରେ ମୌସୁମୀ ବର୍ଷା

ନାଳରୁ ଉଦ୍ଧାର ହେଲେ ଅଜଣା ଯୁବକ, କରୁଛନ୍ତି ବିଚିତ୍ର ଆଚରଣ

ଗ୍ନିଶମ ବିଭାଗର କର୍ମଚାରୀଙ୍କର ସହାୟତାରେ ଯୁବକକୁ ନାଳ ଭିତରୁ ଉଦ୍ଧାର କରାଯାଇଥିଲା। ଯୁବକ ଜଣଙ୍କ ନିଜର ନାମ ମଧ୍ୟ କହିପାରୁ ନ ଥିବା ବେଳେ ବାଉଳି ଚାଉଳି ହେଉଥିବାର ଦେଖାଯାଇଥିଲା।

ନାଳରୁ ଉଦ୍ଧାର ହେଲେ ଅଜଣା ଯୁବକ, କରୁଛନ୍ତି ବିଚିତ୍ର ଆଚରଣ
ନାଳରୁ ଊଦ୍ଧାର ହେଲେ ଅଜଣା ଯୁବକ, କରୁଛନ୍ତି ବିଚିତ୍ର ଆଚରଣ

ସମ୍ବଲପୁର: ଯୁବକଙ୍କ ଅଜବ ଆଚରଣ। ଆବର୍ଜନା ନାଳ ଭିତରେ ପଶି ମଇଳା ପାଣିରେ ଜୁଡୁବୁଡୁ ହୋଇ ପାଟି କରିବା। ଗତକାଲି ସନ୍ଧ୍ୟା ସମୟରେ ଏଭଳି ଏକ ଘଟଣା ବୁର୍ଲା (Burla) ପିଜି ଛକରେ ଦେଖିବାକୁ ମିଳିଛି।

ଜଣେ ଯୁବକ ଆବର୍ଜନାମୟ ନାଳ ଭିତରେ ଭର୍ତ୍ତି ହୋଇ ଚିତ୍କାର କରୁଥିବାର ଦେଖାଯାଇଥିଲା। ଅନେକ ସମୟ ଧରି ଏଭଳି ଚିତ୍କାର କରୁଥିବାରୁ କିଛି ସ୍ଥାନୀୟ ଯୁବକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ତୁରନ୍ତ ଅଗ୍ନିଶମ ବିଭାଗର କର୍ମଚାରୀଙ୍କର ସହାୟତାରେ ଯୁବକକୁ ନାଳ ଭିତରୁ ଉଦ୍ଧାର କରାଯାଇଥିଲା। ଯୁବକ ଜଣଙ୍କ ନିଜର ନାମ ମଧ୍ୟ କହିପାରୁ ନ ଥିବା ବେଳେ ବାଉଳି ଚାଉଳି ହେଉଥିବାର ଦେଖାଯାଇଥିଲା। 

Also Read: ସାକ୍ଷୀପଡା ଅଞ୍ଚଳରୁ ସେକ୍ସ ରାକେଟ ଠାବ

ଯୁବକ ଜଣଙ୍କ ହୁଏତ ମାନସିକ ବିକାର ଗ୍ରସ୍ତ (Mental disabled) କିମ୍ବା ନିଶା କରି ଏଭଳି ଉନ୍ମକ୍ତକାଣ୍ଡ କରୁଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସେ ଆବର୍ଜନାମୟ ନାଳ ଭିତରେ ବହୁ ସମୟ ପର୍ଯ୍ୟନ୍ତ ରହି ପାଟିତୁଣ୍ଡ କରୁଥିଲା ତେଣୁ ତାଙ୍କ ଦେହରୁ ଦୁର୍ଗନ୍ଧ ବାହାରୁଥିଲା। ଯୁବକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ତାଙ୍କୁ ସ୍ଥାନୀୟ ପ୍ରଶାସନ ଚିକିତ୍ସା କରାଇବାକୁ ଦାବି ହେଉଛି।