Trending Photos
)
ସମ୍ବଲପୁର: ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ଼। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ କିରାଣୀ ଶିବରାମ ମହାରଣା ତାଙ୍କ ନିଜ ବିଭାଗର ନିଲମ୍ବିତ ଡ୍ରାଇଭର ଦେବାନନ୍ଦ ରନବିଡ଼ାଙ୍କର ମେ ମାସରେ ମିଳିବାକୁ ଥିବା ନିଲମ୍ବିତ ଦରମା ପାସ କରିବା ପାଇଁ ୧୫୦୦ ଟଙ୍କା ଲାଞ୍ଚ ମାଗିଥିଲେ।
ଏହି ଅର୍ଥଦାବିକୁ ବିରୋଧ କରି ଦେବାନନ୍ଦ ଭିଜିଲାନ୍ସ କାର୍ଯ୍ୟାଳୟକୁ ଜଣାଇଥିଲେ। ଭିଜିଲାନ୍ସ ବିଭାଗର ନିର୍ଦେଶ ମୁତାବକ ଆଜି ଠିକ ଦିନ ୧୧ଟା ସମୟରେ ଦେବାନନ୍ଦ ୧୫୦୦ଟଙ୍କା ନେଇ ଶିଵରାମ ନିକଟକୁ ଯାଇ ଦେଇଥିଲେ। ଏହି ସମୟରେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ ତୁରନ୍ତ ଧରିବା ସହ ୧୫୦୦ ଟଙ୍କା ମଧ୍ୟ ଜବତ କରି ଶିଵରାମଙ୍କୁ ଗିରଫ କରିଥିଲେ। ଶିଵରାମ ରହୁଥିବା ସରକାରୀ ଘରେ ମଧ୍ୟ ଭିଜିଲାନ୍ସର ଏକ ଟିମ ଚଢ଼ାଉ ଜାରି ରଖିଛନ୍ତି।