୪ ସହଯୋଗୀ ନିହତ ହେବା ପରେ ଗ୍ରାମବାସୀଙ୍କୁ ଧମକାଇଲେ ମାଓବାଦୀ
Advertisement

୪ ସହଯୋଗୀ ନିହତ ହେବା ପରେ ଗ୍ରାମବାସୀଙ୍କୁ ଧମକାଇଲେ ମାଓବାଦୀ

ଏସପିଙ୍କ ସୂଚନା ମୁତାବକ, ଶିର୍ଲା ଜଙ୍ଗଲରେ ଏବେ ଆହୁରି ୧୫ରୁ ୨୦ ଜଣ ମାଓବାଦୀ ସକ୍ରିୟ ରହିଛନ୍ତି । ସାଥୀ ମାଓବାଦୀଙ୍କୁ ହରାଇବା ପରେ ଏମାନେ ପୋଲିସ ଉପରକୁ ଗୁଳିବର୍ଷା କରୁଛନ୍ତି । 

ଫଟୋ ସୌଜନ୍ୟ: ଜୀ ମିଡିଆ

ଚିତ୍ତରଞ୍ଜନ ନାୟକ, ବାଲିଗୁଡ଼ା: ଗତ ରବିବାର ଶିର୍ଲା ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରରେ ୪ ମାଓବାଦୀ ନିହତ ହୋଇଥିଲେ । ଆଉ ଏହାପରେ ପୋଲିସ ଉପରେ ପ୍ରତିଶୋଧ ନେବାକୁ ସତେଯେମିତି ମାଓବାଦୀ ପଣ କରିଛନ୍ତି । ମାଓ ଗତିବିଧି ସମ୍ପର୍କରେ ପୋଲିସକୁ ଖବର ନଦେବା ପାଇଁ ଗ୍ରାମବାସୀଙ୍କୁ ଧମକାଇଛନ୍ତି । ଅନ୍ୟପଟେ ଆଜି କୁମ୍ବିଂ ଅପରେସନ ବେଳେ ଅନ୍ୟ ଏକ ମାଓବାଦୀକୁ ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । କନ୍ଧମାଳ ଏସପି ପ୍ରତୀକ ଗୀତାସିଂ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି । 

ଏସପିଙ୍କ ସୂଚନା ମୁତାବକ, ଶିର୍ଲା ଜଙ୍ଗଲରେ ଏବେ ଆହୁରି ୧୫ରୁ ୨୦ ଜଣ ମାଓବାଦୀ ସକ୍ରିୟ ରହିଛନ୍ତି । ସାଥୀ ମାଓବାଦୀଙ୍କୁ ହରାଇବା ପରେ ଏମାନେ ପୋଲିସ ଉପରକୁ ଗୁଳିବର୍ଷା କରୁଛନ୍ତି । ଉଭୟ ପକ୍ଷରୁ ପ୍ରବଳ ଗୁଳିଚାଳନା ହେଉଛି । ମାଓବାଦୀଙ୍କୁ କାବୁ କରିବାକୁ  ଏସଓଜି ଓ ଡିଭିଏଫ ଯବାନ ମିଳିତ ଭାବେ ଅପରେଶନ ଚଳାଇଛନ୍ତି ବୋଲି କହିଛନ୍ତି କନ୍ଧମାଳ ଏସପି । 

ଆଜି କୁମ୍ବିଂ ଅପରେସନ ବେଳେ ଜଣେ ମାଓବାଦୀ ନିହତ ହୋଇଛି । ମୃତ ମାଓବାଦୀ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନର ବୋଲି ଜଣାପଡ଼ିଛି । ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି । 

fallback

କହିରଖୁଛୁ, ଗତ ୫ ତାରିଖରେ ଶିର୍ଲା ଜଙ୍ଗଲରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୪ ମାଓବାଦୀ ନିପାତ ହୋଇଥିଲେ । ମୃତ ମାଓବାଦୀମାନେ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନର ବୋଲି ଜଣାପଡ଼ିଥିଲା ।