)
ସମ୍ବଲପୁର: ପୁଣି ଥରେ ଚର୍ଚ୍ଚାକୁ ଆସିଛି ବୁର୍ଲାର ଭିମସାର। ଏଥର କିନ୍ତୁ କୌଣସି ବିବାଦୀୟ ଘଟଣା ପାଇଁ ନୁହେଁ, ସଫଳତା ପାଇଁ ଚର୍ଚ୍ଚାରେ ରହିଛି। ଭିମସାର ଡାକ୍ତର ବିନା ଇଞ୍ଜେକସନରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଛନ୍ତି। ବୁର୍ଲା ଭୀମସାରରେ ପ୍ରଥମ ଥର ପାଇଁ ସଫଳ ହୋଇଛି ବିନା ଇଞ୍ଜେକସନରେ ମୋତିଆବିନ୍ଦୁର ସଫଳ ଅସ୍ତ୍ରୋପଚାର।
ବିନା ଇଞ୍ଜେକସନରେ ହୋଇଛି ଏହି ଅଭିନବ ମୋତିଆବିନ୍ଦୁ ଅସ୍ତ୍ରୋପଚାର। ପଶ୍ଚିମ ଓଡ଼ିଶାର ଲାଇଫ ଲାଇନ କୁହାଯାଉଥିବା ଭିମସାରର ଚକ୍ଷୁ ରୋଗ ବିଭାଗରେ ହୋଇଛି ଏହି ସଫଳ ଅସ୍ତ୍ରୋପଚାର। ଭୀମସାର ଚକ୍ଷୁ ରୋଗ ବିଭାଗରେ ଗତକାଲି ଜଣେ ୬୫ ବର୍ଷିଆ ବୃଦ୍ଧାଙ୍କ ମୋତିଆବିନ୍ଦୁ ଅପରେସନ ହୋଇଥିଲା।
ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇଦିଆ ଯାଇଥିବା ଫେକୋ ଇମ୍ୟୁଲସିଫେକ୍ସନ ଯନ୍ତ୍ର ଦ୍ୱାରା ଏହି ଅସ୍ତ୍ରୋପଚାର କରାଯାଇଛି। ବିନା ଇଞ୍ଜେକସନରେ କେବଳ ଔଷଧ ଦ୍ୱାରା ଏହି ଅସ୍ତ୍ରୋପଚାର ହୋଇଛି ଏବଂ ଏହା କିଛି ଘଣ୍ଟା ପରେ ସଫଳ ହୋଇ ରୋଗୀ ସମ୍ପୂର୍ଣ ଭାବେ ଉପକୃତ ହୋଇଛନ୍ତି। ତେବେ ଏହି ଅସ୍ତ୍ରୋପଚାର ଭିମସାରରେ ପ୍ରଥମ ଓ ରାଜ୍ୟରେ ଦ୍ଵିତୀୟ ବୋଲି ଭୀମସାର ଚକ୍ଷୁରୋଗ ବିଭାଗୀୟ ମୁଖ୍ୟ ପ୍ରକାଶ କରିଛନ୍ତି। ଭୀମସାର ପୂର୍ବରୁ ଏହି ସଫଳ ଅସ୍ତ୍ରୋପଚାର କଟକ ଏସସିବି ରେ କରାଯାଇଛି ବୋଲି ସୂଚନା ମିଳିଛି।