Trending Photos
)
ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ଜଳସ୍ତରରେ ବୃଦ୍ଧି ଘଟିଛି । ହୀରାକୁଦ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୮ଟା ସମୟରେ ଏହାର ଜଳସ୍ତର ୬୧୫.୫୪ ଫୁଟ ରହିଛି । ଭଲ ବର୍ଷା ଏବଂ ଉପର ମୁଣ୍ଡରୁ ଜଳ ପ୍ରବାହିତ ହେବା ଫଳରେ ଏଥର ନିର୍ଦିଷ୍ଟ ସମୟ ପୂର୍ବରୁ ହୀରାକୁଦ ନଦୀ ବନ୍ଧର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
ଏହି ଭାବରେ ଯଦି ଉପର ମୁଣ୍ଡରୁ ଜଳପ୍ରବାହ ଜାରି ରୁହେ, ତାହାହେଲେ ଆଗାମୀ କିଛି ଦିନ ମଧ୍ୟରେ ଏହାର ସର୍ବୋଚ୍ଚ ଜଳସ୍ତର ୬୩୦ଫୁଟ ହୋଇଯାଇପାରେ ବୋଲି ବିଶେଷଜ୍ଞଙ୍କ ଠାରୁ ଜଣାପଡିଛି । ଏଣୁ ସେହି ଅନୁସାରେ ଏଠାରୁ ବନ୍ୟାଜଳ ନିଷ୍କାସନ ମଧ୍ୟ ହେବ.ସେଥିପାଇଁ ତଳ ଅଞ୍ଚଳରେ ବନ୍ୟାସ୍ଥିତି ବିପନ୍ନ ହେବାର ଆଶଙ୍କା କରାଯାଉଛି ।
ତେବେ ପୂର୍ବବର୍ଷ ଅପେକ୍ଷା ଏଥର ନଦୀ ବନ୍ଧର ଜଳସ୍ତରରେ ରେକର୍ଡ ବୃଦ୍ଧି ଘଟିଛି। ସେଥିପାଇଁ ଆସନ୍ତା ୨୫ ତାରିଖ ଦିନ ୧୦ ପରେ ଯେ କୌଣସି ମୂହୁର୍ତ୍ତରେ ହୀରାକୁଦ ନଦୀ ବନ୍ଧର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ବନ୍ଧ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ପ୍ରଦାନ କରାଯାଇଛି।