Odisha Weather Update: ବିଶେଷ କରି ଆସନ୍ତା ୧୨ ଘଣ୍ଟା ମଧ୍ୟରେ ୫ ଜିଲ୍ଲା ଗଂଜାମ, ବଲାଙ୍ଗିର, ସୋନପୁର, କେଉଁଝର, ମୟୂରଭଂଜ, ଜିଲ୍ଲାରେ ପ୍ରବଳ ବର୍ଷା (Heavy Rains) ନେଇ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି ।
Trending Photos
)
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: Odisha Weather Update: ପଶ୍ଚିମ କେନ୍ଦ୍ରୀୟ ତଥା ଉତ୍ତରପଶ୍ଚିମ ଦକ୍ଷିଣ ଓଡିଶା ଉପକୂଳରେ ଆଜି (ଗୁରୁବାର) ସକାଳେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ବୁଧବାର ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଏହି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।
ବିଶେଷ କରି ଆସନ୍ତା ୧୨ ଘଣ୍ଟା ମଧ୍ୟରେ ୫ ଜିଲ୍ଲା ଗଂଜାମ, ବଲାଙ୍ଗିର, ସୋନପୁର, କେଉଁଝର, ମୟୂରଭଂଜ, ଜିଲ୍ଲାରେ ପ୍ରବଳ ବର୍ଷା (Heavy Rains) ନେଇ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲାର ତଳିଆ ଅଂଚଳରେ ଜଳମଗ୍ନ ସ୍ଥିତି ଓ ସହରାଂଚଳରେ ଟ୍ରାଫିକ୍ ଜାମ ଏବଂ ପାଣି ଜମିବା ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି । ଏହାସହ ୧୫ ଜିଲ୍ଲା କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ଅନୁଗୁଳ, କଟକ, ପୁରୀ, ନୟାଗଡ, ଢେଙ୍କାନାଳ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର ।
ଅଧିକ ପଢ଼ନ୍ତୁ:-ୟୁପି ପୋଲିସ ଧକ୍କାରେ ତଳକୁ ପଡ଼ିଲେ ରାହୁଲ, ହାଥରସ ଯିବା ପୂର୍ବରୁ ଭାଇ-ଉଉଣୀ ଗିରଫ
ସେହିପରି ଆସନ୍ତାକାଲି ୧୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ କରାଯାଇଛି । ଏହାସହ ସମୁଦ୍ର ଅଶାନ୍ତ ରହିବା ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ହେତୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ପ୍ରବେଶ ନେଇ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।