ଅଜୟ କୁମାର ନାଥ, ସମ୍ବଲପୁର: ରାଜ୍ୟରେ ଉପୁଜିଲାଣି କେନ୍ଦ୍ର ଭଳି ସମାନ ସ୍ଥିତି। ପଶ୍ଚିମ ଓଡିଶାରେ ମୁଣ୍ଡ ଟେକିଲାଣି କୃଷକ ଆନ୍ଦୋଳନ। ଡିସେମ୍ବର ୪ ସୁଦ୍ଧା ସରକାର ଯଦି ଚାଷୀଙ୍କର ସମସ୍ୟାର ସମାଧାନ ନ କରନ୍ତି ତା ହେଲେ ୫ ତାରିଖରେ ରାଜରାସ୍ତାକୁ ଓଲ୍ହାଇବାକୁ ଧମକ ଦେଇଛନ୍ତି ପଶ୍ଚିମ ଓଡିଶାର ଚାଷୀ ସଙ୍ଗଠନ।
ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଆନ୍ଦୋଳନ (farmer protest)ପାଇଁ ଚେତାବନୀ ଦେଇଛନ୍ତି ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତି (western Odisha farmer association) ର ଚାଷୀ।। ମୁଖ୍ୟତଃ ଭୁବନେଶ୍ୱର (Bhubaneswar) ରୁ ହେଉଥିବା ଟୋକାନ ବ୍ୟବସ୍ଥାକୁ ପଶ୍ଚିମ ଓଡିଶାର ଚାଷୀମାନେ (farmers) ବିରୋଧ କରୁଛନ୍ତି। ଜଳସେଚିତ ଅଂଚଳ (irrigation fild) ରେ ୧୯ କୁଇଣ୍ଟାଲ ଓ ଅଣଜଳସେଚିତ ଅଞ୍ଚଳରେ ୧୩ କୁଇଣ୍ଟାଲ ଧାନ ବିକ୍ରି ପାଇଁ ସରକାର ନିର୍ଧାରଣ କରିଛନ୍ତି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।
ସମ୍ବଲପୁର (Sambalpur) ସହ ପଶ୍ଚିମ ଓଡ଼ିଶାର ଵିଭିନ୍ନ ସ୍ଥାନରେ ଏଥର ବମ୍ଫର ଧାନ ଅମଳ ହୋଇଛି। ସେଥିପାଇଁ ଏଥର ଚାଷୀ ଭଲ ଦୁଇ ପଇସା ପାଇବ ବୋଲି ଆଶା ରଖିଛି। କିନ୍ତୁ ସରକାର ଯେଭଳି ଭାବରେ ଭୁବନେଶ୍ବରରୁ ଟୋକାନ ଇସୁ କରୁଛନ୍ତି ସେଥିପାଇଁ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେବ ବୋଲି ଆଶଙ୍କା କରାଯାଉଛି। ସରକାରଙ୍କର ବିଚିତ୍ର ନୀତି କାରଣରୁ ଯିଏ ଧାନ କାଟି ଘରେ ରଖିଛି ତା ପାଖକୁ ଟୋକାନ ଆସିନାହିଁ, ଅଥଚ ଯିଏ ଧାନ କାଟି ନାହିଁ ତା ପାଖକୁ ଟୋକାନ ପହଂଚିଛି। ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି।
Also Read: ଓଡିଶାରେ ଛତିଶଗଡ ଧାନକୁ ନା
ସେହିଭଳି ଭାବରେ ଖରିଫ ଧାନ ଡିସେମ୍ବର ସୁଦ୍ଧା ବିକ୍ରି କଲେ ରବି ଫସଲ (rabi crop)ପାଇଁ ପ୍ରସ୍ତୁତ ହେବ। ଯଦି ଡିସେମ୍ବର ସୁଦ୍ଧା ଚାଷୀ ଖରିଫ ଧାନ ବିକ୍ରି କରି ନ ପାରେ ତେବେ ରବି ପାଇଁ ଚାଷୀ କିଭଳି ପ୍ରସ୍ତୁତ ହେବ ବୋଲି ପ୍ରଶ୍ନ ଉଠୁଛି। ଏଭଳି ସମସ୍ୟା ଗୁଡିକୁ ଯଦି ରାଜ୍ୟ ସରକାର ଡିସେମ୍ବର ୪ ତାରିଖ ସୁଦ୍ଧା ତୁରନ୍ତ ସମାଧାନ ନ କରନ୍ତି ତା ହେଲେ ୫ ତାରିଖ ଦିନ ରାଜରାସ୍ତାକୁ ଚାଷୀ ଓଲ୍ହାଇବ ବୋଲି ଧମକ ଦେଇଛି ପଶ୍ଚିମ ଓଡିଶାର ଚାଷୀ ସଙ୍ଗଠନ।