ବାତ୍ୟା ବେଳେ କ'ଣ କରିବେ, ଆଉ ନକରିବେ; ଜାଣନ୍ତୁ...
X

ବାତ୍ୟା ବେଳେ କ'ଣ କରିବେ, ଆଉ ନକରିବେ; ଜାଣନ୍ତୁ...

ଭଦ୍ରକର ଧାମରା ଠାରୁ ମାତ୍ର ୬୦ କିଲୋମିଟର ଦୂରରେ ରହିଛି ୟାସ୍ । ବର୍ତ୍ତମାନ ସମୟରେ ପାରାଦ୍ୱୀପରୁ ୯୦ କିଲୋମିଟର ଓ ବାଲେଶ୍ୱରରୁ ୧୦୫ କିଲୋମିଟର ଦୂରରେ ଏହା ରହିଛି । ସେହିପରି ପଶ୍ଚିମବଙ୍ଗର ଦୀଘାରୁ ୧୦୦ କିଲୋମିଟର ଦୂରରେ ଏହା ରହିଛି । ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି ।

ବାତ୍ୟା ବେଳେ କ'ଣ କରିବେ, ଆଉ ନକରିବେ; ଜାଣନ୍ତୁ...

ନୂଆଦିଲ୍ଲୀ: ଅତି ଦ୍ରୁତ ଗତିରେ ମାଡ଼ି ଆସୁଛି ବାତ୍ୟା 'ୟାସ୍' (Yaas) । ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଏହା ସ୍ଥଳଭାଗ ଆଡ଼କୁ ମୁହାଉଛି । ଭଦ୍ରକର ଧାମରା ଠାରୁ ମାତ୍ର ୬୦ କିଲୋମିଟର ଦୂରରେ ରହିଛି ୟାସ୍ । ବର୍ତ୍ତମାନ ସମୟରେ ପାରାଦ୍ୱୀପରୁ ୯୦ କିଲୋମିଟର ଓ ବାଲେଶ୍ୱରରୁ ୧୦୫ କିଲୋମିଟର ଦୂରରେ ଏହା ରହିଛି । ସେହିପରି ପଶ୍ଚିମବଙ୍ଗର ଦୀଘାରୁ ୧୦୦ କିଲୋମିଟର ଦୂରରେ ଏହା ରହିଛି । ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି । ଏହାସହ ଦ୍ରୁତ ଗତିରେ ପବନ ବହୁଛି । ଆଗାମୀ ସମୟରେ ପ୍ରବଳରୁ ଅତି ବର୍ଷା ହେବା ସହ ଦ୍ରୁତ ଗତିରେ ପବନ ବହିବାର ସମ୍ଭାବନା ରହିଛି । ଏହି ସମୟରେ ଆସନ୍ତୁ ଜାଣିବା କ'ଣ କରିବା ଉଚିତ ଆଉ କ'ଣ ନୁହେଁ...

ଅଧିକ ପଢ଼ନ୍ତୁ:-ନୂଆ ବିପଦ! ପାଣିରେ ମିଳିଲା କୋରୋନା ଭୂତାଣୁ, SGPGI ର ଟେଷ୍ଟରେ ଖୁଲାସା

ବାତ୍ୟା ପୂର୍ବରୁ କ'ଣ କରିବା ଉଚିତ...

-ଗୁଜବରୁ ଦୂରେଇ ରୁହନ୍ତୁ । ବିଭ୍ରାନ୍ତ ହୁଅନ୍ତୁ ନାହିଁ । ଅଧିକ ଭୟଭୀତ ହେବାର ଆବଶ୍ୟକତା ନାହିଁ ।

-ମୋବାଇଲକୁ ଚାର୍ଜ କରି ନିଅନ୍ତୁ ।

-ରେଡିଓ ଶୁଣନ୍ତୁ, ଟିଭି ଦେଖନ୍ତୁ, ଖବର କାଗଜ ପଢ଼ନ୍ତୁ ଏବଂ ସମସୟରେ IMD ଦ୍ୱାରା ଦିଆଯାଉଥିବା ପାଣିପାଗ ସୂଚନା ଉପରେ ନଜର ରଖନ୍ତୁ । 

-ନିଜର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ପଲିଥିନ ଭିତରେ ସାଇତି ରଖନ୍ତୁ ।

- ଘରକୁ ଠିକ ଭାବେ ଯାଞ୍ଚ କରିନିଅନ୍ତୁ, ଢିଲା ଟାଇଲ୍ ଗୁଡିକୁ ସୁରକ୍ଷିତ କରନ୍ତୁ, କବାଟ ଏବଂ ଝରକା ମରାମତି କରିନିଅନ୍ତୁ ।

-ଗୃହପାଳିତ ପଶୁଙ୍କ ସୁରକ୍ଷା ମଧ୍ୟ ସୁନିଶ୍ଚିତ କରନ୍ତୁ ।

ଅଧିକ ପଢ଼ନ୍ତୁ:-ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୫ ଦିନର ଅତିରିକ୍ତ ଦରମା! ଜାଣନ୍ତୁ କାହିଁକି...

ବାତ୍ୟା ସମୟରେ କ'ଣ କରିବା ଉଚିତ...

- ଘରରେ ଥିବା ବିଜୁଳିର ମୁଖ୍ୟ ସୁଇଚକୁ ବନ୍ଦ କରିଦିଅନ୍ତୁ । ଏହାସହ ଗ୍ୟାସକୁ ବନ୍ଦ କରନ୍ତୁ । 

-ଘରର ଦ୍ୱାର ଓ ଝରକାକୁ ବନ୍ଦ କରିଦିଅନ୍ତୁ ।

-ଯଦି ଆପଣଙ୍କ ଘର ସୁରକ୍ଷିତ ନୁହେଁ, ତେବେ ବାତ୍ୟା ପୂର୍ବରୁ ସୁରକ୍ଷିତ ସ୍ଥାନକୁ ଯାଆନ୍ତୁ ।

-ଲଗାତର ରେଡିଓରେ ପାଣିପାଗ ବିଭାଗ ଦ୍ୱାରା ଦିଆଯାଉଥିବା ସୂଚନାକୁ ଶୁଣନ୍ତୁ ।

-ଫୁଟା ଓ କ୍ଲୋରିନଯୁକ୍ତ ପାଣି ପିଅନ୍ତୁ ।

-କେବଳ ଆଧିକାରୀକ ସତର୍କତା ଉପରେ ବିଶ୍ୱାସ କରନ୍ତୁ ।

-ଯଦି ଆପଣ ବାହାରେ ଅଛନ୍ତି ତେବେ ବିପଦ ଜନକ ଅବସ୍ଥାରେ ଥିବା ବିଲ୍ଡିଂ ଭିତରକୁ ପ୍ରବେଶ କରନ୍ତୁ ନାହିଁ ।

-ଝୁଲୁଥିବା ବୈଦ୍ୟୁତିକ ତାରକୁ ସ୍ପର୍ଶ କରନ୍ତୁ ନାହିଁ, ସେଥିରେ ବିଦ୍ୟୁତ ପ୍ରବାହ ଥାଇପାରେ ।

-ଯଥାଶୀଘ୍ର ସୁରକ୍ଷିତ ଆଶ୍ରୟସ୍ଥଳୀକୁ ଯାଆନ୍ତୁ ।

Trending news