• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha State
  • /୪ ମାସ ପୂର୍ବରୁ ବାହାଘର ହୋଇଥିଲା, ଏବେ ଝୁଲନ୍ତା ମୃତଦେହ ଉଦ୍ଧାର ହେଲା...

୪ ମାସ ପୂର୍ବରୁ ବାହାଘର ହୋଇଥିଲା, ଏବେ ଝୁଲନ୍ତା ମୃତଦେହ ଉଦ୍ଧାର ହେଲା...

ଯୌତୁକ ପାଇଁ ନବବଧୂ ହତ୍ୟା !

Edited ByZee Odisha Desk
Published: Jul 07, 2020, 04:32 PM IST|Updated: Jul 07, 2020, 04:34 PM IST
joinshare
୪ ମାସ ପୂର୍ବରୁ ବାହାଘର ହୋଇଥିଲା, ଏବେ ଝୁଲନ୍ତା ମୃତଦେହ ଉଦ୍ଧାର ହେଲା...
Image Credit: ଫାଇଲ ଫଟୋ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ସୁରକ୍ଷାକର୍ମୀଙ୍କୁ ବଡ ସଫଳତା, ସୁକମାରେ ବିପୁଳ ମାଓ ଡମ୍ପ ଜବତ

    ସୁରକ୍ଷାକର୍ମୀଙ୍କୁ ବଡ ସଫଳତା, ସୁକମାରେ ବିପୁଳ ମାଓ ଡମ୍ପ ଜବତ

    2

    ବ୍ରଜମୋହନ ରାମ ଓଡ଼ିଶାର ନୂଆ ରାଜ୍ୟପାଳ, ରାମଲୀଳା ମଞ୍ଚରେ ନୂଆ ଅବତାରରେ ଆସ

    3

    Delhi Metro: ଦିଲ୍ଲୀ ମେଟ୍ରୋ ଚଳାଚଳକୁ ନେଇ ଆସିଲା ବଡ଼ ଅପଡେଟ୍! ସ୍ବାଭାବିକ୍ ହେବା ସହ...

    4

    CJP Protest:‘ଏବେ ପୂରା ଦେଶ ଜନ୍ତର ମନ୍ତର’:ପ୍ରତିବାଦ ସ୍ଥଳ ଉପରେ କଟକଣାକୁ ନେଇ ଅଭିଜିତ ଦୀପକେଙ୍

    5

    ୭ଟି ମୋଟରସାଇକେଲ୍‌କୁ ଧକ୍କା ଦେଲା ଦ୍ରୁତଗାମୀ କାର୍, ୩ ଆହତ

    ମନୋରଞ୍ଜନ ମହାନ୍ତି, ଆଠଗଡ଼: ୪ ମାସ ପୂର୍ବରୁ ବାହାଘର ହୋଇଥିଲା । ଏବେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହେଲା । ଆଠଗଡ଼ ଥାନା ତରଡ଼ିଙ୍ଗ ଗାଁରେ ଘଟିଛି ଏହି ଘଟଣା । ଯୌତୁକ ପାଇଁ ଶାଶୁ ଘର ଲୋକ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଲେ ମୃତ ନବବଧୂଙ୍କ ବାପ ଘର ଲୋକ । ପୋଲିସ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚିଛନ୍ତି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ସେ ଉପରୁ ପରଦା ହଟିନି । 

    Athagarh

    ସୂଚନା ମୁତାବକ, ପୁରା ଘଟଣା ଥିଲା ଏପରି । ଚମ୍ପାପୁର ଗାଁର ଛବି ରାଉତଙ୍କ ଝିଅ ରୂପଶ୍ରୀ ରାଉତ (ରିଙ୍କି) ଗତ ୪ ମାସ ପୂର୍ବରୁ ବିବାହ କରିଥିଲେ । ତରଡ଼ିଙ୍ଗ ଗାଁର ଗୌରାଙ୍ଗ ମହାନ୍ତିଙ୍କ ପୁଅ ପ୍ରକାଶ ମହାନ୍ତିଙ୍କ ସହ ତାଙ୍କର ବିବାହ ହୋଇଥିଲା । ଯାହା କୁହାଯାଉଛି, ଯୌତୁକ ନେଇ ରିଙ୍କିଙ୍କୁ କୁଆଡ଼େ ନିର୍ଯ୍ୟାତନା ଦେଉଥିଲେ ଶାଶୁ ଘର ଲୋକେ । ତେବେ ଗତକାଲି ରାତିରେ ମୃତ ରିଙ୍କି ଘର ଭିତରୁ କବାଟ ବନ୍ଦ କରିଦେଇଥିଲେ । ଏନେଇ ପୋଲିସ ଏବଂ ରିଙ୍କିଙ୍କ ବାପ ଘର ଲୋକଙ୍କୁ ଖବର ଦେଇଥିଲେ ପ୍ରକାଶଙ୍କ ପରିବାର । ଆଜି ସକାଳୁ ପୋଲିସ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି । ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିଙ୍କିଙ୍କ ଶାଶୁ ଘର ଲୋକେ ଏହାକୁ ଆତ୍ମହତ୍ୟା ବୋଲି କହିଛନ୍ତି । ଅନ୍ୟପଟେ ଝିଅକୁ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ମୃତ ରିଙ୍କିଙ୍କ ବାପ ଘର ଲୋକ । ଏନେଇ ଥାନାରେ ଏତଲା ମଧ୍ୟ ଦିଆଯାଇଛି । 

    Athagarh

    କ'ଣ ଅଭିଯୋଗ କରିଛନ୍ତି ବାପ ଘର ଲୋକେ ? 

    ଆଜି ଆଠଗଡ଼ ଥାନାରେ ମୃତ ରିଙ୍କିଙ୍କ ପିତା ଛବି ରାଉତ ଝିଅର ମୃତ୍ୟୁ ନେଇ ଥାନାରେ ଅଭିଯୋଗ କରିଛନ୍ତି । ଏହାକୁ ଏକ ହତ୍ୟା ଭାବରେ ସେ ଦର୍ଶାଇଛନ୍ତି । ଆଉ ଏନେଇ ପୁରା ଘଟଣା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ତାଙ୍କ ଅଭିଯୋଗ ମୁତାବକ, ଝିଅର ବିବାହ ବେଳେ ଯୌତୁକ ବାବଦରେ ନଗଦ ୬୦ ହଜାର ଟଙ୍କା, ସୁନା ଚେନ, ମୁଦି, ଏବଂ ଅନ୍ୟାନ୍ୟ  ସାମଗ୍ରୀ ଦିଆଯାଇଥିଲା । ତେବେ ଏତିକିରେ ଶାଶୁ ଘର ଲୋକଙ୍କ ମନ ବୁଝିନଥିଲା । ଆଉ ଏକ ଲକ୍ଷ ଟଙ୍କା ପାଇଁ ବାରମ୍ବାର ରିଙ୍କିଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ ଶାଶୁ ଘର ଲୋକେ । 

    9

    ଏଫଆଇଆର କପିରେ ସେ ଏକଥା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଝିଅକୁ ନିର୍ଯ୍ୟାତନ ଦେବା ସହ ବାପ ଘରେ ଆଣି ଛାଡ଼ି ଦେଇଥିଲେ ପ୍ରକାଶ(ମୃତ ରିଙ୍କଙ୍କ ସ୍ୱାମୀ)ଙ୍କ ପରିବାର । ତେବେ ପରବର୍ତ୍ତୀ ସମୟରେ ବୁଝାସୁଝା କରି ଝିଅକୁ ପୁଣି ଥରେ ଶାଶୁ ଘରକୁ ପଠାଯାଇଥିଲା । ତେବେ ଗତକାଲି ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଟାଙ୍ଗି ଦେଇଥିବା କହିଛନ୍ତି ମୃତ ରିଙ୍କିଙ୍କ ବାପା ଛବି ରାଉତ । 

    3

    ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ସେନେଇ ତଦନ୍ତ କରୁଛି ପୋଲିସ । ଯଦି ଏହା ଆତ୍ମହତ୍ୟା, ତେବେ କାହିଁକି ଆତ୍ମହତ୍ୟା କଲେ ରିଙ୍କି, ସେନେଇ ମଧ୍ୟ ତଦନ୍ତ କରାଯାଉଛି । ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ଯୋଗାଡ଼ କରୁଛନ୍ତି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି । 

    Add Zee News as a Preferred Source
    TAGS:
    Dowry
    dowry death
    Athagarh