କୋରୋନା ପାଇଁ ୨ ବର୍ଷ ଫିକା ପଡ଼ିଥିଲା ଯାତ୍ରା; ଏଥର ଜାକ ଜମକରେ ଆୟୋଜିତ ହେବ ଶୀତଳଷଷ୍ଠୀ
Advertisement

କୋରୋନା ପାଇଁ ୨ ବର୍ଷ ଫିକା ପଡ଼ିଥିଲା ଯାତ୍ରା; ଏଥର ଜାକ ଜମକରେ ଆୟୋଜିତ ହେବ ଶୀତଳଷଷ୍ଠୀ

ମହାମାରୀ କୋରୋନା ୨ ବର୍ଷ ହେବ ଶୀତଳଷଷ୍ଠୀ ଯାତ୍ରାକୁ କବଳିତ କରି ରଖିଥିଲା। 

କୋରୋନା ପାଇଁ ୨ ବର୍ଷ ଫିକା ପଡ଼ିଥିଲା ଯାତ୍ରା; ଏଥର ଜାକ ଜମକରେ ଆୟୋଜିତ ହେବ ଶୀତଳଷଷ୍ଠୀ

ସମ୍ବଲପୁର: ବିଗତ ୨ ବର୍ଷ ହେବ କୋରୋନା ମହାମାରୀ ପାଇଁ  ଫିକା ପଡିଥିଲା ଶୀତଳଷଷ୍ଠୀ ଯାତ୍ରା। ହେଲେ ଏଥର ଖୁବ ଜାକଜମକରେ ଯାତ୍ରା ହେବ ବୋଲି କହିଛନ୍ତି ବିଭିନ୍ନ ଯାତ୍ରା କମିଟି ଆୟୋଜକ। ପ୍ରାୟ ୨ ବର୍ଷ ପରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆୟୋଜନ କରିବା ପାଇଁ ପ୍ରସ୍ତୁତ ଆୟୋଜକ। ଯଦି କୋରୋନା କିମ୍ବା କୌଣସି ପ୍ରାକୃତିକ ବିପର୍ଯ୍ୟୟ ନ ଘଟେ ତାହେଲେ ଯାତ୍ରା ଖୁବ ଧୁମଧାମରେ ହେବ ବୋଲି ଜଣାପଡିଛି।

ମହାମାରୀ କୋରୋନା ୨ ବର୍ଷ ହେବ ଶୀତଳଷଷ୍ଠୀ ଯାତ୍ରାକୁ କବଳିତ କରି ରଖିଥିଲା। ଏଥର ପରିସ୍ଥିତି କିଛିଟା ଭଲ ରହିଥିବା କାରଣରୁ ଉତ୍ସାହିତ ଅଛନ୍ତି ଆୟୋଜକ। ବିଗତ ୨ ବର୍ଷ ହେବ ଖାଲି ବିଧି ରକ୍ଷା ପାଇଁ ମଣ୍ଡପରେ ପୂଜା ପାଉଥିଲେ ଦେବ ଦମ୍ପତି। କୌଣସି ପ୍ରକାର ଆଡମ୍ବର କିମ୍ବା ଜାକଜମକ ନଥିବା ବେଳେ ଆୟୋଜକଙ୍କ ସହ ଭକ୍ତ ମଧ୍ୟ ନିରାଶ ହୋଇଥିଲେ। ହେଲେ ଏଥର କେତେକାଂଶରେ କୋରୋନା ଦୂରେଇ ଥିବା ବେଳେ ଆଶା କରାଯାଉଛି ସମସ୍ତ କାର୍ଯ୍ୟକ୍ରମ ପୂର୍ବ ଭଳି ହେବ। ସେଥିପାଇଁ ଆୟୋଜକ ମିଳିତ ଭାବରେ ଜିଲ୍ଲା ପ୍ରଶାସନ ସହ କଥାବାର୍ତ୍ତା ମଧ୍ୟ ଜାରି ରଖିଛନ୍ତି। ଏଥର ଶୀତଳଷଷ୍ଠୀ ଉତ୍ସାହ ଏବଂ ଆନନ୍ଦଭରା ହେବ ବୋଲି କହିଛନ୍ତି ଆୟୋଜକ।

ଆୟୋଜକଙ୍କ ସହ ବେଶୀ ଉତ୍ସାହିତ ରହିଛନ୍ତି ଭକ୍ତ। ଏଥର ୨ ବର୍ଷର ବନ୍ଦ ରହିଥିବା ଯାତ୍ରା ଆହୁରି ଦ୍ବିଗୁଣିତ ଉତ୍ସାହର ସହ ପାଳନ ହେବ ବୋଲି କହିଛନ୍ତି ଆୟୋଜକ। ବିଭିନ୍ନ ଯାତ୍ରା କମିଟି ପକ୍ଷରୁ କିଭଳି ଭବ୍ୟ ଯାତ୍ରାର ଆୟୋଜନ କରାଯାଇ ପାରିବ ସେ ଦିଗରେ କମିଟି ତତ୍ପର ଥିବା କହିଛନ୍ତି ଆୟୋଜକ।କି ଭଳି ଭାବରେ ଯାତ୍ରାକୁ ଏଥର ଆହୁରି ଆକର୍ଷଣୀୟ କରାଯାଇ ପାରିବ ସେ ଦିଗରେ ଜିଲ୍ଲା ପ୍ରଶାସନ ନେତା ମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରାଯାଇଥିବା କୁହାଯାଇଛି। କିଭଳି ସୁରୁଖୁରୁରେ ଏଥର ଶୀତଳଷଷ୍ଠୀ ଯାତ୍ରା ସମ୍ପର୍ଣ୍ଣ ହେବ ସେଥିପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରିବାର ପ୍ରତିଶୃତି ଦିଆଯାଇଛି।