କେଉଁ କାରଣରୁ ମହେନ୍ଦ୍ର ଏଭଳି ଉଦ୍ୟମ କରିଥିଲେ, ତାହା ଜଣାପଡ଼ିନାହିଁ । ପୋଲିସ ତଦନ୍ତ ଆରମ୍ଭ କରିଛି ।
Trending Photos
)
ଆନନ୍ଦପୁର: ବୈତରଣୀ ପୋଲ ଉପରୁ ନଦୀକୁ ଡେଇଁଲେ ଯୁବକ । ଉକ୍ତ ଯୁବକଙ୍କ ନାଁ ମହେନ୍ଦ୍ର ଜେନା । ତାଙ୍କ ଘର ଆନନ୍ଦପୁର ବନିଦା ଗ୍ରାମରେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । କେଉଁ କାରଣରୁ ଯୁବକ ଜଣକ ଏଭଳି କରିଛନ୍ତି, ତାହା ଜଣାପଡ଼ିନାହିଁ ।
ସୂଚନା ମୁତାବକ, ମହେନ୍ଦ୍ର କୌଣସି କାରଣରୁ ବୈତରଣୀ ନଦୀ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ସ୍ଥାନୀୟ ଲୋକ ତାଙ୍କୁ ତୁରନ୍ତ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ନଦୀ ଭିତରୁ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା କୁହାଯାଉଛି ।
ତେବେ କେଉଁ କାରଣରୁ ମହେନ୍ଦ୍ର ଏଭଳି ଉଦ୍ୟମ କରିଥିଲେ, ତାହା ଜଣାପଡ଼ିନାହିଁ । ପୋଲିସ ତଦନ୍ତ ଆରମ୍ଭ କରିଛି ।