Advertisement
Article Detail0/zeeodisha/odisha2667842
Zee OdishaOdisha Education And Job୨୦ରୁ ୨୮ ବର୍ଷ ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ବ୍ୟାଙ୍କ ଅଫ୍ ଇଣ୍ଡିଆରେ ବାହାରିଲା ଚାକିରି

୨୦ରୁ ୨୮ ବର୍ଷ ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ବ୍ୟାଙ୍କ ଅଫ୍ ଇଣ୍ଡିଆରେ ବାହାରିଲା ଚାକିରି

Govt Jobs: ବ୍ୟାଙ୍କ ଅଫ୍ ଇଣ୍ଡିଆ (BOI) ପକ୍ଷରୁ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହା ପାଇଁ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି। ତେବେ ଆସନ୍ତୁ ଜାଣିବା ଏହି ନିଯୁକ୍ତି ସହିତ ଜଡିତ ସମସ୍ତ ବିବରଣୀ..

୨୦ରୁ ୨୮ ବର୍ଷ ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ବ୍ୟାଙ୍କ ଅଫ୍ ଇଣ୍ଡିଆରେ ବାହାରିଲା ଚାକିରି

BOI Apprentice Recruitment 2025: ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତିରେ ମୋଟ ୪୦୦ ପଦବୀ ପୂରଣ କରାଯିବ ବୋଲି ଘୋଷଣା କରାଯାଇଛି । ଯଦି ଆପଣ ଏପରି ଜଣେ ପ୍ରାର୍ଥୀ ଯିଏକି ବ୍ୟାଙ୍କରେ ଚାକିରି ଖୋଜୁଛନ୍ତି, ତେବେ ଏଥିପାଇଁ ଆପଣ BOIର ଅଫିସିଆଲ୍ ୱେବସାଇଟ୍ Bankofindia.co.in ଭିଜିଟ୍ କରିପାରିବେ। ଆବେଦନକାରୀମାନେ ଅନଲାଇନରେ ଆବେଦନ କରିପାରିବେ। ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ପଞ୍ଜିକରଣ କରିବାର ଶେଷ ତାରିଖ ହେଉଛି ୧୫ ମାର୍ଚ୍ଚ ୨୦୨୫।

କେଉଁମାନେ ଆବେଦନ କରିପାରିବେ?
ଏହି ନିଯୁକ୍ତି ପାଇଁ କେବଳ ସେହି ପ୍ରାର୍ଥୀମାନେ ଆବେଦନ କରିପାରିବେ ଯେଉଁମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ସ୍ନାତକ ଡିଗ୍ରୀ ହାସଲ କରିଥିବେ । ୧ ଏପ୍ରିଲ ୨୦୨୧ ରୁ ୧ ଜାନୁଆରୀ ୨୦୨୫ ଭିତରେ ଏହି ଡିଗ୍ରୀ ହାସଲ କରିଥିବା ଉଚିତ। ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ବୟ ୨୦ ଏବଂ ସର୍ବାଧିକ ବୟସ ୨୮ ବର୍ଷ ମଧ୍ୟରେ ହେବା ଉଚିତ।

ଚୟନ ପ୍ରକ୍ରିୟା?
ଏହି ନିଯୁକ୍ତି ପାଇଁ ଏକ ଅନଲାଇନ୍ ପରୀକ୍ଷା କରାଯିବ ଯେଉଁଥିରେ ୧୦୦ଟି ଇଚ୍ଛାଧୀନ ପ୍ରଶ୍ନ ରହିବ। ପରୀକ୍ଷାରେ ସାଧାରଣ ଜ୍ଞାନ, ରିଜନିଂ ଆପ୍ଟିଚ୍ୟୁଡ୍, ଇଂରାଜୀ ଏବଂ କମ୍ପ୍ୟୁଟର ବିଷୟ ଉପରେ ଆଧାରିତ ପ୍ରଶ୍ନସବୁ ରହିବ। ପରୀକ୍ଷା ୧.୩୦ ଘଣ୍ଟାର ହେବ ଏବଂ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଥିବା ପ୍ରାର୍ଥୀମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟକୁ ପଠାଯିବ ଯେଉଁଠାରେ ସ୍ଥାନୀୟ ଭାଷା ଉପରେ ସେମାନଙ୍କର ନିୟନ୍ତ୍ରଣ ମୂଲ୍ୟାଙ୍କନ କରାଯିବ।

Add Zee News as a Preferred Source

ଆବେଦନ ଦେୟ
ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଜେନେରାଲ କୋଟା ଏବଂ ଅନ୍ୟାନ୍ୟ ପାଇଁ ନିଯୁକ୍ତି ପାଇଁ ଫିସ୍ ୮୦୦ ଟଙ୍କା ରଖାଯାଇଛି। କିନ୍ତୁ SC/ST ମହିଳା ପ୍ରାର୍ଥୀଙ୍କ ପାଇଁ ଫି ୬୦୦ ଟଙ୍କା ଏବଂ PwBD ପ୍ରାର୍ଥୀଙ୍କ ପାଇଁ ଫି ୪୦୦ ଟଙ୍କା ରହିଛି । ଉକ୍ତ ଫିସ୍ ଅନଲାଇନ ମାଧ୍ୟମରେ ଆବେଦନକାରୀମାନେ ପୈଠ କରିପାରିବେ ।

ଅଧିକ ସୂଚନା ଜାଣିବାକୁ ଚାହୁଁଥିଲେ ଆପଣ ଖବର କାଗଜରେ ବାହାରିଥିବା ବିଜ୍ଞାପନ ଦେଖିପାରିବେ ନଚେତ୍ ସିଧାସଳଖ Bank of india ର ଅଫିସିଆଲ ୱେବସାଇଟ ଭିଜିଟ୍ କରି ସମସ୍ତ ତଥ୍ୟ ବିଷୟରେ ଅବଗତ ହୋଇପାରିବେ । ଯଦି ଆପଣ ଉକ୍ତ ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ନିୟମାବଳୀକୁ ସଠିକ ଭାବେ ପଢି ଫର୍ମ ପୂରଣ କରନ୍ତୁ । ଏହାପରେ ପ୍ରକ୍ରିୟା ଅନୁଯାୟୀ ସାକ୍ଷାତକାର କାର୍ଯ୍ୟକ୍ରମ ରହିଛି । ଏଥିସହ ଆପଣ ଏହା ମଧ୍ୟ ଜାଣିରଖିବା ଉଚିତ boi ପକ୍ଷରୁ କୌଣସି ନିଯୁକ୍ତି ପାଇଁ କଦାପି ଟଙ୍କା କାରବାର ହୁଏନାହିଁ । ଯଦି ଆପଣଙ୍କୁ କେହି ଚାକିରି କରାଇଦେବାକୁ କହି ଅର୍ଥ ନେଉଛନ୍ତି ତେବେ ଏ ସମ୍ପର୍କରେ BOI ର ଦୃଷ୍ଟି ଆକର୍ଷଣ କରିବା ସହ ଉକ୍ତ ବ୍ୟକ୍ତିଙ୍କ ନାମରେ ଆପଣ ଥାନାରେ ଅଭିଯୋଗ କରିବା ଆବଶ୍ୟକ ।

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟ ଏବଂ ବିଜ୍ଞାପନରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କର କୌଣସି ଭଲ କିମ୍ୱା ମନ୍ଦ କାରଣ ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

Also Read- Surya Shani Yuti 2025: ମୀନ ରାଶିରେ ସୂର୍ଯ୍ୟ ଏବଂ ଶନିଙ୍କ ସଂଯୋଗ, ୫ ରାଶିରେ ବଡ଼ ପ୍ରଭାବ

Also Read- ଟାଟୁ ପାଇଁ ଚର୍ଚ୍ଚିତ ଏହି ମହିଳା... କାହାର ଘର ଭାଙ୍ଗିଲା ତ କାହାର ମାନ ଇଜ୍ଜତ

About the Author