Govt Job: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆଶାୟୀ ଥିବା ଯୁବପିଢ଼ୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବାହାରିଛି ଏକ ବମ୍ପର ନିଯୁକ୍ତି ସୁଯୋଗ। ପ୍ରାର୍ଥୀଙ୍କୁ ଆୟକର ବିଭାଗରେ ଟ୍ୟାକ୍ସ ଆସିଷ୍ଟାଣ୍ଟ(Tax Assistant), ଏମଟିଏସ, ଷ୍ଟେନୋଗ୍ରାଫର, ଇନ୍ସପେକ୍ଟର(Inspector of Income-tax), କ୍ୟାଣ୍ଟିନ ଆଟେଣ୍ଡାଣ୍ଟ ଆଦି ୨୯୧ ପୋଷ୍ଟ ପାଇଁ ବାହାରିଛି ନିଯୁକ୍ତି ସୁଯୋଗ। ଇଚ୍ଛୁକ ପ୍ରାର୍ଥୀମାନେ ନିଜ ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଆବେଦନ କରିପାରିବେ। ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଏହି ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇ ପାରିବେ।


COMMERCIAL BREAK
SCROLL TO CONTINUE READING

ଆବେଦନ ତାରିଖ:


ଡିସେମ୍ବର ମାସ ୨୨ ତାରିଖରୁ ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜାନୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଆବେଦନ ପ୍ରକ୍ରିୟା।


ଶିକ୍ଷାଗତ ଯୋଗ୍ୟତା:


ଆବେଦନ ପାଇଁ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ, ଯୁକ୍ତଦୁଇ, ସ୍ନାତକ ଆଦି ରହିଥିବା ଆବଶ୍ୟକ।


ବୟସ ସୀମା:


ଆବେଦନ ପାଇଁ ସର୍ବନିମ୍ନ ବୟସ ଯୋଗ୍ୟତା ୧୮ ବର୍ଷ ରଖାଯାଇଛି, ସର୍ବାଧିକ ବୟସ ଯୋଗ୍ୟତା ୨୫, ୨୭ ଓ ୩୦ ବର୍ଷ ଧାର୍ଯ୍ୟ କରାଯାଇଛି।


ଆବେଦନ ଫି:


ଆବେଦନ ସମୟରେ ୨୦୦ ଟଙ୍କା ଜମା କରିବାକୁ ପଡ଼ିବ, ଏଥି ସହ ଏହା  ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯିବା ନେଇ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।


ଦରମା


ଇନ୍ସପେକ୍ଟର ପୋଷ୍ଟ ପାଇଁ ୪୪ ହଜାର ୯ ଶହ ରୁ ୧ ଲକ୍ଷ ୪୨ ହଜାର ୪ଶହ ଟଙ୍କା ଦରମା ରହିଥିବା ବେଳେ,  ଆୟକର ବିଭାଗରେ ଟ୍ୟାକ୍ସ ଆସିଷ୍ଟାଣ୍ଟ ପଦବୀ ପାଇଁ ୨୫,୫୦୦ ରୁ ୮୧ ହଜାର ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ଏମଟିଏସ ପଦବୀ ପାଇଁ ୧୮ ହଜାର ରୁ ୫୬ ହଜାର ୯୦୦ ପର୍ଯ୍ୟନ୍ତ ଦରମା ରହିଛି। ସେହିପରି ଷ୍ଟେନୋଗ୍ରାଫର ପୋଷ୍ଟ ପାଇଁ ୨୫ ହଜାର ୫୦୦ ରୁ ୮୧ ହଜାର ୧୦୦ ଓ  କ୍ୟାଣ୍ଟିନ ଆଟେଣ୍ଡାଣ୍ଟ ପାଇଁ ୧୮,୦୦୦-୫୬,୯୦୦ ଦରମା ରହିଛି।


ମୋଟ ୨୯୧ଟି ପଦରେ ପ୍ରାର୍ଥୀଙ୍କୁ ୫ ପ୍ରକାର ପଦରେ ନିଯୁକ୍ତି ଦିଆଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଁ। ଆବେଦନ କରିବା ପୂର୍ବରୁ ଏହି ବିଜ୍ଞପ୍ତିକୁ ଭଲ ଭାବେ ପଢ଼ିବାକୁ ପ୍ରାର୍ଥୀଙ୍କୁ ଅନୁରୋଧ ।


ଅନଲାଇନ୍ ଆବେଦନ ଲିଙ୍କ: https://mumbai-itax-sportsrecr23.com/


Also Read: Govt Job: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟରେ ଚାକିରି ସୁଯୋଗ, ମାଟ୍ରିକ୍ ପାସ୍ କରିଥିବା ପ୍ରାର୍ଥୀ ମଧ୍ୟ କରିପାରିବେ ଆବେଦନ