IBPS ଏସବୁ ପଦବୀରେ ନିଯୁକ୍ତି ଦେବାପାଇଁ ଜାରି କଲା ବିଜ୍ଞପ୍ତି; ଶୀଘ୍ର କରନ୍ତୁ ଆବେଦନ
Advertisement

IBPS ଏସବୁ ପଦବୀରେ ନିଯୁକ୍ତି ଦେବାପାଇଁ ଜାରି କଲା ବିଜ୍ଞପ୍ତି; ଶୀଘ୍ର କରନ୍ତୁ ଆବେଦନ

IBPS ଦ୍ୱାରା ଡିଭିଜନ୍ ହେଡ୍ (Technical Support Service) ପଦ ପାଇଁ ନିଯୁକ୍ତି ଦିଆଯାଉଛି । ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଏପ୍ରିଲ୍ 13 ମଧ୍ୟରେ ଏହି ପଦବୀ ପାଇଁ ଆବେଦନ କରିପାରିବେ ।

(ଫାଇଲ ଫଟୋ)

ନୂଆଦିଲ୍ଲୀ: ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (IBPS) ବୋର୍ଡ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ଜାରି କରିଛି । ଡିଭିଜନ୍ ହେଡ୍ (ଟେକ୍ନୋଲୋଜି ସପୋର୍ଟ ସର୍ଭିସ୍) ପଦବୀରେ ନିଯୁକ୍ତି ଦେବା ପାଇଁ ଆଇବିପିଏସ୍ ଆବେଦନ କରିବାକୁ ଆମନ୍ତ୍ରଣ କରିଛି । ଆଗ୍ରହୀ ପ୍ରାର୍ଥୀମାନେ IBPS ର ଅଫିସିଆଲ୍ ସାଇଟ୍ ibps.in ଭିଜିଟ କରି ଆବେଦନ କରିପାରିବେ । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ 13 ଏପ୍ରିଲ୍ 2022 ରହିଛି ।

ଡିଭିଜନ୍ ହେଡ୍ ପୋଷ୍ଟଗୁଡିକ ପାଇଁ କୌଣସି ଲିଖିତ ପରୀକ୍ଷା କରାଯିବ ନାହିଁ । ଏହି ପଦବୀରେ ନିଯୁକ୍ତି ପାଇଁ ସାକ୍ଷାତକାର ଏପ୍ରିଲ ମାସରେ ଅନୁଷ୍ଠିତ ହେବ । ସାକ୍ଷାତକାର ଆଧାରରେ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯିବ । ଏହି ପଦବୀରେ ନିଯୁକ୍ତି ତିନି ବର୍ଷର ଚୁକ୍ତିନାମା ଆଧାରରେ କରାଯିବ ।

ଗୁରୁତ୍ୱପୂର୍ଣ୍ଣ ସୂଚନା
ପ୍ରାର୍ଥୀ ଏକ ସ୍ୱୀକୃତପ୍ରାପ୍ତ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନରୁ ଗ୍ରାଜୁଏଟ କିମ୍ବା ପୋଷ୍ଟ ଗ୍ରାଜୁଏଟ ପାସ କରିଥିବା ଉଚିତ୍ । ଏହି ପଦବୀ ପାଇଁ ଆବେଦନ କରିବାକୁ ସର୍ବନିମ୍ନ ବୟସ ସୀମା 61 ବର୍ଷ ରହିଛି । ଆବେଦନ କରୁଥିବା ପ୍ରାର୍ଥୀଙ୍କ ଜନ୍ମ ତାରିଖ  02 ଏପ୍ରିଲ 1961 ପୂର୍ବର ନ ହେବା ଉଚିତ । ପ୍ରାର୍ଥୀମାନେ ସେମାନଙ୍କର ଅନଲାଇନ୍ ଆବେଦନ ଦାଖଲ କରିବା ପୂର୍ବରୁ ଶିକ୍ଷାଗତ ଯୋଗ୍ୟତା ଏବଂ ଅନ୍ୟାନ୍ୟ ବିବରଣୀ ପାଇଁ ଆଇବିପିଏସ୍ ବିଜ୍ଞପ୍ତି ପଢିବାକୁ ପରାମର୍ଶ ଦିଆଯାଇଛି ।

ଏହିପରି କରନ୍ତୁ ଆବେଦନ

ଷ୍ଟେପ୍ 1: ପ୍ରାର୍ଥୀମାନେ ପ୍ରଥମେ IBPS ର ଅଫିସିଆଲ୍ ସାଇଟ୍ ibps.in ରେ ଭିଜିଟ କରନ୍ତୁ ।
ଷ୍ଟେପ୍ 2: ହୋମ ପେଜରେ ସମ୍ପୃକ୍ତ ନିଯୁକ୍ତି ସମ୍ବନ୍ଧୀୟ ଲିଙ୍କରେ କ୍ଲିକ୍ କରନ୍ତୁ ।
ଷ୍ଟେପ୍ 3: ବର୍ତ୍ତମାନ ଅନଲାଇନ୍ ଆବେଦନ ଫର୍ମ ଆପଣଙ୍କ ସାମ୍ନାରେ ଆସିଯିବ ।
ଷ୍ଟେପ୍ 4: ଏହା ପରେ ନୂତନ ରେଜିଷ୍ଟ୍ରେସନ ଲିଙ୍କରେ କ୍ଲିକ୍ କରନ୍ତୁ ଏବଂ ପଚରାଯାଇଥିବା ଆବଶ୍ୟକୀୟ ବିବରଣୀ ପୂରଣ କରନ୍ତୁ ।
ଷ୍ଟେପ୍ 5: ବର୍ତ୍ତମାନ ଆବଶ୍ୟକ ଡକ୍ୟୁମେଣ୍ଟ୍, ଫଟୋ ଏବଂ ସ୍କାନ୍ ହୋଇଥିବା ଦସ୍ତଖତ ଅପଲୋଡ୍ କରନ୍ତୁ ।
ଷ୍ଟେପ୍ 6: ଏହା ପରେ ଆପଣଙ୍କର ଫର୍ମକୁ ସବମିଟ କରନ୍ତୁ ।
ଷ୍ଟେପ୍ 7: ପ୍ରାର୍ଥୀମାନେ ଆବେଦନ ଫର୍ମରୁ ଏକ ପ୍ରିଣ୍ଟ୍ ବାହାର କରି ନିଜ ପାଖରେ ରଖିବା ଉଚିତ୍ ।

ଏହା ବି ପଢ଼ନ୍ତୁ: ଅବିଶ୍ୱାସ ପ୍ରସ୍ତାବ ପୂର୍ବରୁ ଇମ୍ରାନ ଖାନଙ୍କୁ ବଡ଼ ଝଟକା, ୫୦ ମନ୍ତ୍ରୀ ନିଖୋଜ

ଏହା ବି ପଢନ୍ତୁ: ଚାରି ଦିନରେ ₹୩.୨୦ ବୃଦ୍ଧି ପାଇଲାଣି ପେଟ୍ରୋଲ ଏବଂ ଡିଜେଲ ଦାମ୍; ଜାଣନ୍ତୁ ଆଗକୁ କେତେ ବଢ଼ିବ