India Post Recruitment 2022: ଆପଣ ଯଦି ଦଶମ ପାସ୍ କରିଛନ୍ତି ଓ ଇଣ୍ଡିଆନ୍ ପୋଷ୍ଟରେ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ଷ୍ଟାଫ୍ କାର୍ ଡ୍ରାଇଭର ପଦବୀରେ ନିଯୁକ୍ତି ଦେବା ପାଇଁ ଇଣ୍ଡିଆ ପୋଷ୍ଟ ବିଜ୍ଞପ୍ତି ଜାରି କରିଛି । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରୁଥିବା ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବସାଇଟ୍ indiapost.gov.in ଭିଜିଟ କରି ଆବେଦନ କରିପାରିବେ । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ୨୦ ଜୁଲାଇ ୨୦୨୨ ରଖାଯାଇଛି । ଏହି ନିଯୁକ୍ତି ପ୍ରକ୍ରିୟା ଅନୁଯାୟୀ ମୋଟ ୨୪ ଟି ପଦବୀ ପୂରଣ ହେବ ।


COMMERCIAL BREAK
SCROLL TO CONTINUE READING

ଗୁରୁତ୍ୱପୂର୍ଣ୍ଣ ତାରିଖ 
ଆବେଦନ କରିବାର ଶେଷ ତାରିଖ - ୨୦ ଜୁଲାଇ ୨୦୨୨ 


ଖାଲିଥିବା ପଦବୀ ବିବରଣୀ
ମୋଟ ପଦବୀ  ସଂଖ୍ୟା- ୨୪ 


ଶିକ୍ଷାଗତ ଯୋଗ୍ୟତା
ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ ଦଶମ ଶ୍ରେଣୀ ପାସ୍ କରିବା ଉଚିତ୍ । ବୈଧ ଡ୍ରାଇଭିଂ ଲାଇସେନ୍ସ ଓ ଡ୍ରାଇଭିଂ ଅଭିଜ୍ଞତା ଥିବା ଆବଶ୍ୟକ ।


ବୟସ ସୀମା
ପ୍ରାର୍ଥୀମାନଙ୍କର ବୟସ ୫୬ ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ ।


ଏହପରି କରିପାରିବେ ଆବେଦନ
ଆବେଦନ ଫର୍ମ ପୂରଣ କରନ୍ତୁ ଓ ଏହି ଠିକଣାରେ ପଠାନ୍ତୁ - ଶ୍ରୀରାମ ମ୍ୟାନେଜର (JAG), ମେଲ ମୋଟର ସେବା ନମ୍ବର -୩୭, ଗ୍ରୀମ୍ସ ରୋଡ, ଚେନ୍ନାଇ- ୬୦୦୦୦୬ । ଅଧିକ ବିବରଣୀ ପାଇଁ ପ୍ରାର୍ଥୀମାନେ ଇଣ୍ଡିଆ ପୋଷ୍ଟ ୱେବସାଇଟ୍ ଭିଜିଟ୍ କରିପାରିବେ । ପ୍ରାର୍ଥୀମାନଙ୍କୁ ଆବେଦନ କରିବା ପୂର୍ବରୁ ଅଫିସିଆଲ୍ ୱେବସାଇଟରେ ଦିଆଯାଇଥିବା ସମ୍ପୂର୍ଣ୍ଣ ବିଜ୍ଞପ୍ତିକୁ ଧ୍ୟାନରେ ସହ ପଢିବାକୁ ପରାମର୍ଶ ଦିଆଯାଇଛି । ଥରେ ଆବେଦନ କରିସାରିବା ପରେ ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ପ୍ରତ୍ୟାହାର କରିବାକୁ ସମର୍ଥ ହେବେ ନାହିଁ । ତେଣୁ ଆବେଦନ କରିବା ପୂର୍ବରୁ ସମ୍ପୂର୍ଣ୍ଣ ବିଜ୍ଞପ୍ତିକୁ ଧ୍ୟାନରେ ସହ ପଢନ୍ତୁ ।


ଏହା ବି ପଢ଼ନ୍ତୁ: IIT ଭୁବନେଶ୍ୱର ଦେଉଛି ଚାକିରି; ଦଶମରୁ ସ୍ନାତକ ପାସ୍ କରିଥିବା ବ୍ୟକ୍ତି କରିପାରିବେ ଆବେଦନ


ଏହା ବି ପଢ଼ନ୍ତୁ: EPFO: ଖୁବ୍ ଶୀଘ୍ର ମିଳିବ ଖୁସି ଖବର; ସରକାର ଆପଣଙ୍କ ଆକାଉଣ୍ଟରେ ପଠାଇବାକୁ ଯାଉଛନ୍ତି ଟଙ୍କା!