)
NHIDCL Recruitment 2026: ଭାରତ ସରକାରଙ୍କ କମ୍ପାନୀରେ ଚାକିରି କରିବାକୁ ଅନେକ ବ୍ୟକ୍ତିଙ୍କ ଇଚ୍ଛା ରହିଥାଏ । ଯଦି ଆପଣ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ତେବେ ଏହି ଖବର ଆପଣଙ୍କୁ ଖୁସି କରିବ । ଜାତୀୟ ରାଜପଥ ଏବଂ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ୍ (NHIDCL) ରାଜ୍ୟ ନିର୍ଦ୍ଦିଷ୍ଟ ସ୍ନାତକ ଯୋଜନା (SSGS) ଅଧୀନରେ ମୋଟ ୬୪ଟି ସହଯୋଗୀ ପଦବୀରେ ନିଯୁକ୍ତି ପାଇଁ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ଅନଲାଇନ୍ ଆବେଦନ ପ୍ରକ୍ରିୟା ଡିସେମ୍ବର ୧୮, ୨୦୨୫ ରୁ ଆରମ୍ଭ ହୋଇସାରିଛି । ଯଦି ଆପଣ ଆବେଦନ କରିନାହାନ୍ତି ତେବେ ଜାଣି ରଖନ୍ତୁ ଯେ, ଆବେଦନର ଶେଷ ତାରିଖ ରହିଛି ଜାନୁଆରୀ ୧୨, ୨୦୨୬ । ଯଦି ଆପଣ ଏହି ପଦବୀ ପାଇଁ ନିଜକୁ ଯୋଗ୍ୟ ଭାବୁଥାନ୍ତି ତେବେ ଅଫିସିଆଲ୍ ୱେବସାଇଟ୍, nhidcl.com ଭିଜିଚ୍ କରି ଶେଷ ତାରିଖ ମଧ୍ୟରେ ଆବେଦନ କରିପାରିବେ।
ଉକ୍ତ ପଦବୀ ପାଇଁ ଆଗ୍ରହୀ ଥିବା ପ୍ରାର୍ଥୀ ସିଭିଲ୍ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ କିମ୍ବା IIT, NIT, କିମ୍ବା NIRF ର ରାଙ୍କି୍ ଶୀର୍ଷ ୧୦୦ ପ୍ରତିଷ୍ଠାନରୁ ଏହାର ସମକକ୍ଷ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଏଥିସବ ପ୍ରାର୍ଥୀମାନଙ୍କୁ ଅନ୍ୟାନ୍ୟ ଯୋଗ୍ୟତା ମାନଦଣ୍ଡ ପୂରଣ କରିବାକୁ ପଡିବ। ଆବେଦକଙ୍କ ପାଇଁ ସର୍ବାଧିକ ବୟସ ସୀମା ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । କାର୍ଯ୍ୟରେ ଯୋଗ ଦେବା ପରେ ପ୍ରାର୍ଥୀମାନେ ପ୍ରତି ମାସରେ ୭୦ ହଜାରରୁ ୮୦ ହଜାର ଟଙ୍କା ମଧ୍ୟରେ ଦରମା ପାଇବେ।
ଯଦି ଆପଣ ଆବେଦନ କରିବାକୁ ଇଚ୍ଛୁକ ତେବେ ପ୍ରଥମେ ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରନ୍ତୁ । ଏବଂ ତାପରେ ହୋମ୍ ପେଜ୍ ରେ ପ୍ରାସଙ୍ଗିକ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ। ଏହା ପରେ ନିଜ ନାମ ପଞ୍ଜୀକରଣ କରନ୍ତୁ ଏବଂ ଲଗଇନ୍ କରନ୍ତୁ। ତା'ପରେ, ଫର୍ମରେ ସମସ୍ତ ଆବଶ୍ୟକୀୟ ସୂଚନା ପ୍ରଦାନ କରନ୍ତୁ। ଆବଶ୍ୟକୀୟ ଡକ୍ୟୁମେଣ୍ଟ, ଫଟୋ ଏବଂ ଦସ୍ତଖତ ସଠିକ୍ ଆକାର ଏବଂ ଫଣ୍ଟରେ ୱେବସାଇଟ୍ ରେ ଅପଲୋଡ୍ କରନ୍ତୁ। ଯଦି ପ୍ରଯୁଜ୍ୟ ହୁଏ ତେବେ ଆବେଦନ ଫି ପ୍ରଦାନ କରନ୍ତୁ ଏବଂ ଫର୍ମ ଦାଖଲ କରନ୍ତୁ। ଭବିଷ୍ୟତ ପାଇଁ ଫର୍ମର ଏକ ପ୍ରିଣ୍ଟଆଉଟ୍ କପି ନିଜ ପାଖରେ ରଖିବାକୁ ଭୁଲନ୍ତୁ ନାହିଁ । ଯଦି ଆପଣ ନିଯୁକ୍ତି ସମ୍ବନ୍ଧୀୟ ଅଧିକ ସୂଚନା ଜାଣିବାକୁ ଚାହୁଁଛନ୍ତି ତେବେ ପ୍ରକାଶ ହୋଇଥିବା ବିଜ୍ଞପ୍ତି ଯାଞ୍ଚ କରନ୍ତୁ ।